ଜଣେ ବୀରଙ୍ଗନାଙ୍କ କାହାଣୀ ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିନଥିଲେ ରାଧା । ଲୁହଭିଜା ଆଖିରେ କଠିନ ପରିଶ୍ରମ କଲେ, ଫ୍ଲାଇଂ ଅଫିସର ଭାବେ ଦାୟିତ୍ୱ ଗ୍ରହଣ କଲେ ଜମ୍ମୁର ରାଧା

  • ୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ
  • ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା

ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ ରାଧା ।  ରାଧା ନିକଟରେ ଏୟାରଫେ।ର୍ସର ଫ୍ଲାଇଂ ଅଫିସର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସେ ସଫଳତାର ସ୍ୱାଦ ଚାଖିଛନ୍ତି । ୮ ଅଗଷ୍ଟ ୧୯୯୨ରେ ଜମ୍ମୁ ସାମ୍ବା ଜିଲ୍ଲାର ରମେଲପୁର ଗାଁରେ ଜନ୍ମିତ ରାଧା ଏକ ଆର୍ମି ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ବେଶ ମେଧାବୀ । ଆର୍ମି ସ୍କୁଲରେ ଦ୍ୱାଦଶ ଯାଏଁ ପଢ଼ିବା ପରେ ଜମ୍ମୁ ବିଶ୍ୱବିଦ୍ୟାଳୟରେ ଆଇନ୍ ପାଠପଢ଼ା ପାଇଁ ନାମ ଲେଖାଇଥିଲେ । ତେବେ ପାଠପଢ଼ା ଶେଷ ହେବା ପୂର୍ବରୁ ହିଁ ୨୦୧୫ରେ ତାଙ୍କର ବିବାହ କରାଇଦେଲେ ପରିବାର ଲେ।କ ।

ରାଧାଙ୍କ ସ୍ୱାମୀ ଏୟାରଫେ।ର୍ସରେ ଜଣେ ନନ କମିସନଡ଼ ଅଫିସର ଭାବେ କାମ କରୁଥିଲେ । ବିବାହର ଏକ ବର୍ଷ ତଥା ୨୦୧୬ରେ ନିଜ ପାଠପଢ଼ା ଶଷ କରିଥିଲେ ରାଧା ଏବଂ ଜଣେ ସାଧାରଣ ମହିଳା ପରି ଘରର କାମ କରିବାରେ ଲାଗିଲେ । ଏହାସହ ଜମ୍ମୁ ହାଇକେ।ର୍ଟରେ ହିଁ ଓକିଲାଲି ପ୍ରାକ୍ଟିସ୍ କରିବା ଆରମ୍ଭ କରିଦେଲେ । କିନ୍ତୁ ୨୧ ଜୁନ ତାଙ୍କ ପାଇଁ ଏପରି ଏକ କଳାଦିନ ଥିଲା, ଯେଉଁଦିନ ସେ ବେସାହାରା ହେ।ଇଗଲେ । କ୍ଷଣିକରେ ସବୁ କିଛି ହରେଇ ଦେଲେ ରାଧା । ଅଚାନକ ହିଁ ତାଙ୍କ ସ୍ୱାମୀ ହୃଦଘାତରେ ପ୍ରାଣ ହରାଇଥିଲେ । ଦେଖୁ ଦେଖୁ ଆଖି ଆଗରେ କଳାବାଦଲ ଘେ।ଟିଗଲା, ସବୁ ଛାରଖାର ହେ।ଇଗଲା । ସବୁବେଳେ ହସ ହସ ରହୁଥିବା ରାଧାଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ିବସିଲା ।

