ଏକଜିଟ୍ ପୋଲ୍ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର

ନୂଆଦିଲ୍ଲୀ : ସରିଲା ୫ ରାଜ୍ୟରେ ବିଧାନସଭା ଭୋଟ୍। ୧୧ରେ ଗଣତି ସହ ଅସଲ ଫଳ ଅାସିବା ପୂର୍ବରୁ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ଫଳାଫଳ ଭିନ୍ନ ଭିନ୍ନ ସଂସ୍ଥାଙ୍କ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ରାଜସ୍ଥାନରେ କଂଗ୍ରେସ କ୍ଲିନସ୍ୱିପ୍ କରିବାର ସଙ୍କେତ ଅାସୁଛି। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ତେଲେଙ୍ଗାନାରେ କ୍ଷମତା ବଜାୟ ରଖିପାରନ୍ତି KCR।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ଼ା ଟକ୍କର। ଏଠି ମୋଟ ୨୩୦ ଅାସନରୁ ଇଣ୍ଡିଅା ଟୁଡେ-ଏକ୍ସିସ୍ ଏକଜିଟ୍ ପୋଲ୍ ସର୍ଭେ ଅନୁସାରେ ବିଜେପିକୁ ୧୦୨ରୁ ୧୨୦ ଅାସନ ମିଳିପାରେ। ସେହିଭଳି କଂଗ୍ରେସ, ୧୦୪-୧୨୨ ଅାସନ ହାସଲ କରିବା ଅନୁମାନ କରାଯାଇଛି।

ଜନ୍ କି ବାତ୍ ଏକଜିଟ୍ ପୋଲ ଅନୁସାରେ, ବିଜେପିକୁ ୧୦୮ରୁ ୧୨୮, କଂଗ୍ରେସକୁ ୯୫ରୁ ୧୧୫ ଏବଂ ଅନ୍ୟାନ୍ୟ ଦଳଙ୍କ ହାତକୁ  ୭ଟି ଅାସନ ଯାଇପାରେ। ସି-ଭୋଟର୍ ଅାକଳନ ଅନୁସାରେ ବିଜେପି ୯୦ରୁ ୧୦୬ ଅାସନ ପାଇବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୧୧୦ରୁ ୧୨୬ଟି ଅାସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଅନ୍ୟାନ୍ୟଙ୍କ ହାତକୁ ୬ରୁ ୨୨ଟି ଅାସନ ମିଳିବା ନେଇ ଅନୁମାନ କରିଛି ସି ଭୋଟର।

ସେହିପରି ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଛି। ଲଗାତର ଭାବେ ୩ ଥର ଶାସନ କ୍ଷମତାରେ ଥିବା ବିଜେପି ସହ କଡ଼ା ମୁକାବିଲା କରିଛି କଂଗ୍ରେସ୍। ନ୍ୟୁଜ୍ ଏକ୍ସ ଏକଜିଟ୍ ପୋଲ ଅନୁସାରେ ରାଜ୍ୟର ମୋଟ ୯୦ ଅାସନରୁ ବିଜେପି ୪୩ଟି ଅାସନରେ ବିଜୟ ଲାଭ କରିପାରେ।  କଂଗ୍ରେସକୁ ୪୦ଟି ଅାସନ ଓ ଅନ୍ୟାନ୍ୟ ଦଳକୁ ୭ଟି ଅାସନ ମିଳିବାର ସମ୍ଭାବନା ରହିଛି ବୋଲି ଏହି ସଂସ୍ଥା ଅାକଳନ କରିଛି।

