ସତ ହେବ କି ଭବିଷ୍ୟବାଣୀ ? ଏମିତି ଚାଲିଯିବ କରୋନା !
ନୂଆଦିଲ୍ଲୀ :କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା.
ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି। ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା ଭାଇରସ୍ର ପୂର୍ବାନୁମାନ କରି ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏପରି ଭବିଷ୍ୟବାଣୀ କରିଥିବା ଜଣେ ଲେଖକ ହେଉଛନ୍ତି ଡିନ୍ କୋଣ୍ଟଜ୍ ( Dean Koontz)। ସେ ତାଙ୍କ ଉପନ୍ୟାସ ‘ The Eyes Of Darkness’ ଏହି ମହାମାରୀର ପୂର୍ବନୁମାନ କରିଥିଲେ। ସେ ତାଙ୍କ ପୁସ୍ତକରେ ଏହି ଭାଇରସର ନାଁ ଦେଇଥିଲେ Wuhan-400 । ୧୯୮୧ରେ ଏହି ପୁସ୍ତକ ପ୍ରକାଶ ପାଇଥିଲା। ଏଥିରେ ଯେଉଁ ରୋଗ ବିଷୟରେ ଉଲ୍ଲେଖ କରାଯାଇଛି ତାହା ଅନେକାଂଶରେ କରୋନା ଭାଇରସ ସହ ମିଶୁଛି।
ଏହି ରୋଗର ନାମ ସେ ଚୀନର ଏକ epicentre ନାମ ଅନୁସାରା ରଖିଥିଲେ Wuhan-400। ତେବେ ଏହାକୁ ଆମେ ଭବିଷ୍ୟବାଣୀ ନୁହେଁ ବରଂ ଏକ ସଂଯୋଗ ବୋଲି କହିପାରିବା। ସେ କହିଥିଲେ Wuhan-400 ଏକ ଜୈବିକ ଅସ୍ତ୍ର (bioweapon) । ଏମିତି ଏକ ଅସ୍ତ୍ର, ପ୍ରଥମ ୧୨ ଘଣ୍ଟା ଭିତରେ ଯିଏ ଏହାର ସଂସ୍ପର୍ଶରେ ଆସିବ ତାହାର ମୃତ୍ୟୁ ଘଟିବ। ତେବେ ଏହା ଏକ ରୋଗ ନୁହେଁ ବୋଲି ସେ ଲେଖିଛନ୍ତି। ସେ ଆହୁରି ଲେଖିଥିଲେ, ମହଙ୍ଗା ବିଶୋଧକର ଆବଶ୍ୟକତା ପଡ଼ିବା ପୂର୍ବରୁ Wuhan-400 ଏକ ସହର କିମ୍ବା ଦେଶକୁ ପୋଛି ଦେବ।
ଏଥିରେ ଆହୁରି ଉଲ୍ଲେଖ ରହିଛି Wuhan-400 ଏମିତି ଏକ ଅସ୍ତ୍ର ଯାହା କେବଳ ମଣିଷଙ୍କର ହିଁ କ୍ଷତି କରିବ। ଅନ୍ୟ କୌଣସି ଜୀବଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ମଣିଷ ଶରୀର ବାହାରେ ଏହି ଭାଇରସ ମାତ୍ର ଗୋଟିଏ ମିନିଟରୁ ଅଧିକ ସମୟ ବଞ୍ଚି ପାରିବ ନାହିଁ। ଅର୍ଥାତ୍ ଆନ୍ଥ୍ରାକ୍ସ ବା ଅନ୍ୟ ଭାଇରସଙ୍କ ପରି Wuhan-400 ବସ୍ତୁ ବା ଅନ୍ୟ କୌଣସି ସ୍ଥାନକୁ ସ୍ଥାୟୀ ଭାବେ ଦୂଷିତ କରିପାରବ ନାହିଁ।
Author Dean Koontz predicted Coronavirus in his novel ‘The Eyes of Darkness’ published in 1981. pic.twitter.com/JRDlqKHC87
— Hans Alcanzare (@hpalcanzare) March 10, 2020
#COVID2019 In 1981 Dean Koontz published his fiction book The eye of darkness and it talks about a virus created in Chinese military lab in Wuhan!
