୬୯୯ ଟଙ୍କାରେ ମିଳୁଛି ୩୩ ଶହ ଜିବି ଡାଟା

ନୂଆଦିଲ୍ଲୀ: କରୋନା କାରଣରୁ ଏବେ ବିଭିନ୍ନ କମ୍ପାନୀର କର୍ମଚାରୀ ହୁଅନ୍ତୁ ବା ଘରେ ରହୁଥିବା ବ୍ୟକ୍ତି, ସମସ୍ତେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର କରୁଛନ୍ତି। ଯାହା ଫଳରେ ସାଧାରଣ ରିଚାର୍ଜରେ ଡାଟା ଖୁବ୍ କମ୍‌ ମିଳୁଥିବାରୁ ବ୍ୟବହାରକାରୀ ଅସନ୍ତୁଷ୍ଟ ହେଉଛନ୍ତି। ଏହାଛଡ଼ା ଓଟିଟି ପ୍ଲାଟଫର୍ମର ଅଧିକ ବ୍ୟବହାର କାରଣରୁ ଡାଟା ସରିଯାଉଛି।

ତେଣୁ ଗ୍ରହାକଙ୍କ ସୁବିଧା ପାଇଁ ସ୍ପୀଡ୍‌ ଇଣ୍ଟରନେଟ୍‌ ସହ ଅଧିକ ଡାଟା ଖୁବ୍‌ କମ୍‌ ଦାମ୍‌ରେ ଯୋଗାଇ ଦେଉଛନ୍ତି କିଛି ବଡ଼ ବଡ଼ କମ୍ପାନୀ। ସେମାନଙ୍କ ମଧ୍ୟରେ…

ରିଲିଆନ୍ସ ଜିଓ

ଦେଶର ସବୁଠାରୁ ବଡ଼ ନେଟ୍‌ୱାର୍କ ରିଲିଆନ୍ସ ଜିଓ ଫାଇବର ତାର ଗ୍ରାହାକଙ୍କୁ ଖୁସି କରିବା ପାଇଁ ମାସିକ ୬୯୯ ଟଙ୍କାରେ ୧୦୦ ଏମ୍‌ବିପିଏସ୍‌ ସ୍ପୀଡ୍‌ର ଇଣ୍ଟରନେଟ୍‌ ଦେଉଛି। ଏହି ପ୍ଲାନ୍‌ରେ କମ୍ପାନୀ ୩.୩ଟିବି ବା ୩୩ ଶହ ଜିବି ଡାଟା ପ୍ରଦାନ କରୁଛି। ଏଥିସହ ପ୍ଲାନ୍‌ଟିରେ ଗ୍ରାହାକଙ୍କୁ ଅନଲିମିଟେଡ କଲିଂର ଫାଇଦା ମଧ୍ୟ ମିଳୁଛି। କିନ୍ତୁ ଏହି ପ୍ଲାନ୍‌ରେ ଜିଓ ଆପ୍ସ କିମ୍ୱା ଅନ୍ୟ କୌଣସି ଓଟିଟି ପ୍ଲାଟ୍‌ଫର୍ମକୁ ଫ୍ରି ସବ୍‌ସ୍କ୍ରିପସ୍‌ନ କରିବା ପାଇଁ ସୁବିଧା ଦିଆଯାଇନାହିଁ।

ଏୟାରଟେଲ

ସେହିପରି ଏୟାରଟେଲ ଫାଇବର ମଧ୍ୟ ଗ୍ରାହାଙ୍କ ପାଇଁ ୭୯୯ ଟଙ୍କାରେ ଇଣ୍ଟରନେଟ୍‌ ସୁବିଧା ପ୍ରଦାନ କରୁଛି। ଏହି ପ୍ଲାନ୍‌ରେ ୧୦୦ ମବିପିଏସ୍‌ ସ୍ପୀଡ୍‌ ସହ ୩.୩ ଟିବି ବା ୩୩ ଶହ ଜିବି ଡାଟା ମିଳୁଛି। ଖାସ୍‌ କରି ଏଥିରେ ଅନଲିମିଟେଡ୍‌ ଭଏସ୍‌ କଲିଂର ସୁବିଧା ରହିଛି। ଏହାଛଡ଼ା ଏଥିରେ ଗ୍ରାହାକଙ୍କୁ ୱିଙ୍କ୍‌ ମ୍ୟୁଜିକ୍‌ ଏବଂ ଏୟାରଟେଲ୍‌ ଏକ୍ସଟ୍ରିମ୍ ପ୍ରିମିୟମର ମାଗଣା ସବ୍‌ସ୍କ୍ରିପସ୍‌ନ ମିଳିପାରୁଛି।

ବିଏସ୍‌ଏନ୍‌ଏଲ୍

ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍‌ ବା ବିଏସ୍‌ଏନ୍‌ଏଲ୍‌ ମଧ୍ୟ ନିଜ ଗ୍ରହାକଙ୍କୁ ସୁବିଧା ପ୍ରଦାନ କରିବାରେ ପଛରେ ନାହିଁ। ୫୧୯ ଟଙ୍କାରେ ବିଏସ୍‌ଏନ୍‌ଏଲ୍‌ ତାର ଗ୍ରାହାକଙ୍କୁ ସେବା ଯୋଗାଇ ଦେଉଛି। ଏହି ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ସହ ଦିନକୁ ୩ ଜିବି ଡାଟାର ସୁବିଧା ମିଳୁଛି। ଦୈନିକ ଡାଟା ସରିଯିବା ପରେ ମଧ୍ୟ ଆପଣ ଇଣ୍ଟରନେଟ୍‌ ଚଳାଇବାର ସୁବିଧା ମଧ୍ୟ ପାଇବେ। କିନ୍ତୁ ଏହାର ସ୍ପୀଡ୍‌ ୨ ଏମ୍‌ବିପିଏସ୍‌କୁ ଖସି ଆସୁଥିବାରୁ ପୂର୍ବ ଭଳି ଏହା ସ୍ପିଡ୍‌ ଚାଲିବ ନାହିଁ। ଏହି ପ୍ଲାନ୍‌ରେ ଭଏସ୍‌ କଲିଂର ସୁବିଧା ମଧ୍ୟ ଦିଆଯାଇଛି।

 

You might also like