ଏକାଧିକ ଲଗ୍ଜୁରୀ କାର୍କୁ ଘାଇରେ ଫିଙ୍ଗିଦେଲା ଭୋଲ୍ଭୋ କମ୍ପାନୀ
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ରାଣ୍ଡ ନୂଆ ଲଗ୍ଜୁରୀ କାର୍କୁ ୧୦୦ ଫିଟ୍ ଉଚ୍ଚାରୁ ଘାଇକୁ ଫିଙ୍ଗୁଛି ବିଶ୍ୱର ଲୋକପ୍ରିୟ କାର୍ ନିର୍ମାତା କମ୍ପାନୀ ଭୋଲ୍ଭୋ। ହେଲେ ନୂଆ କାର୍ଗୁଡ଼ିକୁ ଏମିତି ଘାଇ ତଳକୁ କାହିଁକି ପିଙ୍ଗୁଛି କମ୍ପାନୀ ତାର କାରଣ ବି ଜାଣି ରଖନ୍ତୁ।
.@VolvoCars ‘most extreme’ crash test involves a 100-foot drop from a crane: https://t.co/5znqZ5tEWo pic.twitter.com/PAxQLqCF5T
— Car and Driver (@CARandDRIVER) November 16, 2020
ଗ୍ରାହକଙ୍କ ସୁରକ୍ଷାକୁ ଆଖିଆଗରେ ରଖି ପରୀକ୍ଷଣ ପାଇଁ କମ୍ପାନୀ ଏହି କାରଗୁଡ଼ିକୁ ୧୦୦ ଫିଟ ଉଚ୍ଚାର ଘାଇ ଭିତରକୁ ଫିଙ୍ଗୁଛି। ଯଦି ଗାଡ଼ି ଭବିଷ୍ୟତରେ ଏଭଳି ସ୍ଥିତି ଆସେ, ତେବେ ଏଥିରୁ କିପରି ମୁକୁଳିହେବ ତାହା ଏହି କ୍ରାସ୍ ଟେଷ୍ଟ ରିପୋର୍ଟ ଦ୍ୱାରା ଜଣାପଡ଼ିବ ବୋଲି କମ୍ପାନୀ କହିଛି।
କିନ୍ତୁ ସାଧାରଣତଃ କ୍ରାସ୍ ଟେଷ୍ଟ ପାଇଁ କମ୍ପାନୀ ପୁରୁଣା କାର୍ ପାଖାପାଖି ୨୦ ବର୍ଷ ତଳର କାର ବ୍ୟବହାର କରିଥାଏ। କିନ୍ତୁ କ୍ରାସ୍ ଟେଷ୍ଟ ପାଇଁ କମ୍ପାନୀ ଏଥର ବ୍ରାଣ୍ଡ ନ୍ୟୁ କାର୍ ବ୍ୟବହାର କାଯାଇଛି। ଟେଷ୍ଟି ସଂୟର ଭିଡିଓ ଟ୍ୱିଟରରେ ଶେୟାର କରିଛି କମ୍ପାନୀ। ଲେଖିଛି “ଆମେ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ନୂଆ ଟେକ୍ନିକ୍ର ଲଞ୍ଚ୍ କରିବାକୁ ଚାହୁଁଛୁ, ଯାହାଦ୍ୱାରା ଭବିଷ୍ୟତରେ ଏକ୍ସିଡେଣ୍ଟ ହେଲେ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ସହଜରେ ଉଦ୍ଧାର କରିପାରିବେ। ପୂର୍ବରୁ ହେଉଥିବା ରେଗୁଲାର୍ ଟେଷ୍ଟକୁ ଛାଡ଼ି ଆମେ ଏଥର ଟେଷ୍ଟିଂ ସ୍ତରକୁ ବଢ଼ାଇଛୁ।”
କମ୍ପାନୀର କହିବାନୁସାରେ ସଡ଼କ ଦୁର୍ଘଟଣା ସମୟରେ ଆହତଙ୍କୁ କେମିତି ତତ୍କାଳ ଗାଡ଼ିରୁ ବାହାର କରାଯିବ ଓ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ପହଞ୍ଚାଯିବ ସେ ବିଷୟରେ ରଣନୀତ ପ୍ରସ୍ତୁତ କରାଯିବ। ଏହା ସହିତ ଗମ୍ଭୀର ସ୍ଥିତିରେ କେମିତି ମୁକାବିଲା କରିହେବ ସେ ସମ୍ପର୍କରେ ବି ରଣନୀତି ପ୍ରସ୍ତୁତ କରାଯିବ। କ୍ରାସ୍ ଟେଷ୍ଟ ପରେ ଯାହା ରିପୋର୍ଟ ଆସିବ ତାକୁ ରେସ୍କ୍ୟୁ ୱାର୍କର୍ସଙ୍କୁ ଦିଆଯିବ ବୋଲି କମ୍ପାନୀ କହିଛି। ସୂଚନା ଅନୁସାରେ, କମ୍ପାନୀ ଏପର୍ଯ୍ୟନ୍ତ ୧୦ ନୂଆ ଲଗ୍ଜୁରୀ କାର୍କୁ ଘାଇ ଭିତରେ ଫିଙ୍ଗି ଟେଷ୍ଟ କରିସାରିଲାଣି।