ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଅାନିମେସନ୍ ଭିଡିଓ

ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମାନସ ସାହୁଙ୍କ ଏହି ପ୍ରୟାସ ହକି କ୍ରେଜ୍‌କୁ ଆହୁରି ବଢ଼ାଇ ଦେଇଛି

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ହକି ବିଶ୍ୱକପ୍। ଏଥିପାଇଁ ଭୁବନେଶ୍ୱର ମିନି ୱାର୍ଲଡରେ ପରିଣତ ହୋଇଛି। ପୂରା ସେଲିବ୍ରେସନ୍ ମୁଡ୍‌ରେ ହକି ପ୍ରେମୀ। ତେବେ ହକି ଖେଳାଳିଙ୍କୁ ଚିଅର ଅପ୍ କରିବା ଏବଂ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି।

ଏବେ ସାରା ବିଶ୍ୱର ନଜର ଭୁବନେଶ୍ୱର ଉପରେ। କାରଣ ହକି ମହାକୁମ୍ଭ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି। ବିଶ୍ୱର ବଛା ବଛା ୧୬ଟି ଟିମ୍, ଅଫିସିଆଲ, ଦର୍ଶକ ସମସ୍ତେ ଭୁବନେଶ୍ୱରରେ ଟିମ୍ ଗୁଡ଼ିକୁ ଚିଅର ଅପ୍ କରିବା ପାଇଁ ହକି ପ୍ରେମୀ ଟିକେ ବି ସୁଯୋଗ ହାତଛଡ଼ା କରୁନଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି।

ହକି ବିଶ୍ୱକପ୍‌କୁ ନେଇ ପ୍ରସ୍ତୁତ କରିଛନ୍ତି ୩ ମିନିଟ୍ ୨୩ ସେକେଣ୍ଡର ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ। ଯେଉଁଥିରେ ଓଡ଼ିଶାର କଳା, ସ୍ଥାପତ୍ୟର ନିଦର୍ଶନ ଦେଇଛନ୍ତି ମାନସ। ଲିଙ୍ଗରାଜ ମନ୍ଦିର ଓ ଧଉଳିର ଚିତ୍ର ଆଙ୍କି ମନ୍ଦିର ମାଳିନୀ ସହରର ଝଲକ ଦେଇଛନ୍ତି।

ହକି ଷ୍ଟିକ୍ ଓ ହକି ବିଶ୍ୱକପ୍ ଟ୍ରଫିକୁ ଏଥିରେ ସ୍ଥାନ ଦେଇଛନ୍ତି। ହକି ବିଶ୍ୱକପ୍‌ର ମାସ୍କଟ୍ କିପରି ଦେଶ ବିଦେଶର ଖେଳାଳି ମାନଙ୍କୁ ସ୍ୱାଗତ କରୁଛି ଏବଂ ଅଂଶଗ୍ରହଣକାରୀ ୧୬ଟି ଦେଶର ଖେଳାଳିଙ୍କୁ ଚିଅର ଅପ୍ କରି ଶୁଭେଚ୍ଛାର ବାର୍ତ୍ତା ଦେଉଛି, ତାକୁ ସେ ଏହି ଆନିମେସନ୍ ମାଧ୍ୟମରେ ଦର୍ଶାଇଛନ୍ତି।

ସମସ୍ତେ ହକି ୱାର୍ଲଡ କପ୍‌ର ସେଲିବ୍ରେସନ୍ ଭିନ୍ନ ଭିନ୍ନ ଢଙ୍ଗରେ କରୁଛନ୍ତି। ତେବେ ଖେଳାଳିଙ୍କୁ ଚିଅର ଅପ୍ ଏବଂ ବିଶେଷ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ପାଇଁ ମାନସ ସାହୁଙ୍କ ଏହି ପ୍ରୟାସ ହକି କ୍ରେଜ୍‌କୁ ଆହୁରି ବଢ଼ାଇ ଦେଇଛି।

You might also like