ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ

ଶିମ୍‌ଲା: ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବରଫପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶର ଶିମ୍‌ଲା, ମନାଲି, କୁଫ୍ରି, ନରକନ୍ଦା ଭଳି ବିଭିନ୍ନ ଅଞ୍ଚଳରେ ବରଫର ମୋଟା ଆସ୍ତରଣ ଦେଖିବାରକୁ ମିଳିଛି।

ଏତେ ତୁଷାରପାତ ହେଉଛି ଯେ, ସତେ ଯେମିତି ବରଫରେ ଆଚ୍ଛାଦିତ ହୋଇଛି ପ୍ରକୃତି। ଗଛ ପତ୍ର, ଗାଡ଼ି ମୋଟର, ଘର ସବୁଆଡେ ବରଫର ଆସ୍ତରଣ। ପାରଦ ଚାରି ପାଞ୍ଚ ଡିଗ୍ରୀକୁ ତଳକୁ ଖସି ଆସିଛି।

ଅନ୍ୟପଟେ ଏହି ତୁଷାରପାତର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ। ତୁଷାରପାତ ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ହିମାଚଳ ପ୍ରଦେଶରେ ଭୀଷଣ ବରଫପାତ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଉତ୍ତରାଖଣ୍ଡର କେଦାରନାଥରେ ମଧ୍ୟ ପ୍ରବଳ ବରଫପାତ ହୋଇଛି। ତେବେ ଏହି ମନରୋମ ଦୃଶ୍ୟକୁ ଉପଭୋଗ କରିବାକୁ ଭୁଲି ନାହାନ୍ତି ପର୍ଯ୍ୟଟକ। ଖାଲି କେଦାରନାଥ ନୁହେଁ ଏହା ନିକଟରେ ଥିବା ଛୋଟ ବଡ଼ ମନ୍ଦିର, ରାସ୍ତାଘାଟ ଏବଂ ରେଷ୍ଟୁରାଷ୍ଟ୍‌ ସବୁଠି ବରଫର ଚାଦରରେ ଆଚ୍ଛାଦିତ ହୋଇଛି।

You might also like