ଆଶ୍ଚର୍ଯ୍ୟ ! ବଢ଼ୁଛି ମୂର୍ତ୍ତିର ଆକାର, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଭାରତକୁ ଚତ୍ମକାର ଦେଶ ବୋଲି କୁହାଯାଇଥାଏ। ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପ୍ରତିବର୍ଷ ମୂର୍ତ୍ତିର ଆକାର ବଢ଼ିବାରେ ଲାଗିଛି। ଏହି ମନ୍ଦିରଟି ଶିବପାର୍ବତୀଙ୍କ ମନ୍ଦିର। କିନ୍ତୁ ସେହି ମନ୍ଦିରରେ ଥିବା ନନ୍ଦୀଙ୍କ ମୂର୍ତ୍ତିଟି ବଢ଼ିବାରେ ଲାଗିଛି। ଏପରିକି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିଜେ ତଦାରଖ କରି ରିପୋର୍ଟ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ।

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଅବସ୍ଥିତ ଏହି ମନ୍ଦିରର ନାମ ଶ୍ରୀ ୟଙ୍ଗତି ଉମା ମହେଶ୍ୱରା ମନ୍ଦିର। ଏହି ମନ୍ଦିରରେ ଥିବା ନନ୍ଦି ପ୍ରତିମୂର୍ତ୍ତିଟି ଆପେ ଆପେ ଏତେ ମାତ୍ରାରେ ବଢ଼ୁଛି ଯେ ସେଠାରେ ଥିବା କିଛି ସ୍ତମ୍ଭକୁ ମଧ୍ୟ ଭାଙ୍ଗିବାକୁ ପଡ଼ୁଛି। ଗୋଟେ ଗୋଟେ କରି ନନ୍ଦି ମୂର୍ତ୍ତି ଚାରିପାଖରେ ଥିବା ସ୍ତମ୍ଭକୁ ଭାଙ୍ଗିବାକୁ ପଡ଼ୁଛି।

ଏହି ମନ୍ଦିରଟି ବୈଷ୍ଣବ ପରମ୍ପରା ଅନୁଯାୟୀ ନିର୍ମିତ ହୋଇଛି। ଏହା ୧୫ତମ ଶତାବ୍ଦୀରେ ବିଜୟାନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶ ରାଜା ହରିହର ବୁକ୍କା ରାୟ ନିର୍ମାଣ କରିଥିଲେ। ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୩୦୮କିଲୋମିଟର ଏବଂ ବିଜୟୱାଡା ଠାରୁ ୩୫୯କିଲୋମିଟର ଦୂରରେ ଅବସ୍ଥିତ। ଯାହା ପ୍ରାଚୀନ କାଳର ପାଲ୍ଲାଭାସ୍, ଚୋଲାସ ଏବଂ ବିଜୟନଗର ଶାସକମାନଙ୍କର ପରମ୍ପରାକୁ ଦର୍ଶାଇ ଥାଏ।

ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରରେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସାମ୍ନାରେ ଥିବା ନନ୍ଦି ପ୍ରତିମୂର୍ତ୍ତିଟି ପୂର୍ବେ ବହୁତ ଛୋଟ ଥିଲା। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରତି ୨୦ବର୍ଷରେ ନନ୍ଦିର ମୂର୍ତ୍ତିଟି ଏକ ଇଞ୍ଚ ବଢ଼ିବାରେ ଲାଗିଛି। ସେମାନେ କହିଛନ୍ତି ଯେ ମୂର୍ତ୍ତିଟି ଯେଉଁ ପଥରରେ ନିର୍ମିତ ହୋଇଛି, ତାହା ସମୟ କ୍ରମେ ବିସ୍ତାରିତ ହୋଇଥାଏ। କୁହାଯାଏ ଯେ ଅଭିଶାପ ହେତୁ ଏହି ମନ୍ଦିରର ଆଖପାଖରେ ବି କାଉମାନେ ଦେଖାଯାଆନ୍ତି ନାହିଁ।

