ମୃତ୍ୟୁ ପରେ ବି ମନେ ରହିବେ

ନେତା ଅଭିନେତାଙ୍କ ବ୍ୟତୀତ ପ୍ରଶାସକ ଓ ଅନ୍ୟ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ୨୦୨୦ରେ ହରାଇଛି ଓଡ଼ିଶା। ଏହି ସୁଯୋଗ୍ୟ ସନ୍ତାମାନେ ନିଜ ନିଜ କ୍ଷେତ୍ରରେ ବେଶ୍ ପାରଦର୍ଶିତାର ସହ କର୍ତ୍ତବ୍ୟ ପାଳନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଆସନ୍ତୁ ବର୍ଷ ୨୦୨୦ ସରିବାକୁ ଯାଉଥିବା ବେଳେ ଆଉ ଥରେ ସେଇ ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ମନେ ପକାଇବା।

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ

ସେପ୍ଟେମ୍ବର ୨୩ ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କ ପତ୍ନୀ ସୁଶିଳା ଦେବୀଙ୍କର ପରଲୋକ ହୋଇଥିଲା। ଗତ ନଭେମ୍ବର ୧ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ସମୟରେ ରାଜ୍ୟପାଳ ଓଡ଼ିଶାରେ ଥିଲେ। 

ପୂର୍ବତନ ଡିଜିପି ଏସ୍‌.କେ ଚାଟାର୍ଜୀ

ନଭେମ୍ବର ୧୫ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍‌.କେ ଚାଟାର୍ଜୀଙ୍କର ପରଲୋକ ହୋଇଥିଲା। ନୂଆଦିଲ୍ଲୀରେ  ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଚାଟାର୍ଜୀ। ସ୍ଵର୍ଗତ ଚାଟାର୍ଜୀ ୧୯୬୬ ବ୍ୟାଚ୍ ଆଇପିଏସ ଅଫିସର ଥିଲେ। ୧୩ ମାସ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳି ବା ପରେ ୨୦୦୧ ଏପ୍ରିଲ ୩୦ରେ ଅବସର ନେଇଥିଲେ।

ପୂର୍ବତନ ପୁଲିସ୍‌ ଡିଜି ଏସ୍.ଏନ୍ ତିୱାରୀଙ୍କ ପରଲୋକ - Odisha Reporter

ଏସ୍‌ ଏନ୍‌ ତିୱାରୀ

ଏସ୍‌.କେ ଚାଟାର୍ଜୀଙ୍କ ପୂର୍ବରୁ ଅଗଷ୍ଟ ୫ ତାରିଖରେ ପୂର୍ବତନ ଓଡ଼ିଶା ଡିଜିପି ଏସ୍‌.ଏନ୍‌. ତିୱାରୀଙ୍କ ପରଲୋକ ହୋଇଥିଲା। ଆହ୍ଲାବାଦ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପରେ ୧୯୬୫ ମସିହାରେ ଭାରତୀୟ ପୋଲିସ୍ ସେବାରେ ଯୋଗ ଦେଇଥିଲେ ଏସ୍‌.ଏନ୍‌. ତିୱାରୀ। ଓଡ଼ିଶାର ପ୍ରଥମ ଆଇପିଏସ୍ ଅଧିକାରୀ ଭାବେ ସେ ଏସ୍‌ପିଜି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାସହ ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ସମେତ ଅନ୍ୟ ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ।

ଡିଜିପି ପ୍ରଫୁଲ୍ଲ ରଥ

ପୂର୍ବତନ ପୋଲି ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କର ବିୟୋଗ ହୋଇଥିଲା ଫେବ୍ରୁଆରୀ ୧୨ ତାରିଖ ୨୦୨୦ରେ। ୧୯୩୪ ମସିହାରେ ଜନ୍ମ ହୋଇଥିବା ପ୍ରଫୁଲ୍ଲ ୧୯୫୬ ମସିହାରେ ଆଇପିଏସ ଅଫିସର ଭାବେ ଯୋଗ ଦେଇଥିଲେ। ସେ ବିଭିନ୍ନ ଜିଲ୍ଲାର ଏସପି, କେନ୍ଦ୍ରାଞ୍ଚଳ ଡିଆଇଜି,ଆଇନ ଶୃଙ୍ଖଳା ଆଇଜି ଓ ସିବିଆଇ ଆଦି ସଂସ୍ଥାରେ କାର୍ଯ୍ୟକରି ଥିଲେ। ଏହାପରେ ୧୯୮୭ ମସିହା ଅଗଷ୍ଟ ୨୬ ତାରିଖରୁ ୧୯୮୯ ଡିସେମ୍ବର ୧୮ ପର୍ଯ୍ୟନ୍ତ ଓ ୧୯୯୧ ମସିହା ଜୁଲାଇ ୩ ରୁ ୧୯୯୨ ମସିହା ଅକ୍ଟୋବର ୩୦ ପର୍ଯ୍ୟନ୍ତ ପୁଲିସ ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ | The Samikhsya Odia

ପ୍ରିୟବ୍ରତ ପଟ୍ଟନାୟକ

ଜୁଲାଇ ୨୧ ତାରିଖ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ପରଲୋକ ହୋଇଥିଲା। ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ୧୯୭୬ ବ୍ୟାଚର ଆଇଏଏସ ଅଫିସର ତାଙ୍କ କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହ ସମ୍ଭାଳିଥିଲେ। ଓଡିଶା ଜୁଡୋ ଆସୋସିଏସନର ସେ ସଭାପତି ମଧ୍ୟ ଥିଲେ।

Eminent Neuro Surgeon Sanatan Rath Passes Away At The Age Of 86 || KalingaTV - YouTube

ସନାତନ ରଥ

ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।। ନ୍ୟୁରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା ଥିଲେ ଡାକ୍ତର ସନାତନ। ବହୁ ବିରଳ ଅପରେସନ କରିବା ସହ ସେଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା।

ଖ୍ୟାତନାମା ଡାକ୍ତର ପ୍ରଫେସର ଚିତ୍ତରଞ୍ଜନ କରଙ୍କ ପରଲୋକ | LocalWire

ଡା. ଚିତ୍ତରଞ୍ଜନ କର

ନଭେମ୍ବର ୨୧ ତାରିଖରେ ଏସ୍‌ସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ରାଜ୍ୟରେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର୍ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ପରଲୋକ ହୋଇଥିଲା। ସେପ୍ଟେମ୍ବରରେ ସେ କରୋନା ପଜିଟିଭ୍ ହେବା ପରେ ଚିକିତ୍ସିତ ହେଉଥିଲେ। ଏସ୍‌ସିବି ମେଡିକାଲ୍‌ କଲେଜରୁ ଏମ୍‌ବିବିଏସ୍‌, ବୁର୍ଲାରୁ ଏମ୍‌ଡି ଏବଂ ବାରଣାସୀରେ ଡିଏମ୍‌ ସାରିବା ପରେ ସରକାରୀ ଚାକିରି ଆରମ୍ଭ କରିଥିଲେ ପ୍ରଫେସର ଚିତ୍ତରଞ୍ଜନ କର।

 

 

You might also like