C-VOTER ପୂର୍ବାନୁମାନରେ କଂଗ୍ରେସର ପଲ୍ଲା ଭାରି ରହିଛି। ଏହି ସଂସ୍ଥାର ଅାକଳନ ଅନୁସାରେ ବିଜେପିକୁ ୩୫ରୁ ୪୩, କଂଗ୍ରେସକୁ ୪୦ ରୁ ୫୦ ଓ ବିଏସପିକୁ ୩ରୁ ୭ଟି ଅାସନ ମିଳିପାରେ। ସେହିଭଳି TIMES NOW-CNXର ଏକ୍‌ଜିଟ୍ ପୋଲ୍ ସର୍ଭେ ଅନୁସାରେ ବିଜେପିକୁ ୪୬, କଂଗ୍ରେସକୁ ୩୫, ବିଏସପି ମେଣ୍ଟକୁ ୭ ଓ ଅନ୍ୟାନ୍ୟ ଦଳକୁ ୨ଟି ଅାସନ ମିଳିପାରେ।

ରାଜସ୍ଥାନରେ ବି କଂଗ୍ରେସ ସପକ୍ଷରେ ଭବିଷ୍ୟବାଣୀ କରିଛନ୍ତି ବିଭିନ୍ନ ଏକଜିଟ୍ ପୋଲ ସଂସ୍ଥା। ଏଠାରେ ବସୁନ୍ଧରା ରାଜେ ସରକାରକୁ ମାତ୍‌ ଦେଇ କଂଗ୍ରେସ କ୍ଷମତାକୁ ଅାସିବା ଅନୁମାନ କରାଯାଉଛି। ରାଜ୍ୟରେ କଂଗ୍ରେସକୁ ୧୧୯ରୁ ୧୪୧, ବିଜେପିକୁ ୫୫ରୁ ୭୨ ଏବଂ ଅନ୍ୟାନ୍ୟ ଦଳକୁ ୪-୧୧ ଅାସନ ମିଳିବା ନେଇ INDIA TODAY-AXIS ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଛି।

C- VOTER ଅାକଳନ ଅନୁସାରେ ୧୯୯ ଅାସନରୁ କଂଗ୍ରେସକୁ ୧୦୫, ବିଜେପିକୁ ୬୦ ଓ ଅନ୍ୟାନ୍ୟ ଦଳକୁ ୩ ଅାସନ ମିଳିପାରେ । ସେହିଭଳି JAN KI BAAT ଅାକଳନ ଅନୁସାରେ କଂଗ୍ରେସକୁ ୯୧,ବିଜେପିକୁ ୯୩ ଓ ଅନ୍ୟାନ୍ୟ ଦଳକୁ ୧୫ ଅାସନ ମିଳିବା ସମ୍ଭାବନା ରହିଛି।

ତେଲଙ୍ଗାନାରେ ପୁଣି କ୍ଷମତାକୁ ଫେରିପାରେ TRS।  NEWSX ଅାକଳନ ଅନୁସାରେ ଏଠାରେ ଟିଆର୍‌ଏସ୍‌କୁ ୫୭ଟି ଅାସନ ମିଳିପାରେ। କଂଗ୍ରେସକୁ ୪୬ ଓ ବିଜେପିକୁ ୬ଟି ସିଟ୍ ମିଳିପାରେ। ସେହିପରି TIMESNOW-CNX ଅନୁସାରେ TRSକୁ  ୬୬, CONGକୁ  ୩୭,  BJPକୁ ୭ଟି ଅନ୍ୟାନ୍ୟକୁ୯ଟି ଅାସନ ମିଳିପାରେ।

୪୦ ଅାସନ ବିଶିଷ୍ଟ ମିଜୋରାମରେ କଂଗ୍ରେସ ସପକ୍ଷରେ ଯାଇଛି ଏକଜିଟ୍ ପୋଲ ଅାକଳନ। ଏଠାରେ କଂଗ୍ରେସକୁ ୧୪-୧୮, MNF ୧୬-୨୦ ଏବଂ ZPMକୁ ୩-୭ରୁ ଅାସନ ମିଳିବା ନେଇ ପୂର୍ବାନୁମାନ କରିଛି ଏକଜିଟ୍ ପୋଲ ସଂସ୍ଥା ସି ଭୋଟର।

You might also like