କିଏ କରିଥିଲେ ଇ-ମେଲର ଆବିଷ୍କାର ?

  • ଇ-ମେଲ୍‌କୁ ଆବିଷ୍କାର କରିଥିଲେ ରେ-ଟମ୍‌ଲିନ୍‌ସନ୍
  • ୟୁଜର୍ ନେମ୍ ଡୋମେନ୍‌ ନେମ୍‌ ଓ @ ମିଶି ତିଆରି ହୋଇଥାଏ ଇମେଲ୍ ଆଇଡି
  • ୧୦୧୪ରେ ମୂଳ ଭାରତୀୟ ଶିବ ଆୟଦୁରାଇ ଇ-ମେଲ୍‌କୁ ଆବିଷ୍କାର କରିଥିବା ନେଇ ଦାବି କରିଥିଲେ

ବର୍ତ୍ତମାନ ସମୟରେ ଇ-ମେଲ୍‌ର ଆବଶ୍ୟକତା ଖୁବ୍‌ ବଢ଼ିଯାଇଛି। ଚିଠି ହେଉ କିମ୍ବା ଦରଖାସ୍ତ କିମ୍ବା ଅନ୍ୟ କୌଣସି ଦରକାରୀ ଦାପ୍ତରିକ ସୂଚନା ପାଇଁ ଆମେ ଇ-ମେଲ୍‌ର ବ୍ୟବହାର କରୁଛୁ। ଥରେ ଭାବନ୍ତୁ ତ, ଯଦି ଏଇ ଇ-ମେଲ୍‌ ନଥାନ୍ତା ! ତେବେ ଆପଣ କ’ଣ ଏତେ ସହଜରେ ଏସବୁ ଲେଖି ପଠାଇ ପାରିଥାନ୍ତେ, ଏଥିପାଇଁ ବୋଧ୍‌ ହୁଏ ଆମକୁ କାଗଜ କଲମ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା।

ଯାହାହେଉ, ରେ ଟମ୍‌ଲିନ୍‌ସନ୍‌ ଏଇ ଇ-ମେଲ୍‌ ଉଦ୍ଭାବନ କରି ଆଧୁନିକ ଜୀବନଶୈଳୀକୁ ଏକପ୍ରକାର ସହଜ ଓ ସ୍ୱଚ୍ଛନ୍ଦ କରିଦେଇଛନ୍ତି । ଆଜି ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା।

ଇ-ମେଲ୍‌ର ଫୁଲ୍‌ ଫର୍ମ ହେଲା Electronic Mail । ଲୋକେ ଏହାକୁ ଇ-ମେଲ୍ ବୋଲି କହିଥାନ୍ତି। ଆମେରିକାର କମ୍ପ୍ୟୁଟର୍‌ ପ୍ରୋଗାମର ରେ-ଟମ୍‌ଲିନ୍‌ସନ୍‌ଙ୍କୁ ଇ-ମେଲ୍‌ର ଆବିଷ୍କାରକ ବୋଲି କୁହାଯାଏ। ସେ ପ୍ରଥମେ ୧୯୭୧ରେ ଗୋଟିଏ ନେଟ୍‌ୱାର୍କରୁ ଅନ୍ୟ ଏକ ନେଟୱର୍କକୁ ମେଲ୍‌ ପଠାଇଥିଲେ। ଏଥିସହିତ ସେ ପ୍ରଥମେ କମ୍ପ୍ୟୁଟର୍‌ ଇଞ୍ଜିନୟର ଭାବରେ @ ସିମ୍ବଲ୍‌ର ବ୍ୟବହାର କରିଥିଲେ। କିନ୍ତୁ ସେ ପ୍ରଥମ ମେଲ୍‌ରେ କ’ଣ ଲେଖିଥିଲେ ତାହା ଆଜିଯାଏ କାହାକୁ ଜଣାନାହିଁ।

