ଗ୍ରାହକଙ୍କୁ SBIର ଆଲର୍ଟ ! ଏହିସବୁ ଭୁଲ୍‌ କରନ୍ତୁ ନାହିଁ, ନ ହେଲେ…

ନୂଆଦିଲ୍ଲୀ: ଏଟିଏମ୍‌କୁ ନେଇ ଲଗାତାର ଭାବେ ଠକେଇ ବା ଫ୍ରଡ୍‌ ଘଟଣା ସାମ୍ନାକୁ ଆସୁଛି। ହ୍ୟାକର୍ସମାନେ ୟୁଜରଙ୍କ ଡାଟାକୁ ଏଟିଏମ୍ ମେସିନ୍‌ରେ କାର୍ଡ ଲଗାଯାଉଥିବା ସ୍ଲଟ୍‌ରୁ ଚୋରି କରି ନେଉଥିବା ଜଣାପଡ଼ିଛି। ଏସବୁ ଭିତରେ SBI ଏହାର ଗ୍ରାହକଙ୍କୁ ଭଲ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଦେବାପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି। ସୋଶାଲ୍‌ ମିଡିଆ ମାଧ୍ୟମରେ SBI ଲଗାତର ଭାବେ ଗ୍ରାହକଙ୍କୁ ସଚେତନ କରିବା ସହ ବ୍ୟାଙ୍କିଙ୍ଗ୍‌ ଫ୍ରଡ୍‌ ଘଟଣାରୁ ଦୂରେଇ ରହିବା ପାଇଁ ସତର୍କ କରି ଆସୁଛି।

ବୁଧବାର ଦିନ SBI ପକ୍ଷରୁ ଟ୍ୱିଟ୍‌ କରାଯାଇ ପୁଣି ଥରେ ଗ୍ରାହକମାନଙ୍କୁ ସଚେତନ କରାଯାଇଛି। ଦିନକୁ ଦିନ ବଢ଼ୁଥିବା ଫ୍ରଡ୍‌ ଘଟଣାକୁ ନେଇ ଗ୍ରାହକଙ୍କୁ ସଚେତନ ରହିବା ଆବଶ୍ୟକ ବୋଲି SBI ପକ୍ଷରୁ କୁହାଯାଇଛି।

ATM କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଓ PIN ମାଧ୍ୟମରେ ପଇସା ଗାଏବ ଘଟଣା ବଢ଼ିବାରେ ଲାଗିଛି। ଏଥିପାଇଁ ଆପଣଙ୍କର ATM  କାର୍ଡ ଓ PINକୁ ସୁରକ୍ଷିତ ରଖନ୍ତୁ ବୋଲି SBI ପକ୍ଷରୁ କୁହାଯାଇଛି। ତେବେ କେମିତି ଏଥିରୁ ନିଜକୁ ରକ୍ଷା କରିବେ ଓ ଟଙ୍କାକୁ ସୁରକ୍ଷିତ ରଖିବେ ସେନେଇ SBI କିଛି ଟିପ୍ସ ଦେଇଛି।

ଆସନ୍ତୁ ଜାଣିବା କ’ଣ ସବୁ ସେଇ ଟିପ୍ସ…

  • ଆପଣ ଯେତେବେଳେ ବି ଏଟିଏମ୍‌ରେ କିମ୍ବା POS ମେସିନ୍‌ରେ ଆପଣଙ୍କ ପିନ୍‌ ନମ୍ବର ଡାଏଲ୍‌ କରୁଛନ୍ତି ଏହାକୁ ଲୁଚାଇ ଡାଏଲ୍‌ କରନ୍ତୁ। ଫଳରେ ଏହାର ଇମେଜ୍‌ ହ୍ୟାକର୍ସମାନେ ବ୍ୟବହାର କରୁଥିବା ହିଡେନ୍‌ କ୍ୟାମେରାରେ କଏଦ ହୋଇପାରିବ ନାହିଁ।
  • ଭୁଲ୍‌ରେ ବି କାହାକୁ ପିନ୍‌ ନମ୍ବର/ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଶେଆର୍‌ କରନ୍ତୁ ନାହିଁ।
  • କେବେବି କାର୍ଡ ଉପରେ ପିନ୍‌ ନମ୍ବର ଲେଖନ୍ତୁ ନାହିଁ।
  • ଯଦି କେହି ଫୋନ୍‌ କରି ଆପଣଙ୍କୁ ପିନ୍‌ ନମ୍ବର କିମ୍ବା କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ମାଗୁଛନ୍ତି, ସେମାନଙ୍କୁ ଆଦୌ ଶେଆର୍‌ କରନ୍ତୁ ନାହିଁ।
  • ପିନ୍‌ ନମ୍ବରରେ କେବେବି ଜନ୍ମଦିନ ତାରିଖ, ଫୋନ୍‌ ନମ୍ବର କିମ୍ବା ଆକାଉଣ୍ଟ୍‌ ନମ୍ବର ରଖନ୍ତୁ ନାହିଁ।
  • ଟଙ୍କା ଉଠାଇବା ପରେ receiptକୁ ଚିରି ଏହାକୁ ଫିଙ୍ଗନ୍ତୁ।
  • ଟଙ୍କା ଉଠାଇବା ପୂର୍ବରୁ ଭଲ ଭାବରେ ଦେଖନ୍ତୁ ଏଟିଏମ୍‌ ଭିତରେ କୌଣସି ସ୍ପାଏ କ୍ୟାମେରା ଲାଗିଛି ନା ନାହିଁ।

You might also like