he named the virus Wuhan-400 which can be used as biological weapon and the virus will spread in 2020. Coincidence? Hmmm 🤔🤔ctto pic.twitter.com/pCjC8grOZ0
— Y O R I E (@everyoriethings) March 9, 2020
ଯାହା ବି ହେଉ, ଡିନ୍ କୋଣ୍ଟଜ୍ ତାଙ୍କର ଏହି ପୁସ୍ତକରେ କରୋନା ଭାଇରସ ବାCOVID-19ର ଭୟାବହତା ଉପରେ ଉଲ୍ଲେଖ କରିଛନ୍ତି ଯାହାର ସତ୍ୟତା ଏବେ ଆମେ ଅନୁଭବ କରୁଛୁ। ତେବେ ଏପରି ପରିସ୍ଥିତିରେ ସାଲଭିଆ ବ୍ରାଉନେ(Sylvia Browne) ଙ୍କ ପୁସ୍ତକ ‘End of Days’ ମଣିଷ ସମାଜ ପାଇଁ ଏକ ଆଶ୍ୱାସନା ପରି ମନେହେବ । ଆମେରିକାର late psychic Sylvia Browne ତାଙ୍କ ପୁସ୍ତକ ‘End of Days’ରେ ଏହି ରୋଗ କେମିତି ହଟିବ ତା‘ ଉପରେ ଲେଖିଛନ୍ତି। ତାଙ୍କ ପୁସ୍ତକର ଏହି ପୃଷ୍ଠାର ସ୍କ୍ରିନ୍ ସଟ୍ ଟ୍ୱିଟର ପେଜ୍ରେ ଭାଇରାଲ ହୋଇଛି। Kim Kardashian ନାମ୍ନୀ ଜଣେ ମହିଳା ଏହି ପୃଷ୍ଠାର ସ୍କ୍ରିନ ସଟ୍ ତାଙ୍କ ଟ୍ୱିଟର ପେଜ୍ରେ ଶେୟାର କରିବା ସହ ତାଙ୍କ ଭଉଣୀ Kourtneyଙ୍କୁ ମଧ୍ୟ ପଠାଇଛନ୍ତି।
Sylvia Browne ୨୦୦୮ରେ ପ୍ରକାଶିତ ତାଙ୍କ ପୁସ୍ତକରେ ଏମିତି ଏକ ରୋଗର ଭବିଷ୍ୟବାଣୀ କରି ଲେଖିଛନ୍ତି ଯାହା ସମ୍ପୂର୍ଣ୍ଣ କରୋନା ଭାଇରସ ପରି। ସେ ଲେଖିଛନ୍ତି ’ ପ୍ରାୟ ୨୦୨୦ ବେଳକୁ ଏକ ଭୟଙ୍କର ନିମୋନିଆ ପରି ରୋଗ ଆସିବ ଯାହା ବିଶ୍ୱବ୍ୟାପି ଆତଙ୍କ ଖେଳାଇ ଦେବ।ଏହା lungs and the bronchial tubesକୁ କ୍ଷତି ପହଞ୍ଚାଇବ। କୌଣସି ପ୍ରକାର ଚିକିତ୍ସାରେ ଏହାକୁ ନିୟନ୍ତ୍ରଣ କରି ହେବ ନାହିଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଯେ, ଏହି ରୋଗ ଯେମିତି ଅତର୍କିତ ଭାବେ ଆସିଥିଲା ସେମିତି ଅତର୍କିତ ଭାବେ ହଜିଯିବ। ତେବେ ୧୦ ବର୍ଷ ପରେ ପୁଣି ଏହା ଆସିବ ଏବଂ ତା’ପରେ ସବୁଦିନ ପାଇଁ ଏହା ହଜିଯିବ।
Are these predictions genuinely prophetic or are they just scarily accurate coincidences?
[Left] Sylvia Browne – End of Days (2008)
[Right] Dean Koontz – The Eyes of Darkness (1983)
😳#coronavirus pic.twitter.com/kAx43EuRVQ
— John Scotting 🌐 Neo-Leveller & Neo-Whig (@Leveller_John) March 10, 2020
ଆମେ ଅନୁଭବ କରୁଛେ Dean Koontz ଏବଂ Sylvia Browneଙ୍କ ଭବିଷ୍ୟବାଣୀ ସତ ହୋଇଛି ଏବଂ ଆଜି ସାରା ବିଶ୍ୱ କରୋନ ଭାଇରସ ସହ ଲଢୁଛନ୍ତି । ଯଦି ଏକଥା ସତ ହେଲା, ତେବେ Sylvia Browne ଶେଷ ଭବିଷ୍ୟବାଣୀ ଅର୍ଥାତ୍ ରୋଗର ନିରାକରଣ କେତେଦୂର ସତ ହେବ ସିମୟ କହିବ।