ପୁଲିସ୍‌କୁ ନାକେଦମ କଲା ମୂଷା

ଲକ୍ଷ୍ନୌ:  ଉତ୍ତର ପ୍ରଦେଶ ଶାମଲି ଜିଲ୍ଲାର ଏକ ଇଣ୍ଡିଆନ୍‌ ବ୍ୟାଙ୍କରେ ଆଲାର୍ମ ବାଜିଲା। ସମସ୍ତେ ଭାବିଥିଲେ ବ୍ୟାଙ୍କରେ ଚୋରି କରିବା ପାଇଁ ଚୋର ପଶିଛନ୍ତି। ସେଥିପାଇଁ ବ୍ୟାଙ୍କ କର୍ମଚାରୀ, ସମେତ ପୁଲିସ ଚୋର ଧରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ହେଲେ ସେମିତି କିଛି ଘଟିନଥିଲା। ବ୍ୟାଙ୍କର ଏକ ଜାଗାରେ ମୂଷା ପଶିଯାଇଥିଲା। ସେଥିପାଇଁ ଆଲାର୍ମ ବାଜିବାକୁ ଲାଗିଥିଲା।

ପୁଲିସ କହିଛି ,ଜନ୍ମାଷ୍ଟମୀ ଛୁଟି ଯୋଗୁ କେହି ବ୍ୟାଙ୍କ କର୍ମଚାରୀ ସେଠାରେ ନଥିଲେ। ଆଲାର୍ମ ଶବ୍ଦ ଶୁଣି ସ୍ଥାନୀୟ ଲୋକ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ହେଲେ ଆଲାର୍ମ ସିଷ୍ଟମ ପାଖରେ କିଛି ମୂଷା ବୁଲୁଥିବାର ଦେଖାଯାଇଥିଲା।ଏହିପରି ନିକଟରେ ଆସାମରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଏକ ଏଟିଏମ୍‌ରେ ମୂଷା ୧୨ ଲକ୍ଷରୁ ଅଧିକ ଟଙ୍କା କାଟି ଦେଇଥିଲେ।

ଟେକ୍ନିସିଆନ ଏଟିଏମ୍‌ ପାଖରେ ପହଞ୍ଚିବା ପରେ ଦେଖିଥିଲେ କି ସେଠାରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକ କଟା ଅବସ୍ଥାରେ ପଡ଼ିଥିଲା। ଏହି ଟଙ୍କାକୁ ମୂଷା ନଷ୍ଟ କରିଥିବା କଥାକୁ ବ୍ୟାଙ୍କ ପକ୍ଷରୁ ମଧ୍ୟ ସ୍ୱୀକାର କରାଯାଇଥିଲା। ଏଟିଏମ୍‌ରେ ୨୯.୪୮ ଲକ୍ଷ ଟଙ୍କା ଜମା ଥିଲା। ସେଥିରୁ ୧୨ ଲକ୍ଷ ୩୮ ହଜର ଟଙ୍କା ମୂଷା ନଷ୍ଟ କରିଦେଇଥିଲେ।

You might also like