ଜଙ୍ଗଲ ଦସ୍ୟୁ ବୀରପାନ୍‌ଙ୍କ ଝିଅ ବିଦ୍ୟାଙ୍କୁ ବିଜେପିରେ ବଡ଼ ଦାୟିତ୍ୱ

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟନର୍ବାହୀ କମିଟିରେ ବଡ଼ ପରବର୍ତ୍ତନ ହୋଇଛି। କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରପାନ୍‌ଙ୍କ ଝିଅ ବିଦ୍ୟା ରାନୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜେପିର ୟୁଥ୍‌ ୱିଙ୍ଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ବିଦ୍ୟା ଚଳିତ ବର୍ଷ ବିଜେପିରେ ଯୋଗ ଦେଇଥିଲେ। ହେଲେ ଏତେ ଶୀଘ୍ର ଏତେ ବଡ଼ ଦାୟିତ୍ୱ ମିଳିଥିବାରୁ ବିଦ୍ୟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଜେପିର ଗୋଟିଏ ବି ବିଧାୟକ ନାହାଁନ୍ତି। ଏଭଳି ପରିସ୍ଥିତିରେ ବିଦ୍ୟା ଶାସକ AIADMK କିମ୍ୱା ବିରୋଧୀ DMKରେ ଯୋଗ ନଦେଇ ବିଜେପିକୁ କ’ଣ ପାଇଁ ବାଛିଲେ, ଓ ଆଗାମୀ ଦିନରେ ଦଳ ପାଇଁ ସେମାନଙ୍କର ଯୋଜନା କ’ଣ? ସେ ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।Inspired By Welfare Schemes Of PM Modi': Slain Forest Brigand ...

ବୀରାପାନ୍‌ଙ୍କ ଝିଅ ବିଦ୍ୟା ରାନୀ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରେ, ତେଣୁ ମୁଁ ବିଜେପିରେ ଯୋଗ ଦେଲି। ପିଏମ୍‌ଙ୍କ ମୋଦି ହେଉଛନ୍ତି ଜଣେ ଟାଣୁଆ ବ୍ୟକ୍ତି। ସେ ସର୍ବଦା କାମରେ ସକ୍ରିୟ ରହିବା ସହିତ ସଠିକ୍‌ କାର୍ଯ୍ୟ କରିଥାନ୍ତି।

ଏହାପରେ ବିଦ୍ୟାଙ୍କୁ AIADM ଏବଂ DMK ପରି ପୁରୁଣା ପାର୍ଟିରେ କାହିଁକି ଯୋଗ ଦେଲେନି ବୋଲି ପ୍ରଶ୍ନ କରାଯାଇଥିଲା। ଯାହା ଉତ୍ତରରେ  ବିଦ୍ୟା କହିଥିଲେ ଯେ ବିଜେପିରେ ଯୋଗଦେବା ପାଇଁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ଏହା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ସେ କହିଥିଲେ।

୨୯ ବର୍ଷୀୟ ବିଦ୍ୟା ରାନୀ ବିଏ ପଢ଼ିଛନ୍ତି। ତା’ସହିତ LLB ଡିଗ୍ରୀ ମଧ୍ୟ କରିଛନ୍ତି। ସେ ସର୍ବଦା ସାମାଜିକ କାର୍ଯ୍ୟ କରିବା ସହିତ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ। ବିଜେପିର ଏହି ଦାୟିତ୍ୱ ତାଙ୍କ ପାଇଁ ଏକ ଭଲ ସୁଯୋଗ ବୋଲି ବିଦ୍ୟା କହିଛନ୍ତି।Vidya Rani | The Samikhsya

ସୂଚନାଥାଉକି,୧୯୮୭ ମସିହାରେ ବୀରପାନ୍ ଚିଦାମ୍ବରମ୍ ନାମକ ଜଣେ ବନ ଅଧିକାରୀଙ୍କୁ ଅପହରଣ କରି ଦେଶକୁ ଥରାଇ ଦେଇଥିଲା। ସେହି ସମୟରେ ସେ ଏକ ପୋଲିସ ଟିମ୍‌ ଉପରେ ବିସ୍ଫୋରଣ କରି ୨୨ଜଣଙ୍କୁ ହତ୍ୟା କରିଥିଲା ଏହି ଜଙ୍ଗଲ ଦଶ୍ୟୁ। ଏହାପରେ ୨୦୦୦ ମସିହାରେ ବୀରପାନ୍‌ କନ୍ନଡ ଫିଲ୍ମର ହିରୋ ରାଜକୁମାରଙ୍କୁ ଅପହରଣ କରିଥିଲା। ତାଙ୍କୁ ଛାଡ଼ିବା ପାଇଁ ୫୦କୋଟି ଟଙ୍କା ସର୍ତ୍ତ ରଖିଥିଲା। ଅକ୍ଟୋବର ୧୮ରେ ଏକ ପୋଲିସ ଏନକାଉଣ୍ଟରରେ ବୀରାପନର ମୃତ୍ୟୁ ଘଟିଥିଲା।

 

You might also like