ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ: ଏମିତି ଅନେକ ଥର ଦେଖିବାକୁ ମିଳିଛି ଟ୍ରେନ୍‌ରେ ଆମ୍ଭେମାନେ କୌଣସି ସ୍ଥାନକୁ ଯିବାପାଇଁ ଚାହୁଁ ହେଲେ ଟିକେଟ୍‌ ବୁକ୍‌ କରିବା ପାଇଁ ଆବଶ୍ୟକ ଟଙ୍କା ନ ଥିବା ଯୋଗୁ ଯାତ୍ରାକୁ ବାତିଲ୍‌ କରିଦେଇଥାଉ।  ଏଥିପାଇଁ ଏବେ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ IRCTC ଏବେ ଏମିତି ଏକ ସୁବିଧା ଆରମ୍ଭ କରିଛି ଯେଉଁଥିରେ ଆପଣ ବିନା ଟଙ୍କାରେ ଟିକେଟ୍‌ ବୁକ୍‌ କରି ଯାତ୍ରା କରିପାରିବେ।

IRCTC ପକ୍ଷରୁ ଆରମ୍ଭ ହୋଇଥିବା ଏହି ସୁବିଧାର ନାଁ , ‘ବୁକ୍ ନାଓ, ପେ’ ଲ୍ୟାଟର୍‌’। ଏହାର ଅର୍ଥ ଆପଣ ଏବେ ଟିକେଟ୍‌ ବୁକ୍‌ କରି ପରେ ଟଙ୍କା ଦେଇପାରିବେ। ତେବେ IRCTC ୱେବ୍‌ସାଇଟ୍‌ରେ ଆପଣ ଟିକେଟ୍‌ ବୁକ୍‌ କରିବାର ୧୪ଦିନ ମଧ୍ୟରେ ଟିକେଟ୍‌ର ଅର୍ଥରାଶି ଆପଣଙ୍କୁ ଦେବାକୁ ପଡ଼ିବ। ସବୁଠାରୁ ଖାସ୍‌ କଥା ହେଲା, ଏହି ସୁବିଧା ମାଧ୍ୟମରେ ଆପଣ ସାଧାରଣ ସହ ତତ୍‌କାଳ ଟିକେଟ୍‌ ମଧ୍ୟ ବୁକ୍‌ କରିପାରିବେ।

ତା’ହେଲେ ଆସନ୍ତୁ ଜାଣିବା କେମିତି ଟିକେଟ୍ ବୁକ୍‌ କରିବେ…

  • ସର୍ବପ୍ରଥମେ ଆପଣଙ୍କୁ https://www.irctc.co.in ୱେବ୍‌ସାଇଟ୍‌କୁ ଯାଇ ଲଗ୍‌ ଇନ୍‌ କରିବାକୁ ପଡ଼ିବ।
  • ଟିକେଟ୍‌ ବୁକ୍‌ କରିବା ପାଇଁ ଆପଣଙ୍କୁ ଯାତ୍ରା ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେବାକୁ ପଡ଼ିବ।
  • ଏହାପରେ ଏକ ପେମେଣ୍ଟ୍‌ ପେଜ୍‌ ଖୋଲିବ। ଏହି ପେଜ୍‌ରେ ଥିବା ‘Pay Later’ ଅପସନ୍‌ରେ କ୍ଲିକ୍‌ କଲେ ଆପଣଙ୍କୁ ePayLater ଅପସନ୍‌ରେ ରି-ଡାଇରେକ୍ଟ ହେବ।
  • ଆପଣଙ୍କୁ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ୍‌ ନମ୍ବର ମାଧ୍ୟମରେ ePayLater ରେ ଲଗ୍‌ଇନ୍‌ କରିବାକୁ ପଡ଼ିବ। ଏସବୁ ପରେ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପିକୁ ଦେଲାପରେ ଲଗ୍‌ଇନ୍‌ ହୋଇଯିବ।
  • ଏହାପରେ ଆପଣଙ୍କୁ ବୁକିଂ ଅର୍ଥରାଶିକୁ କନ୍‌ଫର୍ମ କରିବାକୁ ପଡ଼ିବ। କନ୍‌ଫର୍ମ କରିବା ଅର୍ଥ ଆପଣ ଟିକେଟ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିକେଟ୍‌ ବୁକ୍‌ କରିବାର ୧୪ ଦିନ ମଧ୍ୟରେ ଆପଣଙ୍କୁ ଟିକେଟ୍‌ ଯେତିକି ଟଙ୍କା ତାହା ଆପଣଙ୍କୁ ଦେବାକୁ ପଡ଼ିବ। ଯଦି ଆପଣ ଏହି ଟଙ୍କା ଦେଉ ନାହାନ୍ତି ତେବେ ୩.୫ ପ୍ରତିଶତ ଆପଣଙ୍କୁ ସୁଧ ଦେବାକୁ ପଡ଼ିବ।

ଏହି ସୁବିଧାର ସବୁଠାରୁ ଫାଇଦା ହେଲା ଗ୍ରାହକମାନେ ଅତି ଶୀଘ୍ର ଟିକେଟ୍‌ ବୁକ୍‌ କରିପାରିବେ। ଏହାସହ ଟିକେଟ୍‌ ବୁକିଂ ସମୟରେ ପେମେଣ୍ଟ୍‌ ଗେଟ୍‌ୱେ ଫେଲ୍‌ରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ।

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like