ସହଜରେ ବଦଳାଇ ପାରିବେ ଚିରା ନୋଟ୍; ମନା କରିପାରିବନି ବ୍ୟାଙ୍କ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରା ନୋଟ୍ ଅଛି ଓ ଏହାକୁ ଅଚଳ କହି କେହି ନେଉ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ଅଚଳ ନୋଟ୍‌ ବଦଳ ହୋଇପାରିବ। ଆପଣ ଚାହିଁଲେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଦେଇ ନୋଟ୍‌ର ଉପଯୁକ୍ତ ମୂଲ୍ୟ ନେଇପାରିବେ। ଆର୍‌ବିଆଇର ନୋଟ୍‌ ରିଫଣ୍ଡ ରୁଲ୍ ୨୦୧୯ ଅନୁସାରେ ବ୍ୟାଙ୍କ୍‌ ମଧ୍ୟ ଆପଣଙ୍କ ଟଙ୍କା ବଦଳେଇ ଦେବାକୁ ମନା କରିପାରିବ ନାହିଁ। କିନ୍ତୁ ତା’ର କେତେଗୁଡ଼ିଏ ନିୟମ ରହିଛି। ଆସନ୍ତୁ ସେଗୁଡ଼ିକୁ ଜାଣିବା।

Related image

ଯଦି କୌଣସି ବ୍ୟଙ୍କ ନୋଟ୍ ବଦଳାଇବାକୁ ମନା କରନ୍ତି, ତେବେ ଦେଶରେ ଥିବା ଆର୍‌ବିଆଇର ୨୧ ଆଞ୍ଚଳିକ ଅଫିସ୍ ଓ ୧୧ ଉପଆଞ୍ଚଳିକ ଅଫିସରେ ଆପଣ ନୋଟ୍ ବଦଳାଇ ପାରିବେ। କିନ୍ତୁ ନୋଟ୍‌ର ମାନ ଅନୁସାରେ ବ୍ୟଙ୍କ ଆପଣଙ୍କୁ ଟଙ୍କା ଫେରସ୍ତ ଦେବ।

Image result for damage indian note

୧,୨,୫,୧୦,୨୦,୧୦୦,୨୦୦,୫୦୦,୨୦୦୦ ଟଙ୍କିଆ ନୋଟ୍‌କୁ ଆପଣ ବ୍ୟାଙ୍କରେ ବଦଳାଇପାରିବେ। ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଅନୁସାରେ ନୋଟ୍‌ଟି ଯେତେମାତ୍ରାରେ ଚିରିଛି ସେହି ଅନୁସାରେ ନୋଟ୍‌ର ମୂଲ୍ୟ ନିର୍ଦ୍ଧାରଣ ହୋଇ ଗ୍ରାହକଙ୍କୁ ତାର ମୂଲ୍ୟ ଦିଆଯିବ।

ଏବେ ଆସନ୍ତୁ ଜାଣନ୍ତୁ ନୋଟ୍‌ କେତେ ଚିରିଥିଲେ କେତେ ଟଙ୍କା ଫେରସ୍ତ ମିଳିବ

Image result for indian note

୧୦୯.୫୬ ବର୍ଗ ସେଣ୍ଟିମିଟର ବିଶିଷ୍ଟ ୨୦୦୦ ହଜାର ଟଙ୍କିଆ ନୋଟ୍‌ରେ ୮୮ ବର୍ଗ ସେଣ୍ଟିମିଟର ସ୍ଥାନ ଭଲ ଥିଲେ ଉପଭୋକ୍ତାଙ୍କୁ ନୋଟ୍‌ର ପୂରା ମୂଲ୍ୟ ବା ପୂରା ୨୦୦୦ ଟଙ୍କା ଫେରସ୍ତ ମିଳିବ। ଯଦି ୪୪ ବର୍ଗ ସେଣ୍ଟିମିଟର ଭାଗ ଭଲ ଅଛି ତେବେ ଉପଭୋକ୍ତା ନୋଟ୍‌ର ଅଧା ମୂଲ୍ୟ ପାଇବେ।

Image result for 500 note

୫୦୦ ଟଙ୍କିଆ ନୋଟ୍‌ ୯୯ ବର୍ଗ ସେଣ୍ଟିମିଟରର ହୋଇଥାଏ। ଏଥିରୁ ୮୦ ପ୍ରତିଶତ ଭଲ ଥିଲେ ଗ୍ରାହକଙ୍କୁ ପୂରା ଟଙ୍କା ରିଫଣ୍ଡ ମିଳିବ। ଆଉ ୪୪ ପ୍ରତିଶତ ଭଲ ଥିଲେ ନୋଟ୍‌ର ଅଧା ମୂଲ୍ୟ ଫେରସ୍ତ ମିଳିବ।

Image result for 200 note

ସେହିଭଳି ୨୦୦ ଟଙ୍କିଆ ନୋଟ୍‌ରେ ମୋଟ ଏରିଆ ୯୬.୩୬ ବର୍ଗ ସେଣ୍ଟିମିଟର। ଏଥିରୁ ୭୮ ବର୍ଗ ସେଣ୍ଟିମିଟର ଭଲ ଥିଲେ ସମ୍ପୂର୍ଣ ୨୦୦ ଟଙ୍କା ରିଫଣ୍ଡ ମିଳିବ। ଆଉ ଯଦି ୩୯ ବର୍ଗ ସେଣ୍ଟିମିଟର୍ ଭଲ ଅଛି ତେବେ ନୋଟ୍‌ର ଅଧା ମୂଲ୍ୟ ବା ୧୦୦ ଟଙ୍କା ମିଳିବ।

Image result for 100 note

୧୦୦ ଟଙ୍କିଆ ନୋଟ୍‌ରେ ୯୩.୭୨ ବର୍ଗ ସେଣ୍ଟିମିଟରରୁ ୭୫ ବର୍ଗ ସେଣ୍ଟିମିଟର୍‌ ଭଲ ଥିଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ ଓ ୨୮ ବର୍ଗ ସେଣ୍ଟିମିଟର ଭଲ ଥିଲେ ଅଧା ମୂଲ୍ୟ ରିଫଣ୍ଡ ମିଳିବ। ଏହି ନିୟମ ଅନ୍ୟ ନୋଟ୍‌ଗୁଡ଼ିକରେ ମଧ୍ୟ ଲାଗୁହୋଇଥାଏ।

 

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like