ଜଙ୍ଗଲରେ ଲଢୁଥିଲେ କଲରାପତରିଆ-ଅଜଗର, ଆଉ ଶେଷରେ….

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦା ଅନେକ ସମୟରେ ବନ୍ୟପ୍ରାଣୀଙ୍କ ନିଆରା ଭିଡିଓ ସବୁ ସୋଶାଲ ମିଡିଆରେ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରରେ ଭାଇରାଲ ହୋଇଛି।  ଏଥର କଲରାପତରିଆ ‍ବାଘ ଏବଂ ଅଜଗର ମଧ୍ୟରେ ଲାଗିଥିବା ଯୁଦ୍ଧର ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳିଛି,  କଲରାପତରିଆ ବାଘଟି ଅଜଗରକୁ ଦେଖିବା ମାତ୍ରେ ତାର ପାଖକୁ ଯାଉଛି। ଏହା ଦେଖି ଅଜଗରଟି ମଧ୍ୟ ସତର୍କ ହୋଇଯାଉଛି। ବାଘଟି ଯେତେବେଳ ଅଜଗରକୁ ଆକ୍ରମଣ କରିବାକୁ ଆଗେଇ ଆସୁଛି, ସେତେବେଳେ ଅଜଗର ଏହା ପୂର୍ବରୁ ବାଘଟିକୁ ଆକ୍ରମଣ କରି ସମ୍ପୂର୍ଣ୍ଣରୂପେ ନିଜ କବ୍‌ଜାକୁ ନେଇଆସୁଛି।

କିନ୍ତୁ ବାଘ ବି ଛାଡ଼ିବା ଯନ୍ତୁ ନୁହେଁ। ବାଘର ତାର ଚମତ୍କାରତା ଦେଖାଇଛି ଏବଂ ସଙ୍ଗେ ସଙ୍ଗେ ତା’ର କବଳରୁ ବାହାରିଯାଉଛି।  ଏହା ପରେ ବାଘଟି ଅଜଗର ଉପରେ ପ୍ରତି ଆକ୍ରମଣ କରି ପରାସ୍ତ କରିଦେଲା ଓ ସେଠାରୁ ଚାଲି ଯାଉଛି।

ଭିଡିଓ ସେୟାର କରି ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି, ‘କଲରାପତରିଆ ବାଘ ଏବଂ ଅଜଗର ପରସ୍ପର ମଧ୍ୟରେ ଗୁଡ଼ାଇ ହୋଇ ରହିଥିଲେ। ଅଜଗରଟି ବାଘଟି ଉପରେ ଆକ୍ରମଣ କରିବା ମାତ୍ରେ ବାଘଟି ନିଜକୁ ରକ୍ଷା କରି ନିଜକୁ ମୁକ୍ତ କଲା। ଶେଷରେ ବାଘଟି ଅଜଗରକୁ  ଶିକାର କରିବାରେ ସଫଳ ହେଲା। ’

ଏହି ଭିଡିଓର ଏପର୍ଯ୍ୟନ୍ତ ୨ ହଜାର ଭ୍ୟୁ ହୋଇଛି ।  ୨୫୦ରୁ ଅଧିକ ଲାଇକ୍ ଏବଂ ୫୦ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି।  ଲୋକମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି। ଲୋକମାନେ ଟ୍ୱିଟରରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

You might also like