ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ଶ୍ରୀନଗର :ଜମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପରେ ସେଠାରେ ପରସ୍ଥିତି ବେଶ ଗମ୍ଭୀର। ଭାରତ ନୁହେଁ, ପ୍ରତ୍ୟେକ ଦେଶର ନଜର ଏବେ ଜମ୍ମୁକାଶ୍ମୀର ଉପରେ। କେଉଁ ମୁହୂର୍ତ୍ତରେ କ’ଣ ବି ଘଟିପାରେ । ଏମିତି ସ୍ଥିତିରେ ଏବେ ଜାମ୍ମୁ-କାଶ୍ମୀର। ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସୁରକ୍ଷାକର୍ମୀ-ପୁଲିସ-ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଧାରା ୩୭୦ ହଟିବା ପରଠାରୁ ଅର୍ଥାତ୍‌ ୮ ଦିନ ଭିତରେ ଏଠାରେ କୌଣସି ଅପ୍ରୀତିକର ଘଟିଥିବା ନଜରକୁ ଆସିନାହିଁ।

ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଶ୍ରୀନଗରରେ ଅନେକ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ ଅଧିକାରୀଙ୍କୁ ନେଇ ଏବ ଚାଲିଛି ବେଶି ଚର୍ଚ୍ଚା। ଏମାନେ ଦୁଇଜଣ ମହିଳା ଅଫିସର। ଜଣେ ଆଇଏଏସ ଏବଂ ଅନ୍ୟଜଣେ ଆଇପିଏସ। ଶ୍ରୀନଗରରେ ଏପରି ଏକ ସଙ୍ଗୀନ ସମୟରେ ଏହି ମହିଳା ଅଫିସରଙ୍କ ସେବା, ସାହସ ଏବଂ ଲୋକଙ୍କ ପ୍ରତି ସହାନଭୂତି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ବଡ଼ କଥା ହେଲେ, ଏମାନଙ୍କୁ ଛାଡ଼ି ଦେଲେ ଏଠାରେ କୌଣସି ମହିଳା ଅଫିସର ନାହାନ୍ତି।

ଏହି ଦୁଇ ଅଧିକାରୀ ହେଲେ ଆଇଏଏସ ଅଫିସର ଡା.ସଇଦ ସହରୀଶ ଏବଂ ଆଇପିଏସ ଅଫିସର ପି.ଡି ନିତ୍ୟା।

୨୦୧୩ ବ୍ୟାଚ୍‌ର ଆଇଏଏସ ଡା.ସହରୀଶ ଏବଂ ୨୦୧୬ ବ୍ୟାଚ୍‌ ଆଇପିଏସ ପିଡି ନିତ୍ୟା। ଶହ ଶହ କିଲୋମିଟର ଦୂରରେ ଥିବା ସମ୍ପର୍କୀୟଙ୍କ ସହ ଘାଟିର ଲୋକଙ୍କୁ କଥାବାର୍ତ୍ତା କରାଇବା ଦାୟିତ୍ୱ ସହରୀଶଙ୍କୁ ଦିଆଯାଇଛି  । ସେହିପରି ନିତ୍ୟାଙ୍କ ଉପରେ ରାମ ମୁନ୍‌ସୀବାଗ୍‌ରୁ ଆରମ୍ଭ କରି ହରବନ ଦାଗ୍‌ଚୀ ଗାଁ ପର୍ଯ୍ୟନ୍ତ ଇଲାକାର ଦାୟିତ୍ୱ।

କଟକଣା ଭିତରେ ଥିବା ଘାଟି ଲୋକଙ୍କୁ ସମସ୍ତ ଅତ୍ୟାବଶ୍ୟକ ସେବା ପହଞ୍ଚାଇବା ପାଇଁ ଫୋନ୍‌ ବୁଥ୍‌ଠାରୁ ଆରମ୍ଭ କରି ଜରୁରୀ ଜିନିଷ ଯୋଗାଇ ଦେବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରାଯିବାର ୪ ଦିନ ପୂର୍ବରୁ ସହରୀଶଙ୍କୁ ଜମ୍ମୁ-କାଶ୍ମୀର ପ୍ରଶାସନର ସୂଚନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କର ଦାୟିତ୍ୱ ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା। ତେବେ ୮ ଦିନ ହେଲା ସେ କେବଳ ଲୋକଙ୍କ ସମସ୍ୟା ହିଁ ଶୁଣୁଛନ୍ତି। କ୍ରାଇସିସ୍ ମ୍ୟାନେଜ୍‌ମେଣ୍ଟ ଏବେ ତାଙ୍କର ସବୁଠୁ ବଡ ଦାୟିତ୍ୱ ହୋଇଛି।

  • क्राइसिस मैनेजमेंट का काम संभाल रही हैं असगरଛତିଶଗଡ଼ର ଝିଅ ପିଡି ନିତ୍ୟାଙ୍କୁ ଦିଆଯାଇଛି ଶ୍ରୀନଗର ଦାୟିତ୍ୱ। ତାଙ୍କ ଦାୟିତ୍ୱରେ ରହିଛି ଉପର ରାମ ମୁନ୍‌ସୀରୁ ହରବନ ଦାଗଚୀ ଗାଁ ପର୍ଯ୍ୟନ୍ତ ଇଲାକା। ଏହି ରାସ୍ତାରେ ଜେଲ୍‌ ପଠାଯାଇଥିବା ଭିଆଇପି ଲୋକଙ୍କୁ ରଖାଯାଇଛି। ନିତ୍ୟା ପ୍ରଥମେ କର୍ପୋରେଟ୍‌ ସେକ୍ଟରରେ କାମ କରୁଥିଲେ। ଏକ ସିମେଣ୍ଟ କମ୍ପାନୀର ମ୍ୟାନେଜର ଥିଲେ। ନେହରୁ ପାର୍କର ସବ୍‌ଡିଭିଜନାଲ ପୁଲିସ ଅଫିସର ନିତ୍ୟାଙ୍କ କହିବା ଅନୁଯାୟୀ, ସାଧାରଣ ଲୋକଙ୍କ ସୁରକ୍ଷା ସହ ଭିଭିଆଇପିଙ୍କ ସୁରକ୍ଷା ମଧ୍ୟ ମୋତେ ଦେଖିବାକୁ ପଡ଼ୁଛି। ଅନେକ ସମୟରେ ଉତ୍ତ୍ୟକ୍ତ ଲୋକଙ୍କ କ୍ରୋଧର ଶିକାର ହେବାକୁ ମଧ୍ୟ ପଡ଼ୁଛି। କେମିକାଲ ଇଞ୍ଜିନିୟରିଂରେ ବିଟେକ୍‌ କରିଥିବା ନିତ୍ୟା କାଶ୍ମୀରୀ ଭାଷା ସହ ହିନ୍ଦୀ ଏବଂ ତେଲଗୁ ଭାଷା ମଧ୍ୟ ଭଲ ଭାବେ ଜାଣନ୍ତି।

  • कई बार लोगों के गुस्से का सामना करना पड़ता है- पीडी नित्या

 

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like