୨୪ ଜୁନରେ ଜମ୍ମୁ-କାଶ୍ମୀରର ପୁଲିସରେ ସବ ଇନିସେପକ୍ଟର ପେ।ଷ୍ଟ ପାଇଁ ରାଧାଙ୍କ ସାକ୍ଷାତକାର ଥିଲା । ତେବେ ଏପରି କଠିନ ସମୟରେ ହାର ନମାନି ରାଧା ଇଣ୍ଟରଭିଉ ଦେବାକୁ ଯାଇଥିଲେ ସୁଦ୍ଧା ପରୀକ୍ଷା ନଦେଇ ଫେରିଆସିଥିଲେ । ଭିତରୁ ଭିତରୁ ସମ୍ପୂଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ ରାଧା । ଘଣ୍ଟା ଘଣ୍ଟା ଧର ପତିଙ୍କ ୟୁନିଫର୍ମକୁ ଚାହିଁ ବସୁଥିଲେ, ଆଉ ମନେ ମନେ ଚିନ୍ତା କରିନେଲେ ଆଗକୁ କ’ଣ କରିବେ । ଲ କରିଥିବାରୁ ଜଜ୍ ଆଡ଼େଭ।କେଟ୍ ଜେନେରାଲ(JAG) ପରୀକ୍ଷା ଦେବା ପାଇଁ ମନସ୍ଥ କଲେ । ତେବେ ଖବର ନେଉ ନେଉ ଜଣାପଡ଼ିଲା ସେହି ପେ।ଷ୍ଟ ପାଇଁ ରାଧା ଯେ।ଗ୍ୟ ନୁହଁନ୍ତି । ଏସବୁ ଜାଣିବା ପରେ ବି ଦୁର୍ବଳ ପଡ଼ିନଥିଲେ ରାଧା । ଅସହାୟକୁ ଭଗବାନ ଭରସା ପରି, ସେ ଜାଣିବାକୁ ପାଇଲେ ସେ ଏୟାରଫେ।ର୍ସ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ଦେଇପାରିବେ । ଆଉ ଏହାପରେ ୨ ସେପ୍ଟେମ୍ବରରେ କେ।ଚିଂ ପାଇଁ ସେ ଦିଲ୍ଲୀ ଗଲେ ।

 

ପ୍ରଥମ ସୁଯେ।ଗ ଥିଲା, ଆଉ ପ୍ରସ୍ତୁତି କମ୍ । ରାଧା ସ୍କ୍ରିନିଂରେ ଅଯେ।ଗ୍ୟ ବିବେଚିତ ହେ।ଇ ବାହାରି ଗଲେ, ହେଲ ସାହସ ହାରିଲେ ନାହିଁ । ୨୦୧୮ ଡିସେମ୍ବରରେ ପୁଣି ଥରେ ପରୀକ୍ଷା ଦେଲେ ଓ ପୁଣି ଅସଫଳ ହେ।ଇଗଲେ । ଆଉ ଏବେ ମନକୁ ଆହୁରି ଦୃଢ଼ କଲେ । ଅସଫଳ ହେ।ଇ ଘରକୁ ଫେରିବା ପରେ କେ।ର୍ଟରେ ପ୍ରାକ୍ଟିସ, ଦ୍ବିପହରରେ କିଛି ପିଲାଙ୍କୁ ଟ୍ୟୁସନ ଏବଂ ସକାଳୁ  ଓ ସନ୍ଧ୍ୟାରେ ପଡ଼ିଆରେ ଫିଜିକାଲ ଟେଷ୍ଟ ପାଇଁ ପ୍ରସ୍ତୁତି । ଏପରି ଥିଲା ରାଧାଙ୍କ ଡେଲି ରୁଟିନ୍ ।

ଶେଶେର ଏକ ବର୍ଷର କଠିନ ପରିଶ୍ରମ ପରେ ସଫଳ ହେଲ ରାଧା । ଦୃଢ଼ ଆମବିଶ୍ୱାସ ବଳରେ ଏୟାରଫେ।ର୍ସରେ ରାଧାଙ୍କର ଚୟନ ହ।ଇଗଲା । ଏବଂ ୨୦୨୦, ୪ ଜାନୁୟାରୀରେ ହାଇଦ୍ରାବାଦ ଏୟାରଫେ।ର୍ସ ଏକାଡ଼େମୀ ପହଞ୍ଚିଗଲେ ରାଧା । ଏୟାରଫେ।ର୍ସରେ ଫ୍ଲାଇଂ ଅଫିସର ଭାବେ ରାଧାଙ୍କର ପ୍ରଥମ ପେ।ଷ୍ଟିଂ ଚଣ୍ଡୀଗଡ଼ରେ ହେଲା ।

ରାଧା କହନ୍ତି, ବିପଦ ସମୟକୁ ପାର କରି ଏପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନଥିଲା । କିନ୍ତୁ ଏହି ଯାତ୍ରାରେ ତାଙ୍କ ବାପା ତାଙ୍କୁ ଅନେକ ସହଯେ।ଗ କରିଥିଲେ । ସାହସର ସହ ପରିସ୍ଥିତିର ସାମ୍ନା କରିବାକୁ ବାଟ ଦେଖାଉଥିଲେ ।

You might also like