ଏହି ମନ୍ଦିର ଅଗସ୍ତି ଋଷିଙ୍କ ଦ୍ୱାରା ସ୍ଥାପିତ ହୋଇଛି ବୋଲି ବିଶ୍ୱାସ ରହିଛି। ସେ ଏଠାରେ ପ୍ରଭୁ ଭେଙ୍କଟେଶଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ନିର୍ମାଣ ସମୟରେ ମୂର୍ତ୍ତିର ଆଙ୍ଗୁଠି ଭାଙ୍ଗିଯିବା କାରଣରୁ ଅଧାରୁ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ଏନେଇ ଅଗସ୍ତି ଋଷି ନିରାଶ ହୋଇ ପ୍ରଭୁ ଭୋଳାଶଙ୍କରଙ୍କୁ ତପସ୍ୟା କରିଥିଲେ। ତା’ପରେ ଭୋଳାନାଥ ପ୍ରସନ୍ନ ହୋଇ ଅଗସ୍ତିଙ୍କୁ କହିଥିଲେ ଯେ ତାଙ୍କର ମନ୍ଦିର ଏଠାରେ ନିର୍ମାଣ କରିବା ଉଚିତ୍‌ ହେବ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯେତେବେଳେ ଅଗସ୍ତି ଋଷି ତପସ୍ୟା କରୁଥିଲେ, ସେତେବେଳେ କାଉମାନେ ଆସି ତାଙ୍କୁ ହଇରାଣ କରୁଥିଲେ। ଋଷି କ୍ରୋଧିତ ହୋଇ କାଉମାନଙ୍କୁ ଏଠାକୁ କେବେ ବି ଆସିପାରିବେ ନାହିଁ ବୋଲି ଅଭିଶାପ ଦେଇଥିଲେ। କାଉଙ୍କୁ ଶନିଦେବଙ୍କ ବାହାନ ବୋଲି କୁହାଯାଏ। ଏନେଇ ସେଠାରେ ଶନିଦେବଙ୍କର ମଧ୍ୟ ପୂଜା କରାଯାଏ ନାହିଁ।

ଏଠାରେ ଶିବ-ପାର୍ବତୀ ଅର୍ଦ୍ଧନାରୀଶ୍ୱର ରୂପରେ ବିରାଜମାନ କରିଛନ୍ତି। ଏହି ପ୍ରତିମାଟିକୁ ପଥରରେ ଖୋଦନ କରାଯାଇ ନିର୍ମିତ କରାଯାଇଛି। ଏ ହେଉଛି ଦେଶର ପ୍ରଥମ ମନ୍ଦିର ଯେଉଁଠି ଶିବଙ୍କ ଲିଙ୍ଗକୁ ପୂଜା କରାଯାଏ ନାହିଁ, ଏଠାରେ ତାଙ୍କର ପଥରରେ ନିର୍ମିତ ପ୍ରତିମାକୁ ପୂଜା କରାଯାଇଥାଏ।

ସୁନ୍ଦର ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରରେ ଏକ  ପୁଷ୍କରିଣୀ ରହିଛି। ଏହି ପବିତ୍ର ପୁଷ୍କରିଣୀରୁ ପାଣି ସର୍ବଦା ପ୍ରବାହିତ ହୋଇଥାଏ।  ମନ୍ଦିରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ  ଦ୍ୱିଗୁଣିତ କରିଦେଇଥାଏ। ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି ଯେ ଏହି ପୁଷ୍କରିଣୀକୁ ପାଣି କେଉଁଠାରୁ ଆସୁଛି। ଭକ୍ତମାନଙ୍କ ବିଶ୍ୱାସ ରହିଛି ଯେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଏହି ପାଣିରେ ସ୍ନାନ କଲେ ସବୁ ପାପ କ୍ଷୟ ହୋଇଥାଏ।

ଆହୁରି ପଢ଼ନ୍ତୁ

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପୂର୍ବରୁ ଜଳିଗଲା ଘର

You might also like