ଇ-ମେଲ୍‌ ପଠାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ଆଡ୍ରେସ୍‌(ଇମେଲ୍‌ ଆଡ୍ରେସ୍)ର ଆବଶ୍ୟକତା ପଡ଼ିଥାଏ। ଆଉ ଏହି ଇ-ମେଲ୍‌ ଆଡ୍ରେସ୍‌ ୟୁଜର୍‌ଙ୍କ ନାଁ ଓ ଯେଉଁ ମାଧ୍ୟମରେ ମେସେଜ୍‌ ପଠାଇବେ ତାର ଆଡ୍ରେସ୍‌ ମିଶି ଇ-ମେଲ୍‌ ଆଡ୍ରେସ୍‌ ତିଆରି ହୋଇଥାଏ। ଉଦାହରଣ ସ୍ୱରୂପ- user@gmail.com

ଇମେଲ୍‌ ଆଇଡି ଖୋଲିବା ପାଇଁ ପ୍ରଥମେ ୟୁଜର ନେମ୍‌ର ଆବଶ୍ୟକ ପଡ଼ିଥାଏ। ଏହା @ ଚିହ୍ନ ପୂର୍ବରୁ ବ୍ୟବହାର କରାଯାଏ। ଯାହା Email ଆକାଉଣ୍ଟ ଲଗ୍‌ଇନ୍ କରିବା ପାଇଁ ଆବଶ୍ୟକ ପଡ଼ିଥାଏ। ଉଦାହରଣରେ Odishatv ଏକ ୟୁଜର ଆଇଡି ହୋଇପରିବ। ଏଥିରେ ଆପଣ @ ଲଗାଇ ଇମେଲ୍ ଆଇଡି ବନାଇ ପାରିବେ।

ୟୁଜର ଆଇଡି ପରେ ଡୋମେନ୍ ନେମ୍‌ର ଆବଶ୍ୟକତା ପଡ଼ିଥାଏ। @ ପର ଭାଗକୁ ଡୋମେନ୍ ନେମ୍‌ କୁହାଯାଏ। ଉପରେ ଦିଆଯାଇଥିବା ୟୁଜର ଆଇଡିର ଡୋମେନ୍‌ ନେମ୍ gmail.com ।  ଏଥିରେ ଯେଉଁ ଟପ୍‌ ଲେବଲ ଡୋମେନ୍ ଯୋଡ଼ା ହୋଇଛି ତାହା ହେଲା .com। ଯଦି ଆପଣ ଏହାକୁ ଲେଖନ୍ତି ତେବେ  Odishatv@gmail.com ହେବ। ଏଥିରେ gmail ସର୍ଭିସ ପ୍ରୋଭାଇଡର ହୋଇଥିବା ବେଳେ .com  ସର୍ଭିସ ପ୍ରୋଭାଇଡର ପ୍ରକାରକୁ ଦର୍ଶାଇଥାଏ।

ସେହିପରି ଇ-ମେଲ୍‌ରେ @ ଚିହ୍ନର ଆବଶ୍ୟକତା ଅତି ଜରୁରୀ। ୟୁଜର ଓ ଡୋମେନକୁ ଅଲଗା ରଖିବା ପାଇଁ ଚିହ୍ନର ବ୍ୟବହାର କରାଯାଏ। ଯାହା ଇମେଲ୍‌ ଆଇଡର ଏକ ଅଭିନ୍ନ ଅଙ୍ଗ। ଏହିପରି ଭାବେ ଆପଣ ୟୁଜର୍ ଆଇଡି ଓ ଡୋମେନ୍‌ ନାଁ ଯୋଡ଼ି ଇ-ମେଲ୍ ଆଇଡି ବନାଇ ପାରିବେ।

ସୂଚନା ଥାଉକି, ୨୦୧୪ରେ ଇ-ମେଲ୍‌ର ଉଦ୍ଭାବନକୁ ନେଇ ବିବାଦ ଦେଖା ଦେଇଥିଲା। ମୂଳ ଭାରତୀୟ ଆମେରିକା ନାଗରିକ ଶିବ ଆୟଦୁରାଇ ଇ-ମେଲ୍ ଉଦ୍ଭାବନ କରିଥିବା ଦାବି କରିଥିଲେ। 

You might also like