ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କେତେ ସତ ? ରହସ୍ୟର ପରଦା ହଟାଇଲେ ଓଡ଼ିଆ ପାରାନର୍ମାଲ୍‌ ଏକ୍ସପର୍ଟ

ଭୁବନେଶ୍ୱର: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେରରେ। ଏସବୁ ଭିତରେ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଲାଉଥିବା  Paranormal ଏକ୍ସପର୍ଟ ଷ୍ଟିଭ୍‌ ହଫ୍‌ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି ଦାବି କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେ ଦାବି କରିଥିଲେ, ସେ ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା କରିଛନ୍ତି। ଏହାର କିଛି ଭିଡିଓ ମଧ୍ୟ ସେ ୟୁଟ୍ୟୁବ୍‌ରେ ଶେଆର କରିଥିଲେ।

ହେଲେ ସୁଶାନ୍ତଙ୍କ ଆତ୍ମା ସହ ଷ୍ଟିଭ୍‌ ହଫ୍ କଥାହେବା ନେଇ ଯେଉଁ ଦାବି କରୁଛନ୍ତି, ତାହା ଫେକ୍‌ ବୋଲି ଓଡ଼ିଆ ପାରାନର୍ମାଲ୍‌ ଇନ୍‌ଭେଷ୍ଟିଗେଟର୍‌(Paranormal Investigator) ସର୍‌ବଜୀତ୍‌ ମହାନ୍ତି କହିଛନ୍ତି। ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି, ‘ଷ୍ଟିଭ୍‌ ହଫ୍‌ ଯାହା ବି ସୁଶାନ୍ତ ସିଂଙ୍କ ଆତ୍ମା ସହ କଥା ହୋଇଛନ୍ତି  ବାସ୍ତବରେ ତାହା ଫେକ୍‌।

ସର୍‌ବଜୀତ୍ ଆହୁରି‌ କହିଛନ୍ତି, ଷ୍ଟିଭ୍‌ ପ୍ରଥମେ ଦାବି କରୁଥିଲେ ଯେ, ସେ ଆତ୍ମାଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହାପରେ ସେ ପୁଣି ଦାବି କଲେ ଯେ, ଯେଉଁ ସେଲେବ୍ରିଟିମାନେ ମୃତ୍ୟୁବରଣ କରି ସାରିଛନ୍ତି ସେ ସେମାନଙ୍କ ଆତ୍ମା ସହ ମଧ୍ୟ କଥା ହୋଇଛନ୍ତି। ଏପରିକି ସେ ଏହି କଥାବାର୍ତ୍ତାକୁ ଲାଇଭ୍‌ ଷ୍ଟ୍ରିମିଂ କରିଛନ୍ତି । ହେଲେ ପାରାନର୍ମାଲ୍‌ ଇନ୍‌ଭେଷ୍ଟିଗେଟର୍‌ମାନେ ଏହି ଲାଇଭ୍‌ ଷ୍ଟ୍ରିମିଂକୁ ଦେଖି ଜାଣିବାକୁ ପାଇଛନ୍ତି ଯେ ଏହି ଷ୍ଟ୍ରିମିଂ ଅଡିଓ ଫେକ୍‌।

ଜାଣିବାକୁ ମିଳିଛି ଯେ, ଷ୍ଟିଭ୍‌ ତାଙ୍କ ଭଏସ୍‌ ସେଇ ଅଡିଓରେ ଦେଇଛନ୍ତି। ଫଳରେ ଲୋକମାନଙ୍କୁ ଲାଗୁଛି ଯେ ଆତ୍ମା ସହ ସେ କଥା ହେଉଛନ୍ତି। ଷ୍ଟିଭ୍‌ ଡିଭାଇସ୍ ଓ ଅଡିଓ ଫାଇଲ୍‌ରେ ଏପଟସେପଟ କରୁଥିବା ନେଇ ବହୁଥର ଧରା ପଡ଼ିଲେଣି।’

ସର୍‌ବଜୀତ୍‌ କହିଛନ୍ତି, ୬-୭ ବର୍ଷ ପୂର୍ବେ ଷ୍ଟିଭ୍‌ଙ୍କୁ ରେଡ୍‌ ଫ୍ଲାଗ୍‌ କରାଯାଇଥିଲା। ରେଡ୍‌ ଫ୍ଲାଗ୍‌ ଅର୍ଥ ହାଇଲାଇଟ୍ସ କରିଦେବା। ଅର୍ଥାତ୍‌ ତାଙ୍କ ପାଖରୁ ଆସୁଥିବା କୌଣସି ବି କଣ୍ଟେଣ୍ଟ୍‌ ଅଡିଓ, ଭିଡିଓ କିମ୍ବା ଫଟୋକୁ ବିଶ୍ୱାସ କରିହେବ ନାହଁ। କାହିଁକ ନା ସେ ପୂର୍ବରୁ ମଧ୍ୟ ଫେକ୍‌ କରି ସାରିଛନ୍ତି। ତେଣୁ ତାଙ୍କ ଉପରେ ଆଉ କୌଣସି ଭରସା ନାହିଁ। ଯେଉଁ ଭଏସ୍‌କୁ ସେ ସୁଶାନ୍ତଙ୍କର ବୋଲି ଦାବି କରୁଛନ୍ତି, ସେଥିରେ ଗୋଟେ american accent ଅଛି। ଯଦି ସୁଶାନ୍ତ ସିଂ ଭାରତୀୟ ଥିଲେ, ତାହେଲେ ଭଏସ୍‌ରେ କେବେବି american accent ଆସିବ ନାହିଁ ବୋଲି ସର୍‌ବଜୀତ୍‌ ପ୍ରଶ୍ନ କରିଛନ୍ତି।’

ସୁଶାନ୍ତଙ୍କ ସହ ପ୍ରକୃତରେ କ’ଣ ଘଟିଥିଲା ତାଙ୍କ ଫ୍ୟାନ୍ସମାନେ ଜାଣିବାକୁ ଚାହୁଁଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କ ଫ୍ୟାନ୍ସମାନେ ଭାବପ୍ରବଣ ହେବାସହ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏବେବି ବିଶ୍ୱାସ କରୁ ନାହାନ୍ତି। ଏଭଳି ସମୟରେ ଏସବୁ ଭିଡିଓ ଛଡ଼ାଯାଇ ସେମାନଙ୍କ ଇମୋସନ୍‌ ସହ ଖେଳା ଯାଉଛି ବୋଲି ସର୍‌ବଜୀତ୍‌ କହିଛନ୍ତି।

ସୂଚନାଥାଉ କି, ଦୀର୍ଘ ୧୦ ବର୍ଷ ହେବ ସେ ଆତ୍ମାଙ୍କ ସହ ଏମିତି କଥାବାର୍ତ୍ତା କରୁଛନ୍ତି ବୋଲି ଷ୍ଟିଭ୍‌ ହଫ୍ ଦାବି କରିଛନ୍ତି।

ପଢ଼ନ୍ତୁ: ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ…

 

 

You might also like