ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

କରୋନା…..ଲକ୍ ଡାଉନ..ସଟ୍‌ ଡାଉନ୍‌.. ଏସବୁ ଭିତରେ ଅନେକ ସମସ୍ୟାକୁ ତ ଆମେ ସାମ୍ନା କରୁଛୁ। ହେଲେ ଏହା ଭିତରେ ଗୁପ୍‌ଚୁପ୍ ଖାଇବାଟା ଏକ୍‌ଦମ୍‌ ବନ୍ଦ ହୋଇଯାଇଛି। ଏବେ ଗୋଟେ ଅଧେ ଗୁପ୍‌ଚୁପ୍ ବାଲା ବଜାରକୁ ଆସୁଛନ୍ତି। ହେଲେ କରୋନା କଥା ମନେ ପଡିଗଲେ ତାଙ୍କଠାରୁ ଗୁପ୍‌ଚୁପ୍‌ ଖାଇବାକୁ ଭୟ ଲାଗୁଛି। ହେଲେ କାହା ହାତ ସ୍ପର୍ଶ ବିନା ଯଦି ଗୁପ୍‌ଚୁପ୍ ମିଳି ପାରନ୍ତା ତେବେ କେତେ ଭଲ ହୁଅନ୍ତା !

ନିଶ୍ଚୟ ଭଲ ହୁଅନ୍ତା। ସେଥିପାଇଁ ତ ମାର୍କେଟକୁ ଆସିଛି ଗୁପ୍‌ଚୁପ୍ ଏଟିଏମ୍‌। ଗୁପ୍‌ଚୁପ୍ ଖାଇବେ କିନ୍ତୁ କାହାହାତ ବାଜିବନି। ଅବଶ୍ୟ ଖାଇବାବେଳେ ଟିକିଏ ପାମ୍ପଡ..ଟିକିଏ ଖଟା..ଯେମିତି ଗୁପ୍‌ଚୁପ୍‌ ବାଲାକୁ ମାଗୁଥିଲେ ମାଗି ପାରିବେନି । ଖାଇ ସାରିବା ପରେ  ଖଟାପାଣି ବି ମାଗି ପାରିବେନି।

ଯାହା ବି ହେଉ, ଏମିତି ଏକ ଗୁପ୍‌ଚୁପ୍ ଏଟିଏମ୍‌ ମେସିନ  ବାହାରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହାର ସତ୍ୟତା ଜଣା ପଡିନାହିଁ।

ଜଣେ ୟୁଜର୍ସ ଟ୍ୱିଟରରେ ଏହି ମେସିନ୍‌କୁ ଶେୟାର କରି ‘ପାନି ପୁରୀ ଏଟିଏମ୍‌ ମେସିନ’  ବୋଲି ଉଲ୍ଲେଖ କରିବା ସହ ମାର୍କେଟ୍‌ରେ ଆଜି ଲଞ୍ଚ କରିଥିବା କହିଛନ୍ତି।

ୟୁଜର୍ସ ଜଣକ ମେସିନ୍‌ର ବ୍ୟବହାର ବିଷୟରେ ମଧ୍ୟ ତଳେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଏହି ମେସିନ୍‌ ବାହାର କରିବାକୁ ୬ ମାସ ସମୟ ଲାଗିଲା। ଏହି ମେସିନ୍‌ରେ ପ୍ରଥମେ ଷ୍ଟାର୍ଟ ବଟମ ସିଲେକ୍ଟ କରିବ।  ପରେ ଯେତିକି ଟଙ୍କାର ଗୁପଚୁପ୍‌ ଖାଇବ ସେତିକି ଟଙ୍କା ଭର୍ତ୍ତି କରିବ। ତା‘ ନପରେ ମେସିନ୍‌ରୁ ଗୋଟିଏ ପରେ ଗୋଟିଏ ବାହାରି ଆସିବ ଗୁପଚୁପ୍‌।

 

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like