କ୍ୟୁଆର କୋଡ୍‌କୁ ସାବଧାନ ! ଅନଲାଇନ୍‌ ପେମେଣ୍ଟକୁ ନେଇ ଏସବିଆଇ ଦେଲା ପରାମର୍ଶ

କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । କ୍ୟୁଆର୍ କୋଡ୍ କୁ ସ୍କାନିଂ କରିବା ସମୟରେ ତଥା ପେମେଣ୍ଟ କରିବା ସମୟରେ ସତର୍କ ରହିବା ପାଇଁ ଏସବିଆଇ ପରାମର୍ଶ ଦେଇଛି । ପବ୍ଲିକ୍ ସେକ୍ଟର ବ୍ୟାଙ୍କ ମଧ୍ୟ କ୍ୟୁଆର୍ କୋଡ୍ ର ଅର୍ଥ ମନି ରିସିଭ୍ ନୁହେଁ ଓ ଏଥିପ୍ରତି ଆଲର୍ଟ ରହିବାକୁ କହିଛି ।

ଏନେଇ ଏସବିଆଇ ଟୁଇଟ୍ କରି କହିଛି ଯେ, ଯେତେବେଳେ ଆପଣ କ୍ୟୁଆର୍ କୋଡକୁ ସ୍କାନ୍ କରୁଛନ୍ତି, ଆପଣ କେବେବି ଟଙ୍କା ରିସିଭ୍ କରିପାରିବେ ନାହିଁ । ବରଂ ଆପଣ ଧାର୍ଯ୍ୟ କରିଥିବା ଟଙ୍କା ନିର୍ଦ୍ଦିଷ୍ଟ ଆକାଉଣ୍ଟ ତଥା ସ୍କାନିଂ ଦ୍ୱାରା ଆସିଥିବା ଆକାଉଣ୍ଟକୁ ମନି ଟ୍ରାନ୍ସଫର ହୋଇଯିବ । ଅର୍ଥାତ୍ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହୋଇଯିବ । ସେଥିପାଇଁ ସ୍କାନ କରନ୍ତୁ ନାହିଁ।

“You don’t receive money when you scan a QR code. All you get is a message that your bank account is debited for an ‘X’ amount. Do not scan #QRCodes shared by anyone unless the objective is to pay. Stay alert,”

ଏସବିଆଇ ଦ୍ୱାରା ଟ୍ୱିଟ୍‌ରେ ଏକ ଭିଡିଓ ଲିଙ୍କ୍ ଦିଆଯାଇଛି । ଯେଉଁଥିରେ କ୍ୟୁଆର୍ କୋଡ୍ ରେ କିପରି ଟଙ୍କା ଚୋରି କରାଯାଉଛି, ତାହା ସହଜରେ ବୁଝିପାରିବେ । ରମେଶ ନାମକ ଜଣେ ବ୍ୟକ୍ତି ତାଙ୍କର ଡାଇନିଂ ଟେବୁଲକୁ ବିକ୍ରି କରିବାକୁ ଚାହୁଁଛନ୍ତିା ଏଥିପାଇଁ ସେ ସେଲିଂ ଆପ୍ଲିକେସନ୍ ପେଜ୍ ରେ ଡାଇନିଂ ଟେବୁଲର କିଛି ଫଟୋ ଅପଲୋଡ୍ କରନ୍ତି । ଏହି ଡାଇନିଂ ଟେବୁଲର ମୂଲ୍ୟ ରଖନ୍ତି ୧୬ ହଜାର ଟଙ୍କା ।

ଏହି କ୍ରମରେ ଅରବିନ୍ଦ ନାମକ ଜଣେ ବ୍ୟକ୍ତି ଏହି ଟେବୁଲକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି । ଅରବିନ୍ଦ ପ୍ରଥମେ କିଣିବା ପାଇଁ ରମେଶଙ୍କ ସହ ଯୋଗାଯୋଗ କରି ବାର୍ଗେନିଂ କରନ୍ତି । ଏହାପରେ ଅରବିନ୍ଦ ୧୫ହଜାର ଟଙ୍କାରେ କିଣିବା ପାଇଁ ରାଜି ହୁଅନ୍ତି । ସେଥିପାଇଁ ପ୍ରଥମେ କିଛି ଟଙ୍କା ଚେକ୍ କରିବା ପାଇଁ ପଠାନ୍ତି । ପରେ ଅରବିନ୍ଦ ଆପ୍ଲିକେସନ ପେଜ ମାଧ୍ୟମରେ ଏକ କ୍ୟୁଆର କୋଡ୍ ରମେଶଙ୍କ ପାଖକୁ ପଠାନ୍ତି । ଏହି କ୍ୟୁଆର କୋଡ୍ ସହାୟତାରେ କେତେ ଆମାଉଣ୍ଟ ପାଇବ, ତାହା ପଠାଇବାକୁ ଅରବିନ୍ଦ ରମେଶଙ୍କୁ କୁହନ୍ତି । କିନ୍ତୁ ରମେଶ ଅନଲାଇନ୍ ପେମେଣ୍ଟ ଉପରେ ଭଲ ଭାବରେ ଜାଣନ୍ତି ।

ସେଥିପାଇଁ ପଠାଯାଇଥିବା କ୍ୟୁଆର କୋଡ୍‌କୁ ରମେଶ ସ୍କାନ କରିନଥିଲୋ କାରଣ ରମେଶ ଭଲ ଭାବରେ ଜାଣିଥିଲେ, କେତେ ଆମାଉଣ୍ଟ ସେ ପାଇବେ, ଯଦି କ୍ୟୁଆର କୋଡ୍ ସହାୟତାରେ ସେ ଦିଅନ୍ତିି ଏହାର ଅର୍ଥ ରମେଶ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହୋଇଯିବ। ରାଜ୍ୟରେ ଏମିତି ସାଇବର କ୍ରାଇମ୍ ଦେଖିବାକୁ ମିଳୁଛି । ଏପରିକି ଉଚ୍ଚଶିକ୍ଷିତମାନେ ମଧ୍ୟ ସାଇବର ଠକଙ୍କ ହାବୁଡରେ ପଡି ସର୍ବସ୍ୱ ହରାଉଛନ୍ତି ।

You might also like