ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ପାଟନା: କରୋନା ମହାମାରୀ ଦିନକୁ ଦିନ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଜାରି କରାଯାଇଥିବା ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯଦି କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ କରୁଛନ୍ତି, ତେବେ ସୀମିତ ଲୋକଙ୍କୁ ନେଇ କରାଯିବାକୁ କୁହାଯାଇଛି। ତଥାପି କିଛି ଅମାନିଆ ଏହିସବୁ ନିୟମକୁ ମାନୁନାହାନ୍ତି।

ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। କିନ୍ତୁ ଏବେ ଜଣେ ନବବଧୂଙ୍କ କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି। ଘଟଣାଟି ଘଟିଛି ପାଟନା ଜିଲ୍ଲାରେ। ଯେଉଁଠାରେ ଏକ ନବବଧୂ ତାଙ୍କ ଶାଶୁଘରକୁ ଯିବା ପରିବର୍ତ୍ତେ ସିଧାସଳଖ କରୋନା ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ହାତରେ ନାଲିଚୂଡି, ପାଉଁଜିର ଶବ୍ଦ ଓ ନାଲିରଙ୍ଗର ଶାଢ଼ି ପିନ୍ଧି ନବବଧୂକୁ ଏପରି ଅବସ୍ଥାରେ ଦେଖି ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରଖାନାରେ ଘଟଣା ଜଣିବା ପରେ ନବବଧୂଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ। ତେବେ ବାହାଘରରେ ଯୋଗ ଦେଇଥିବା ସମସ୍ତ ଲୋକଙ୍କ କରୋନା ସ୍କ୍ରିନିଂ ହୋଇଥିଲା।

ଖବର ଅନୁଯାୟୀ, ସ୍ଥାନୀୟ ସବ୍‌ଡିଭିଜନ ହସ୍ପିଟାଲରୁ ଅବସର ନେଇଥିବା ବିଜୟ ସିଂଙ୍କ ଭଣଜା ଦୁଇ ଦିନ ପୂର୍ବରୁ ନାଗପୁରରେ ବିବାହ କରିଥିଲେ। ଗତକାଲି ଲୋକମାନେ ବିବାହରେ ଯୋଗଦେଇ ପାଟନାରେ ପହଞ୍ଚିଥିଲେ। କିନ୍ତୁ ନବବଧୂ ଶାଶୁଘରକୁ ଯିବା ପରିବର୍ତ୍ତେ ସମସ୍ତଙ୍କୁ ମେଡିକାଲ ଯାଇ କରୋନା ସ୍କ୍ରିନିଂ କରିବା ପାଇଁ କହିଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି।

ନବବଧୂର ନଣନ୍ଦ କହିଛନ୍ତି ଯେ ସରକାରଙ୍କ ସମସ୍ତ ନିୟମକୁ ମାନି ବାହାଘର କରାଯାଇଛି। ସହରରେ ନବବଧୂଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ସମସ୍ତେ ଯଦି ଏଭଳି ନିୟମକୁ ମାନିବେ ତେବେ କରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇପାରିବା।

 

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like