ଆସୁଛି PUBGର ନୂଆ ସଂସ୍କରଣ : ୧୮ରୁ ପଞ୍ଜୀକରଣ

ପ୍ରି-ପଞ୍ଜୀକରଣ କରୁଥିବା ଉପଭୋକ୍ତାମାନେ ପୁରସ୍କାର ପାଇବେ

ନୂଆଦିଲ୍ଲୀ: PUBG ଉପଭୋକ୍ତାଙ୍କ ପାଇଁ ଖୁସି ଖବର। PUBG ନିର୍ମାତା କ୍ରାଫ୍ଟନ୍ ଭାରତ ପାଇଁ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ PUBGର ରୂପାନ୍ତରିତ ସଂସ୍କରଣ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆ ନାମକ ଏକ ନୂଆ ଗେମ୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ମୋବାଇଲ୍ ଗେମ୍ PUBG ମୋବାଇଲ୍ ସହିତ ସମାନ ହେବ ଯାହା ପୂର୍ବରୁ ଭାରତରେ ନିଷିଦ୍ଧ ହୋଇଥିଲା।

Source : Gadgets Now

ଦକ୍ଷିଣ କୋରିଆଭିତ୍ତିକ ଭିଡିଓ ଗେମ୍ ଡେଭଲପର୍ କ୍ରାଫ୍ଟନ୍ ଘୋଷଣା କରିଛନ୍ତି ଯେ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆର ପ୍ରି-ପଞ୍ଜୀକରଣ ମେ ୧୮ ରୁ ଆରମ୍ଭ ହେବ। ତେବେ ଏହି ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ରେ କେବଳ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହେବ।

Source : Gadgets-Now

ଏହି ଖବର ନିଶ୍ଚିତ ହେବା ପରେ ଏବଂ ଖେଳ ପାଇଁ ସୋସିଆଲ୍ ମିଡିଆ ପୃଷ୍ଠାଗୁଡ଼ିକ ସକ୍ରିୟ ହେବା ପରେ ଖେଳର ଅଫିସିଆଲ୍ ଫେସବୁକ୍ ପେଜରେ ଏକ ପୋଷ୍ଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ତେବେ ଏହି ଗେମ୍‌ର ରିଲିଜ୍ ଡେଟ୍ ଉପରେ କ୍ରାଫ୍ଟନ୍ କୌଣସି ସୂଚନା ଦେଇ ନାହାନ୍ତି।

Source : IBTimes India

ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍(iOS) ଡିଭାଇସକୁ ଆସିବାକୁ ଥିବାବେଳେ ବର୍ତ୍ତମାନ ଡେଭଲପର୍ ଏହାକୁ କେବଳ ଆଣ୍ଡ୍ରଏଡ୍ ପାଇଁ ରିଲିଜ୍ କରିବେ। ଏପରିକି iOS ବ୍ୟବହାରକାରୀଙ୍କ ପାଇଁ ଏପର୍ଯ୍ୟନ୍ତ ପୂର୍ବ-ପଞ୍ଜୀକରଣ ତାରିଖ ପ୍ରକାଶ କରାଯାଇ ନାହିଁ।

Source : Zee Business

କ୍ରାଫ୍ଟନ୍ ଏହା ମଧ୍ୟ କହିଛନ୍ତି ଯେ ଗେମ୍ ପାଇଁ ପ୍ରି-ପଞ୍ଜୀକରଣ କରୁଥିବା ଉପଭୋକ୍ତାମାନେ ପୁରସ୍କାର ପାଇବେ। ଗେମ୍ ଆରମ୍ଭ ହେବା ପରେ ଏହି ପୁରସ୍କାର ଦାବି ପାଇଁ ଉପଲବ୍ଧ ହେବ। ଗେମ୍ ପାଇଁ ପଞ୍ଜୀକରଣ କକୁରିବା ହେଲେ ଗୁଗୁଲ୍ ପ୍ଲେ ଷ୍ଟୋର୍‌କୁ ଯାଇ ଏହି ଗେମ୍‌କୁ ଖୋଜି ମେ ୧୮ ରୁ ଆରମ୍ଭ ହେବାକୁ ଥିବା ‘ପ୍ରି-ରେଜିଷ୍ଟର’ ବଟନ୍ ଉପରେ ଟ୍ୟାପ୍ କରନ୍ତୁ। ଏହି ଗେମ୍ ଭାରତ ପାଇଁ ଏକ ସ୍ୱତନ୍ତ୍ର ଟାଇଟଲ୍‌ ହୋ‍ଇଥିବା ବେଳେ PUBG ମୋବାଇଲ୍ ପରି ଏହା ଏକ ମାଗଣା ଖେଳ ହେବ।

Source : NewsBytes

ଗେମ୍‌ଟି PUBG ମୋବାଇଲ୍ ପରି ସମାନ ଗେମ୍‌ପ୍ଲେ ମେକାନିକ୍ସ ଓ କୌଶଳ ସହିତ ସମାନ ପ୍ରଣାଳି ମଧ୍ୟ  ପ୍ରଦର୍ଶନ କରିବ। ଗେମ୍‌ଟି ମୂଳ PUBG ମୋବାଇଲର ସାନହୋକ ମାନଚିତ୍ରରୁ ଆସିବ। ଏହି ଗେମ୍‌ରେ ସ୍ୱତନ୍ତ୍ର ଇନ୍-ଗେମ୍ ଇଭେଣ୍ଟ ଯଥା ଆଉଟ୍‌ଫିଟ୍, ଟୁର୍ନାମେଣ୍ଟ ଓ ଲିଗ୍ ସହିତ ନିଜସ୍ୱ ଏସପୋର୍ଟ ଇକୋସିଷ୍ଟମ୍ ରହିବ।

Source : DNA India

୧୮ ବର୍ଷରୁ କମ୍ ସମସ୍ତ ପିଲାଙ୍କୁ ଏହି ଖେଳ ପାଇଁ ନାମ ଲେଖାଇବାକୁ ପିତାମାତାଙ୍କ ସମ୍ମତି ନେବାକୁ ପଡିବ। ଏଥିପାଇଁ ପିଲାଙ୍କୁ ପିତାମାତାଙ୍କ ଫୋନ୍ ନମ୍ବର ସେୟାର କରିବାକୁ ହେବ। ଏହି ଖେଳ ବିଷୟରେ ଭାରତ ସରକାରଙ୍କ ପାଖରେ ଥିବା ଗୋପନୀୟତା ଓ ତଥ୍ୟ ସୁରକ୍ଷା ନେଇ କ୍ରାଫ୍ଟନ୍ ଦାବି କରିଛନ୍ତି।

You might also like