ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ ?

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ରାମ କିଏ, ରାବଣ କିଏ? କାହା ପ୍ରବୃତ୍ତିରେ ଭରି ରହିଛି ରାବଣର ଗୁଣ? ଆସନ୍ତାକାଲି ରାବଣ ପୋଡ଼ି ପାଇଁ ପ୍ରସ୍ତୁତି  ଭିତରେ ଏବେ ତିନି ପ୍ରମୁଖ ଦଳ ନିଜ ଦଳରେ  ରାମ- ରାବଣ ଚରିତ୍ରକୁ ଅବତାରଣା କରିଛନ୍ତି। କିଏ ନବୀନଙ୍କ ଭିତରେ ରାମଙ୍କ ଅବତାର ଦେଖୁଥିବା ବେଳେ କିଏ ନିରଞ୍ଜନଙ୍କ ଭିତରେ ରାମଙ୍କୁ ପାଇଛି। ପୁଣି ଧର୍ମେନ୍ଦ୍ର ଓ ନବୀନଙ୍କୁ ଅଧା ରାବଣ ବୋଲି ବି କଟାକ୍ଷ କରିଛନ୍ତି ନେତା।

କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ରାମୟାଣରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାମ ହୋଇଥିବା ବେଳେ ପ୍ରସନ୍ନ ପାଟଶାଣୀଙ୍କ ରାମାୟଣରେ ନବୀନ ହେଉଛନ୍ତି ରାମ। ଆଉ ପ୍ରସନ୍ନ ନିଜେ ହନୁମାନ। ପୂର୍ବରୁ ଜାନକୀ ଓ ବିଜୁଙ୍କ ପାଖରେ ହନୁମାନ ଭୂମିକା ତୁଲାଇଥିବା ପ୍ରସନ୍ନ ଏବେ ନବୀନଙ୍କ  ପାଖରେ ବି ପ୍ରଭୁଭକ୍ତିର ପ୍ରମାଣ ଦେବାକୁ ଚାହିୁଁଛନ୍ତି।

ତେବେ ନିଜ ନେତାଙ୍କୁ ରାମ ବୋଲି ଚିତ୍ରଣ କରୁଥିବା ଏ ଦୁଇ ନେତାଙ୍କ ଭିତରୁ ସୁର, ବିରୋଧୀ ନେତାଙ୍କୁ କିନ୍ତୁ ଅଧା ରାବଣ ଭାବେ ଦେଖୁଛନ୍ତି। ରାଜନୀତିରେ ଦଳର ମୁଖିଆଙ୍କ ଚରିତ୍ରକୁ ପୁରାଣର ଚରିତ୍ର ସହ ତୁଳନା କରି ଏପରି ରାମ-ରାବଣ ଉପାଖ୍ୟାନର ଅବତାରଣ କରିଛନ୍ତି ସୁର ଓ ପ୍ରସନ୍ନ। ତେବେ କଂଗ୍ରେସ ଓ ବିଜେଡିରେ ରାବଣ ଥିଲେ ବି କିଏ ସେ ରାବଣ ସେ କଥା କିନ୍ତୁ କହିନାହାଁନ୍ତି ଦୁଇ ପୁରୁଖା ନେତା।

ନିଜ ତୁଣ୍ଡ ପାଇଁ ସବୁ ବେଳେ ଚର୍ଚ୍ଚିତ ବରିଷ୍ଠ ବିଜେପି ନେତା ଦାମ ରାଉତ କିନ୍ତୁ ନେତାଙ୍କ ଚରିତ୍ରରେ ରାମ କି ରାବଣ ଦେଖୁନାହାଁନ୍ତି। ରାବଣ କେବଳ ଏକ ପ୍ରବୃତ୍ତି ଓ ଏବେ ଯିଏ ସଂପତ୍ତି ଆହରଣ ପାଇଁ ରାଜନୀତି କରୁଛି ତାକୁ ରାବଣର ଆଖ୍ୟା ଦେଇଛନ୍ତି ଦାମ।

ମଣ୍ଡପରେ ରାବଣ ରୁପି ଦୁଷ୍ଟଶକ୍ତିର ବିନାଶ ପାଇଁ ସବୁଠି ପ୍ରସ୍ତୁତି ଚାଲିଥିବା ବେଳେ ସବୁ ଦଳରେ ରାମ- ରାବଣଙ୍କ ଉପସ୍ଥିତିର ଚର୍ଚ୍ଚା ଏବେ ପୂଜା ବଜାରରେ ବି ରାଜନୀତିର ଚର୍ଚ୍ଚାକୁ ରୋଚକ କରିଛି।

 

ଆହୁରି ପଢ଼ନ୍ତୁ

ଆକାଶରୁ ଏକ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ

ଅଜଗର ମୁହଁରୁ ଏମିତି ବର୍ତ୍ତିଗଲା ହରିଣ

BSNLର ଜବରଦସ୍ତ ପ୍ଲାନ୍; ପ୍ରତିଦିନ ୨ଜିବି ଡାଟା ସହିତ ଅନ୍‌ଲିମିଟେଡ୍‌ କଲିଂ ସୁବିଧା

କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

‘ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା’

୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ଜିଓ ଫାଇବର୍‌ର ଏହି ପ୍ଲାନ୍‌ରେ ମିଳୁଛି ଡବଲ୍‌ ଡାଟା

ଏଇ କୋଠାରେ ଗଚ୍ଛିତ ରହିଛି ୨୮ ଟନ୍ ସୁନା !

ନବଜାତକର ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଧାଇଁଲେ ବାପା, କେହି ଶୁଣିଲେନି

୬ ଫୁଟ ନୁହେଁ, ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭାଇରସ୍‌

ମୃତ୍ୟୁର ଉପତ୍ୟକା-ଯେଉଁଠି ତାପମାତ୍ରା ୫୬.୭ ଡିଗ୍ରୀ

ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ

You might also like