ଶୌଚାଳୟକୁ ମନ୍ଦିର ଭାବି ପୂଜା କରୁଥିଲେ ଲୋକେ !

ଉତ୍ତର ପ୍ରଦେଶ  : ଉତ୍ତର ପ୍ରଦେଶର ହମିର୍‌ପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୋକେ କେଶରୀ ରଙ୍ଗର ଏକ ଘରକୁ ବହୁତ ଦିନ ଧରି ପୂଜା କରୁଥିଲେ, ପ୍ରକୃତରେ ଏହା ଏକ ମନ୍ଦିର ନଥିଲା , ଏକ ଶୌଚାଳୟ ଥିଲା । ଲୋକେ ଜାଣିନପାରି ବର୍ଷେ ହେଲା ପୂଜା କରିଆସୁଥିଲେ ।

ହମିରପୁର ଜିଲ୍ଲାର ମୌଦହା ଅଂଚଳର ଲୋକେ ଏକ ବର୍ଷରୁ ଅଧିକ ହେବ ଏହି କବାଟ ବନ୍ଦ ଘରର ବାହାରେ ପୂଜା ଅର୍ଚ୍ଚନା କରିଆସୁଥିଲେ । ଆଶ୍ଚର୍ଯ୍ୟଜନକ କଥା ଯେ, କାହାକୁ ବି ଏକଥା ଜଣା ନଥିଲା କି ଘର ଭିତରେ କେଉଁ ଠାକୁରଙ୍କୁ ମୂର୍ତ୍ତି ସ୍ଥାପିତ ହୋଇଛି କି ନାହିଁ।

ଜଣେ ସ୍ଥାନୀୟ ଲୋକ ରାକେଶ ଚନ୍ଦେଲଙ୍କ କହିବାନୁସାରେ, ‘ଏହି ଘରଟି ସାମୂହିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସରରେ ଅଛି । ଏହି ଘରଟିକୁ କେଶରୀ ରଙ୍ଗ କରିବା ସହ ମନ୍ଦିର ଆକାରରେ ତିଆରି କରାଯାଇଥିଲା । ଯାହାକି ଏକ ମନ୍ଦିର ଭଳି ଲାଗୁଥିଲା। ଲୋକେ ଆଉ କାହାକୁ ନପଚାରି ଏହାକୁ ମନ୍ଦିର ଭାବି ପୂଜା କରୁଥିଲେ । କିନ୍ତୁ  ଏହାର ଦ୍ୱାର ବନ୍ଦ ରହିଥିଲା। ନିକଟରେ ଜଣେ ଅଧିକାରୀ ଆମକୁ ଜଣାଇଥିଲେ କି ଏହା ବସ୍ତବରେ ଏକ ଶୌଚାଳୟ ଅଟେ। ’

ଉକ୍ତ ଅଧିକାରୀ ଜଣାଇଛନ୍ତି ଯେ, ଏହି ଘରର କେଶରୀ ରଙ୍ଗ ଓ ମନ୍ଦିର ଭଳି ଏହାର ଗଠନ ଯୋଗୁଁ ଲୋକଙ୍କୁ ଭ୍ରମରେ ପକାଇଥିଲା। ଏବେ ଏହି ଘରର ରଙ୍ଗକୁ ବଦଳାଇ ଗୋଲାପି ରଙ୍ଗ ଦିଆଯାଇଛି । ସୂଚନା ଅନୁସାରେ, ଏହି ଶୌଚାଳୟର ଉଦ୍‌ଘାଟନ ବର୍ଷେ ତଳେ ହୋଇଥିଲା। କିନ୍ତୁ ଏଥିରେ ତାଲା ପକାଯାଇଥିଲା ।

ଆହୁରି ପଢ଼ନ୍ତୁ

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ବାତ୍ୟା ଓଡ଼ିଶା ନ ଛୁଇଁଲେ ବି ତାର ପ୍ରଭାବ ଦେଖେଇଛି…

କୁଡ଼ିଆରେ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳୁଥିଲା, ବିଲ୍‌ ଆସିଲା ୪୬ ଲକ୍ଷ !

You might also like