ବାହାହେବାକୁ ସାଇକେଲରେ ଯାଉଥିଲେ; ବେଦି ବଦଳରେ କ୍ୱାରେଣ୍ଟାଇନ୍‌କୁ ଗଲେ

ଲୁଧିଆନା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ ସହିତ ଯୁଦ୍ଧ କରୁଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନଙ୍କର କାମ ସବୁ ବନ୍ଦ‌ ହୋଇଯାଇଛି, ଘରେ ବନ୍ଦୀ ଜୀବନ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଜଣେ ଯୁବକ ବିବାହ କରିବା ପାଇଁ ସାଇକେଲରେ ଏକ ହଜାର କିଲୋମିଟର ଯିବାକୁ ସ୍ଥିର କରିଥିଲେ। କିନ୍ତୁ ଦୁଃଖର ବିଷୟ ଯୁବକ ଜଣକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା।

ଉତ୍ତରପ୍ରଦେଶର ବଳରାମପୁରର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ତାଙ୍କୁ ରଖାଯାଇଛି। ଯୁବକ ଜଣଙ୍କ ନାଁ ସୋନୁ କୁମାର ଚୌହାନ୍‌। ସେ ମହାରାଜଗଞ୍ଜ ଜିଲ୍ଲାର ପିପ୍ରା ରସୁଲପୁର ଗାଁର ବାସିନ୍ଦା।

ସୋନୁଙ୍କ ବିବାହ ଏପ୍ରିଲ ୧୫ରେ ଧାର୍ଯ୍ୟ କରାଯାଇଥିଲା। ସେ ତାଙ୍କ ଗାଁଠୁ ୨୫ କିଲୋମିଟର ଦୂରରେ ବିବାହା କରିବାକୁ ଯାଉଥିଲେ।

ଲକ୍‌ଡାଉନ୍‌ ଯୋଗୁ ତାଙ୍କ କାମ ବନ୍ଦ ହୋଇଯାଇଥିଲା। ତେଣୁ ସେ ଘରକୁ ଯିବା ପାଇଁ ସ୍ଥିର କଲେ। ସୋନୁ ତାଙ୍କର ଅନ୍ୟ ତିନି ଜଣ ସାଙ୍ଗଙ୍କ ସହ ସାଇକେଲରେ ଲୁଧିଆନା ଅଭିମୁଖେ ଯାତ୍ରା କଲେ। ୮୫୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ସୋନୁ ଓ ତାଙ୍କ ସାଙ୍ଗମାନେ ବଳରାମପୁରରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପୋଲିସ ତାଙ୍କୁ ଅଟକାଇଥିଲା। ଆଗକୁ ସେମାନଙ୍କୁ ଯିବାକୁ ଦେଇନଥଲା।

ପୋଲିସ ସୋନୁଙ୍କ ସମେତ ତାଙ୍କର ସାଙ୍ଗମାନଙ୍କୁ ବଳରାମପୁରରେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦେଇଥିଲା।  ସୋନୁ ପୋଲିସକୁ ବାହାଘର କଥା କହି ଘରକୁ ଯିବାକୁ ଅନୁମତି ମାଗିଥିଲେ ମଧ୍ୟ ପ୍ରଶାସନ ତାଙ୍କ କଥା ଶୁଣିନଥିଲା।

You might also like