ନିରାମିଷରେ ପ୍ରସ୍ତୁତ ଚିକେନ, ମଟନ, ଚିଙ୍ଗୁଡ଼ି !

ଭୁବନେଶ୍ୱର: ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ। ପ୍ରାୟତଃ ସମସ୍ତେ ଏହି ମାସରେ ଆମିଷ ଖାଇବା ଛାଡ଼ି ଦେଇଥାନ୍ତି। ଏପରିକି ଆମିଷ ନାଁ ଶୁଣିଲେ କେହିକେହି ନାକ ବି ଟେକି ଥାନ୍ତି। ଯଦି ଆମେ ଆପଣଙ୍କୁ କହିବୁ ଏବେ ଭେଜ୍‌ ଚିକେନ୍‌, ଭେଜ୍ ମଟନ୍‌ , ଭେଜ୍‌ ଚିଙ୍ଗୁଡ଼ି…ତା‘ବି ପୁଣି ବିନା ଆମିଷରେ ପ୍ରସ୍ତୁତ ଖାଦ୍ୟ ବଜାରରେ ମିଳୁଛି। ଏହା ଜାଣିଲା ପରେ ଆପଣ କେବେ ଏହାକୁ ବିଶ୍ୱାସ କରିବେନି।

food

କାହିଁକି ନା କେହି କେବେ ଭାବି ପାରିବେନି ଏସବୁ ବିନା ଆମିଷରେ ଏହା କେମିତି ପ୍ରସ୍ତୁତ ହୋଇପାରିବ? ହେଲେ ଏମିତି କିଛି ନୂଆ ସୁସ୍ୱାଦୁ ଖାଦ୍ୟକୁ ନେଇ ଓଡ଼ିଶା ବଜାରରେ ପ୍ରବେଶ କରିଛି ବାୟୋଟ୍ରାକ ନାମକ ଏକ କମ୍ପାନୀ। ଭୁବନେଶ୍ୱରରେ ଏହିସବୁ ଖାଦ୍ୟ ମିଳୁଛି।

ପ୍ରକୃତରେ ଏହା ଆମିଷ ନୁହେଁ, ଆମିଷ ଖାଦ୍ୟ ସଦୃଶ। ଅର୍ଥାତ୍‌ ଚିଲ୍ଲୀ ଚିକେନ୍‌ ପ୍ରସ୍ତୁତ ହୋଇଗଲା ପରେ ଯେମିତି ଦେଖାଯାଏ ଏହି ଖାଦ୍ୟକୁ ମଧ୍ୟ ଠିକ୍‌ ସେମିତି ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି ଯାହାକି ଏହା ଚିଲ୍ଲୀ ଚିକେନ ଭଳି ଦେଖା ଯାଉଛି। ଚିଲ୍ଲୀ ଚିକେନ୍ ଭଳି ଦେଖା ଯାଉଥିବାରୁ ଓ ଏହାର ସ୍ୱାଦ ଅବିକଳ ଆମିଷ ପରି ରହିଥିବାରୁ ଏହାକୁ ଭେଜ୍‌ ଚିକେନ୍‌ କୁହାଯାଉଛି। ସେହିପରି ଅନ୍ୟ ନିରାମିଷ ଖାଦ୍ୟ ମଧ୍ୟ ଆମିଷ ଖାଦ୍ୟ ଭଳି ପ୍ରସ୍ତୁତ କରଯାଇ ଲୋକମାନଙ୍କୁ ପରଷା ଯାଉଛି।

You might also like