ସତ ହେବ ସିନେମା କାହାଣୀ, ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି

 

  • ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, ସୃଷ୍ଟି ଗୋସ୍ୱାମୀଙ୍କୁ କରିବେ ଦିନିକିଆ ମୁଖ୍ୟମନ୍ତ୍ରୀ
  • ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବିଧାନସଭାରେ ସିଏମ୍ ହେବ ସୃଷ୍ଟି
  • ସମସ୍ତ ବିଭାଗ ସୃଷ୍ଟିଙ୍କ ସମ୍ମୁଖରେ ନିଜ ନିଜ ବିଭାଗର ପ୍ରେଜେଣ୍ଟେସନ୍ ଦେବେ
  • ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେବେ ସୃଷ୍ଟିଙ୍କ
  • ବାଳିକାଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ

ଆଉ ଜଣେ ‘ନାୟକ’ । ‘ନାୟକ’ ସିନେମା ଭଳି ସୃଷ୍ଟି ଦିନେ ପାଇଁ ହେବେ ‘ନାୟକ’। ସତ ହେବ ସିନେମା କାହାଣୀ। ୫ବର୍ଷ ପାଇଁ ନୁହେଁ  ଦିନିକିଆ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ। ୧୯ ବର୍ଷୀୟା ଯୁବତୀ ମୁଖ୍ୟମନ୍ତ୍ରୀ ହେବା ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ୍ୟ। ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଗ୍ରୋସରୀ ଦୋକାନୀଙ୍କ ଝିଅ ସୃଷ୍ଟି ଗୋସ୍ୱାମୀ। ୨୪ ଜାନୁୟାରୀରେ ସେ ଦାୟିତ୍ୱ ଗ୍ରହଣ କରିବେ।

ଜାନୁଆରୀ ୨୪ ବାଳିକା ଦିବସରେ ସୃଷ୍ଟି ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ। ସୃଷ୍ଟି କେବଳ ମୁଖ୍ୟମନ୍ତ୍ରୀ ପଦରେ ବସିବେନି ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବି କରିବେ। ଡେରାଡ଼ୁନରେ ବାଲ ଅଧିବେଶନ ସମୟରେ ତାଙ୍କୁ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ସିଏମ୍ କରାଯିବ। ଆଉ ରାଜ୍ୟ ସରକାର ଗ୍ରହଣ କରିଥିବା ବିକାଶ ମୂଳକ ଯୋଜନା ଉପରେ ୫ ମିଟିଟର ପ୍ରେଜେନଟେସନ୍ ବି ଦେବେ। ତେବେ ଜାନୁଆରୀ ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ , ପର୍ଯ୍ୟଟନ ବିଭାଗ, ଜଳ ସେଚନ ବିଭାଗ ଓ ମହିଳା ସଶକ୍ତିକରଣ ବିଭାଗର ସଚିବମାନେ ମଧ୍ୟ ଅଂଶଗ୍ରହଣ କରିବେ।  ଏହାପୂର୍ବରୁ ସୃଷ୍ଟି ବାଳ ବିଧାନସଭା ସଂଗଠନର ବିଧାୟକ ଭାବେ ବଛା ହୋଇଥିଲେ। ପୂର୍ବରୁ ଅନେକ ଅନ୍ତର୍ଜାତୀୟ ବାଳିକା ଦିବସରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇ ସାରିଛନ୍ତି।

ହରିଦ୍ୱାରର ଦୌଲତପୁରରେ ରୁହନ୍ତି ସୃଷ୍ଟି।  ତାଙ୍କ ବାପା ଏକ ଛୋଟ ଦୋକାନ ଚଳାଉଥିବା ବେଳେ ମା’ ଜଣେ ଅଙ୍ଗନୱାଡି କର୍ମୀ। ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ ସୃଷ୍ଟି। ତେବେ ଦିନିକିଆ ମୁଖ୍ୟମନ୍ତ୍ରୀ ହେବାର ଖବର ମିଳିବା ପରେ ସୃଷ୍ଟି ଗୋସ୍ୱାମୀ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି।  ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଖୁସି ଥିବା ସହ ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଝିଅ ମୁଖ୍ୟମନ୍ତ୍ରୀ ହେବା ଶୁଣି ବାପା ମାଆଙ୍କ ଖୁସି କହିଲେ ନସରେ।

 

 

 

 

 

 

 

 

 

 

 

 

 

You might also like