ଏବେ କ’ଣ କରୁଛନ୍ତି ‘ରାମାୟଣ’ରେ ଅଭିନୟ କରିଥିବା ଲବ, କୁଶ ?

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରୁଛନ୍ତି।

‘ରାମାୟଣ’ ପୁନଃ ପ୍ରସାରିତ ହେବାପରେ ପୁଣିଥରେ ରାମାୟଣର କାହାଣୀ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

‘ରାମାୟଣ’ରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଭଳି ଲବ, କୁଶ ଚରିତ୍ରରେ ଅଭିନୟ କରିଥିବା କଳାକାର ମଧ୍ୟ ବଡ଼ ହୋଇ ଯାଇଛନ୍ତି। ଏହି ଦୁଇ କଳାକାର ମରାଠୀର।

ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, ‘ରାମାୟଣ’ରେ ଲବ, କୁଶ ଚରିତ୍ରରେ ସ୍ୱପ୍ନିଲ ଯୋଶୀ ଓ ମୟୂରେଶ କ୍ଷେତ୍ରମଦେ ଅଭିନୟ କରିଥିଲେ। ଏହି ୨ ଜଣଙ୍କ ମଧ୍ୟରୁ ଏବେ ଜଣେ ମରାଠୀ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତା ଓ ଅନ୍ୟଜଣେ ଆମେରିକାର ନ୍ୟୁ ଜର୍ସିରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଏକ ବଡ଼ ପଦବୀରେ ଅଛନ୍ତି। 

ଲବ ଚରିତ୍ରରେ ଅଭିନୟ କରିଥିବା ସ୍ୱପ୍ନିଲ ଯୋଶୀ ‘ମିତୱା’, ‘ଦିଶୱାରୀ’ ଭଳି ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରିଥିବା ଦେଖିବାକୁ ମିଳିଛି ସେହିପରି କୁଶ ଚରିତ୍ରରେ ଅଭିନୟ କରିଥିବା ମୟୂରେଶ ନ୍ୟୁ-ଜର୍ସିରେ ଏକ ପ୍ରତିଷ୍ଠିତ ପ୍ରାଇଭେଟ କମ୍ପାନୀରେ ଏକ ବଡ଼ ପଦବୀରେ ଅଛନ୍ତି  ସେ ଜଣେ ଭଲ ଲେଖକ ମଧ୍ୟ

You might also like