ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି।

गंगा के बाद अब सिंध नदी में मिली सकरमाउथ कैटफिश, वैज्ञानिकों ने जताया था ये खतरा.

ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ ମାଛ। ଏହା ପ୍ରାୟତଃ ଦକ୍ଷିଣ ଆମେରିକାର ଆମାଜନ୍‌ ନଦୀରେ ଦେଖାଯାଆନ୍ତି।

गंगा के बाद अब सिंध नदी में मिली सकरमाउथ कैटफिश, वैज्ञानिकों ने जताया था ये खतरा.

ତେବେ ଏହି ମାଛ ଦକ୍ଷିଣ ଆମେରିକାରେ ଦେଖାଯାଉଥିବାବେଳେ କିପରି ଚମ୍ୱଲ ଅଞ୍ଚଳକୁ ଆସିଲା ସେ ନେଇ ଗବେଷକମାନେ ଅନୁଧ୍ୟାନ କରୁଛନ୍ତି।

गंगा के बाद अब सिंध नदी में मिली सकरमाउथ कैटफिश, वैज्ञानिकों ने जताया था ये खतरा.

ଏହା ପୂର୍ବରୁ ବାରଣାସୀ ରାମନଗରର ରମନା ଦେଇ ଯାଇଥିବା ଗଙ୍ଗା ନଦୀରେ ନାବିକମାନଙ୍କୁ ଅଜବ ପ୍ରକାରର ମାଛ ମିଳିଥିଲା। ପ୍ରଥମ କରି ଏହି ମାଛ ମିଳିଥିବାରୁ ନାବିକମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାକୁ ବୈ‍ଜ୍ଞାନିକମାନେ ଆମାଜନ ନଦୀରେ ମିଳୁଥିବା ସାର୍କମାଉଥ କ୍ୟାଟ ମାଛ ବୋଲି ଚିହ୍ନିତ କରିଥିଲେ ଏବଂ ଏହା ପରିବେଶ ପ୍ରତି ବିପଦ ବୋଲି ଦର୍ଶାଇ ଥିଲେ।

गंगा के बाद अब सिंध नदी में मिली सकरमाउथ कैटफिश, वैज्ञानिकों ने जताया था ये खतरा.

ସାର୍କମାଉଥ କ୍ୟାଟ ସୁନ୍ଦର ଦେଖାଯାଉଥିବା ଗୋଟିଏ ମାଛ। ଏହା ବିଭିନ୍ନ ରଙ୍ଗର ଦେଖାଯାଆନ୍ତି। କିନ୍ତୁ ଏହା ଗଙ୍ଗାରେ ମିଳିବା ଏହି ନଦୀ ପାଇଁ ବିପଦ ହୋଇପାରେ। କାରଣ ଏହା ମାଂସାହାରୀ ଏବଂ ଆଖପାଖର ଜୀବଜନ୍ତୁଙ୍କୁ ଖାଇ ବଞ୍ଚିଥାଏ। ତେଣୁ କୌଣସି ବିଲୁପ୍ତ ପ୍ରାୟ ଜୀବକୁ ଏହା ଖାଇ ତାହାର ବଂଶ ଲୋପ କରିଦେବାର ଭୟ ରହିଥାଏ।

You might also like