୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗର୍ଭବତୀ ମାନେ ସେମାନଙ୍କର ଟିକେ ଅଧିକ ଯତ୍ନ ନିଅନ୍ତି। ନିଜ ସହ ଏହି ସମୟରେ ପେଟରେ ବଢୁଥିବା ପିଲା ବିଷୟରେ ମଧ୍ୟ ଚିନ୍ତା କରିବାକୁ ହୁଏ। ଏହି ସମୟରେ ଖାଦ୍ୟପେୟଠୁ ଆରମ୍ଭ କରି ଆରାମରେ ଚଲାବୁଲା କରିବାକୁ କୁହାଯାଏ। କିନ୍ତୁ ନିକଟରେ ଜଣେ ଗର୍ଭବତୀଙ୍କୁ ୫ମିନିଟ୍‌ରେ ୧.୬କିମି ଦୌଡିବାରେ ଦେଖାଯାଇଛି।

ସୋଶାଲ୍‌ ମିଡିଆରେ ଏହି ଭିଡ଼ିଓ ଭାଇରାଲ୍‌ ହେଉଛି। ମିଚିଲେ ମାଇଲର୍‌ ନାମକ ଜଣ ବ୍ୟକ୍ତି ୟୁଟ୍ୟୁବ୍‌ରେ ତାଙ୍କ ପତ୍ନୀ ମକିନାଙ୍କର ଏକ ଭିଡ଼ିଓ ଶେଆର କରିଛନ୍ତି।

ମିଚିଲେ ତାଙ୍କ ପତ୍ନୀଙ୍କୁ  ୯ମାସରେ ୮ମନିଟ୍‌ରେ ଗୋଟେ କଲୋମିଟର ଦୌଡିବାର ସର୍ତ୍ତ ଲଗାଇଥିଲେ। ଯଦି ସେ ଏହି ସର୍ତ୍ତ ପୂରଣ କରିଦିଅନ୍ତି ତେବେ ମିଚିଲେ ତାଙ୍କୁ ୧୦୦ଡଲାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ସର୍ତ୍ତ ମାନି ମକିନା ଦୌଡିବାରେ ଲାଗିଥିଲେ। ଏବଂ ୫ ମିନିଟ୍‌ରେ ୧.୬କିଲୋମିଟର ଦୌଡିବାରେ ସଫଳ ହୋଇଥିଲେ। ମକିନାଙ୍କୁ ଏମିତି ଅବସ୍ଥାରେ ଦୌଡିବାର ଦେଖି ଆଖପାଖ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମିଚିଲେଙ୍କର ଏହି ଭିଡିଓରେ ଲୋକମାନେ କମେଣ୍ଟ କରି ମକିନାଙ୍କୁ ସାବାସି ଦେଇଛନ୍ତି। କିଛି ଲୋକ ସେ ଜଣେ ଆଇରନ୍‌ ଲେଡି ବୋଲି କହିଛନ୍ତି।

You might also like