ଲଞ୍ଚ୍ ହେଲା ସାମ୍‌ସଙ୍ଗର୍‌ ଦମ୍‌ଦାର ମିଡ୍‌ରେଞ୍ଜ୍‌ ଫୋନ୍‌ Galaxy A21s

ନୂଆଦିଲ୍ଲୀ:  କରୋନା ଆତଙ୍କ‌ ଚାଲିଥିବା ବେଳେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍‌ ମେକର କମ୍ପାନୀ ସାମ୍‌ସଙ୍ଗ୍‌ ତାର ମିଡ୍‌ ରେଞ୍ଜ୍‌ ଫୋନ୍‌ Galaxy A21sକୁ ଲଞ୍ଚ୍‌ କରିଛି। ଫୋନ୍‌ରେ ଦମ୍‌ଦାର ବ୍ୟାଟେରୀ ଲାଇଫ୍‌ ସହ ଫଟୋଗ୍ରାଫୀ ପାଇଁ ୪ ସେନ୍ସର ଯୁକ୍ତ କ୍ୱାର୍ଡ କ୍ୟାମେରା ଦିଆଯାଇଛି। ଡିସ୍‌ପ୍ଲେ ମଧ୍ୟ ଦମ୍‌ଦାର ରହିଛି।

ସ୍ମାର୍ଟଫୋନ୍‌ ବଜାରରେ ଉପଲବ୍ଧ ମିଡ୍‌ରେଞ୍ଜ୍‌ ଫୋନ୍‌ଙ୍କ ମଧ୍ୟରୁ ସାମ୍‌ସଙ୍ଗର୍‌ ଏହି ଫୋନ୍‌ଟି ଖୁବ୍‌ ଦମ୍‌ଦାର ରହିଛି। ଏଥିରେ ଫ୍ଲାଗ୍‌ସିପ୍‌ ଲେବଲର ଅନେକ ସୁବିଧା ଦିଆଯାଇଛି। ଫୋନ୍‌ଟି ପୂର୍ବ ମଡେଲ Galaxy A21 ସହିତ ମେଳ ଖାଉଥିଲେ ବି ଏଥିରେ ଉନ୍ନତମାନର କ୍ୟାମେରା ସେଟ୍‌ଅପ୍‌, ଅଧିକ ରାମ୍‌ ଅପସନ୍‌ ଓ ପୂର୍ବ ମଡେଲ୍‌ ଠାରୁ ବଡ଼ ବ୍ୟାଟେରୀ ଦିଆଯାଇଛି। ତେବେ ଏଥିରେ କେଉଁ ଚିପ୍‌ସେଟ୍‌ ମିଳିବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନି।

Galaxy A21s ସ୍ପେସିଫିକେସନ୍

ଡିସ୍‌ପ୍ଲେ- ୬.୫ ଇଞ୍ଚର ଆମୋଲେଡ୍‌ ଇନ୍‌ଫିନିଟି-୦ ଡିସ୍‌ପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍‌ ଏଚ୍‌ଡି+ ରହିଥିବା ବେଳେ ଆସ୍ପେକ୍ଟ ରେସିଓ ୨୦:୯ ରହିଛି।
କ୍ୟାମେରା- ସେଲ୍‌ଫି ପାଇଁ ପଞ୍ଚ୍ ହୋଲ୍‌ରେ ୧୩ ମେଗାପିକ୍ସେଲ୍‌ର ଫ୍ରଣ୍ଟ ଫେସିଂ କ୍ୟାମେରା ଦିଆଯାଇଥିବା ବେଳେ ପ୍ରାଇମେରୀ କ୍ୟାମେରା ସେଟ୍‌ଅପ୍‌ରେ ୪୮ ମେଗାପିକ୍ସେଲ୍‌ର ମେନ୍‌ କ୍ୟାମେରା , ୮ ମେଗାପିକ୍ସେଲ୍‌ର ଅଲ୍‌ଟ୍ରା ୱାଇଡ୍‌ କ୍ୟାମେରା ସେନ୍‌ସର୍ ଓ ୨ ମେଗାପିକ୍ସେଲ୍‌ର ଡେପ୍‌ଥ ସେନ୍‌ସର ଓ ୨ ମେଗାପିକ୍ସେଲ୍‌ର ମାଇକ୍ରୋ ସେନ୍‌ସର୍‌ ଦିଆଯାଇଛି। ଫୋନ୍‌ରେ ରିୟର୍‌ ମାଉଣ୍ଟେଡ୍‌ ଫିଙ୍ଗର୍‌ ପ୍ରିଣ୍ଟ ସ୍କାନର ସୁବିଧା ମଧ୍ୟ ଦିଆଯାଇଛି।

ବ୍ୟାଟେରୀ- 5000mAhର ଦମ୍‌ଦାର ବ୍ୟାଟେରୀ ଲାଇଫ୍‌  ଦିଆଯାଇଛି।

ମୂଲ୍ୟ- Galaxy A21s ଫୋନ୍‌କୁ ୩ଜିବି, ୪ଜିବି ଓ ୬ଜିବି ୩ଟି ଭ୍ୟାରିୟେଣ୍ଟ ଲଞ୍ଚ୍ ହେବା ସହିତ ବ୍ଲାକ୍‌, ହ୍ୱାଇଟ୍‌, ବ୍ଲୁ ଓ ରେଡ୍‌ ତିନୋଟି କଲର୍‌ରେ ଲଞ୍ଚ ହୋଇଛି।  ୩୨ଜିବି ଓ ୬୪ ଷ୍ଟୋରେଜ୍‌ ଯୁକ୍ତ ଫୋନ୍‌ର ଦାମ୍‌ ପାଖାପାଖି  ୧୬, ୪୦୦ ହେବ। Android 10 ଯୁକ୍ତ ଏହି ସ୍ମାର୍ଟଫୋନ୍‌ରେ OneUI Core ଦିଆଯାଇଛି। ଫୋନ୍‌ ବିକ୍ରି ୧୨୯ ଜୁନ୍‌ରୁ ଆରମ୍ଭ ହୋଇଯିବ। ତେବେ ବର୍ତ୍ତମାନ ଫୋନ୍‌ଟି ଲଣ୍ଡର୍ ଲଞ୍ଚ୍ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହା ଭାରତ ବଜାରକୁ ଆସିବ ବୋଲି କୁହାଯାଉଛି।

You might also like