ପ୍ରୀତମଙ୍କ ବ୍ୟାଟେରୀ ସାଇକେଲ, ନାହିଁ ପେଟ୍ରୋଲ୍ କି ପେଡାଲ୍ ଟେନସନ୍

ନୟାଗଡ଼ ଜିଲ୍ଲା ମହୀତମା ଗାଁର ଯୁକ୍ତ ଦୁଇ ଛାତ୍ର ପ୍ରୀତମ୍ କୁମାର ପାତ୍ର ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ। ଏହି ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ।

ଘରେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ କିଲୋମିଟର ଯାଏ ଗଡ଼ିବ ଏହି ସାଇକେଲ। କେବଳ ସେତିକି ନୁହେଁ ଏହି ସାଇକେଲରେ ମୋବାଇଲ ଚାର୍ଜିଙ୍ଗ, ବ୍ଲୁ- ଟୁଥ ପଏଣ୍ଟ, ମ୍ୟୁଜିକ ସିଷ୍ଟମ, ଲାଇଟ ଓ ହର୍ଣ୍ଣ ସିଷ୍ଟମ, ସ୍ପିଡୋ ମିଟର ଓ ଡିଜିଟାଲ ୱାଚ ଭଳି ଅନେକ ଅତ୍ୟାଧୁନିକ ଫିଚର ମଧ୍ୟ ରହିଛି ବୋଲି ପ୍ରିତମ କୁମାର ପାତ୍ର କହିଛନ୍ତି। ଏବେ ସାରା ଅଂଚଳରେ ସେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତିl

ପିଲାଟିବେଳୁ ବିଭିନ୍ନ ଇଲେକ୍ଟ୍ରିକ ସରଞ୍ଜାମ ଓ ଖେଳନା ପ୍ରସ୍ତୁତିରେ ପ୍ରୀତମଙ୍କର ଖୁବ ରୁଚି ରହିଥିଲା। ନିଜସ୍ୱ ଜ୍ଞାନ କୌଶଳରେ ମାତ୍ର ୮ହଜାର ଟଙ୍କା ଖର୍ଚ୍ଚ କରି ସେ ଏହି ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଥିବା କହିଛନ୍ତିl

ଅନ୍ୟପକ୍ଷେ ପୁଅର ଏଭଳି  ନିଆରା ଉଦ୍ଭାବନକୁ ନେଇ ତାଙ୍କ ବାପା ମା ବେଶ ଖୁସି ଅନୁଭବ କରୁଥିବା ବେଳେ ସରକାରୀ କିମ୍ବା ବେସରକାରୀ ସ୍ତରରେ କିଛି ପ୍ରୋତ୍ସାହନ ମିଳିଲେ ପ୍ରୀତମ ଆହୁରି ଆଗକୁ ଯାଇପାରିବେ ବୋଲି ତାଙ୍କ ମା କହିଛନ୍ତିl

ଦିନକୁ ଦିନ ପେଟ୍ରୋଲ ଡିଜେଲର ଅତ୍ୟଧିକ ଦରବୃଦ୍ଧି ସହ ମୋଟର ଚାଳିତ ଗାଡ଼ିରୁ  ନିର୍ଗତ ଧୂଆଁ ବାୟୁମଣ୍ଡଳ ପାଇଁ ଖୁବ ଚିନ୍ତାର ବିଷୟ ପାଲଟିଛି। ଏ ଦିଗରେ ଏହି ବ୍ୟାଟେରୀ ଚାଳିତ ସାଇକେଲ ଯାତାୟାତ ପାଇଁ ବେଶ ଶସ୍ତା ଓ ସୁବିଧାଜନକ ହୋଇପାରିବ।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ସିନ୍ଧୁ ନଦୀରୁ ଉଦ୍ଧାର ହେଲା ମାଂସ ଖିଆ ମାଛ

ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

You might also like