ଲଗାତାର ନବବଧୂଙ୍କର ଫଟୋ ନେଉଥିଲେ ଫଟୋଗ୍ରାଫର! ରାଗରେ ଚାପୁଡ଼ା ମାରିଲେ ବର
ହସି ହସି ଗଡ଼ିଗଲେ ନବବିବାହିତା
- ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ
- ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର
- ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା
ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର। କିଛି ସମୟ ନୀରବ ରହିବା ପରେ ହଠାତ ରାଗିଗଲେ ବରବାବୁ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ ଲାଗିଲା। ମଞ୍ଚ ଉପରେ ହିଁ ଫଟୋ ଉଠାଇବା ନିଶା ତାଙ୍କର ଛଡ଼ାଇଦେଲେ। ଉପସ୍ଥିତ ଅତିଥିଙ୍କ ଗହଣରେ ରାଗରେ ଫଟୋଗ୍ରାଫରଙ୍କୁ ଜୋରରେ ଏକ ଚାପୁଡ଼ା ମାରିଛନ୍ତି ବରବାବୁ। କେହି କିଛି ବୁଝିବା ପୂର୍ବରୁ ହଠାତ୍ ଘଟଣା ଘଟିସାରିଥିଲା। ତେବେ ସବୁଠାରୁ ମଜାଦାର କଥା ହେଲା, ଏପରି ଦୃଶ୍ୟ ଦେଖି କନ୍ୟା ଜଣକ ହସି ହସି ବେଦମ୍ ହୋଇଯାଇଛନ୍ତି।
ଗୋଟିଏ ମାସ ବନ୍ଦ ହେବା ପରେ ଫେବ୍ରୁଆରୀ ମାସରୁ ପୁଣି ଥରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଏହି ବିବାହ ଋତୁରେ ଏକ ମଜାଦାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଭିଡିଓ ଦେଖୁଥିବା ଲୋକ ହସି ହସି ଗଡ଼ି ଯାଉଛି। ଭିଡ଼ିଓରେ ବରବଧୂ ସଜବାଜ ହୋଇ ଷ୍ଟେଜ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ଆଉ ଫଟୋଗ୍ରାଫର ଜଣକ ବରବଧୂଙ୍କର ଫଟୋ ଉଠାଉଛନ୍ତି। ତେବେ କନ୍ୟାକୁ ପ୍ରାଧାନ୍ୟ ଦେଇ କେବଳ କନ୍ୟାର ଫଟୋ ଉଠାଉଥିବା ଭିଡ଼ିଓରେ ସ୍ପଷ୍ଟ ଜଣାପଡ଼ୁଛି।
ବେଶ୍ କିଛି ସମୟ ପର୍ଯ୍ୟନ୍ତ ନବବିବାହିତ ଜଣକ ଫଟୋଗ୍ରାଫରର ଏହି ବ୍ୟବହାର ସହିଥିଲେ। ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ହଠାତ ରାଗିଯାଇ ଫଟୋଗ୍ରାଫର ଗାଲକୁ ବର ମାରିଥିଲେ ଏକ ବ୍ରହ୍ମଚାପୁଡ଼ା। ଏହା ପରେ ଯାହା ଘଟିଥିଲା ତାହା ଦେଖିବା ଯୋଗ୍ୟ। ଉପସ୍ଥିତ ଅତିଥିମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଫଟୋଗ୍ରାଫର ଚାପୁଡ଼ା ଖାଇବା ପରେ କନ୍ୟା ହସି ହସି ତଳେ ବସି ପଡିଥିଲେ। ଅନ୍ୟପଟେ ଅପ୍ରସ୍ତୁତ ଥିବା ଫଟୋଗ୍ରାଫର ମଧ୍ୟ କନ୍ୟାଙ୍କ ହସ ଦେଖି ହସି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଜଣେ ୟୁଜର ଲେଖିଛନ୍ତି, କନ୍ୟାକୁ ଏଥିପାଇଁ ଧନ୍ୟବାଦ ଜଣାଇବା ଦରକାର। କାରଣ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସେ ଘଟଣାକୁ ସମ୍ଭାଳି ନେଇଥିଲେ। ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା। ତାଙ୍କ ହସ ଦେଖି ଫଟୋଗ୍ରାଫର ଜଣକ ମଧ୍ୟ ହସି ଦେଇଥିଲେ। ଆଉ ଜଣେ ୟୁଜର ଲେଖିଛନ୍ତି, କେତେ ସହଜରେ ଓ ସରଳରେ ଭାବେ କନ୍ୟା ପାଇଁ ଏତେ ବଡ଼ ଘଟଣା ମଜାଳିଆ ପରିବେଶରେ ପରିଣତ ହୋଇଗଲା। ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ପାଖାପାଖି ୩ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓକୁ ଲାଇକ କରିବା ସହ ୧୦ ହଜାରରୁ ଉର୍ଦ୍ଧ୍ୱ କମେଣ୍ଟ୍ କରିସାରିଲେଣି।
I just love this Bride 👇😛😂😂😂😂 pic.twitter.com/UE1qRbx4tv
— Renuka Mohan (@Ease2Ease) February 5, 2021