ସାମ୍‌ସଙ୍ଗ୍‌ ଓ ସାଓମୀକୁ ପଛରେ ପକାଇଲା ନୋକିଆ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ଯଦି ଆପଣ ନୋକିଆ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। କାରଣ ଅନ୍ୟ ସ୍ମାର୍ଟଫୋନ୍‌ ଅପେକ୍ଷା ନୋକିଆ ଫୋନ୍‌ରେ ଆପଣ ସବୁଠାରୁ ସୁରକ୍ଷିତ ମୋବାଇଲ ସେବା ସହିତ ଆଗୁଆ ଲେଟେଷ୍ଟ ସଫ୍ଟୱେୟାର ଅପ୍‌ଡେଟ୍‌ର ପାଉଛନ୍ତି।

“ରିସର୍ଚ ଫର୍ମ କାଉଣ୍ଟର ପଏଣ୍ଟ” ନାମକ ଏକ ଗବେଷଣା ସଂସ୍ଥା ଦେଇଥିବା ଏକ ରିପୋର୍ଟରେ ଜଣା ପଡ଼ିଛି ଯେ, ସଫ୍ଟୱେୟର ଅପ୍‌ଡେଟ୍‌ କ୍ଷେତ୍ରରେ ନୋକିଆ ସ୍ମାର୍ଟଫୋନ୍‌ ସବୁଠାରୁ ଆଗରେ ରହିଛି। କେବଳ ସେତିକି ନୁହେଁ, ସୁରକ୍ଷିତ ମୋବାଇଲ୍‌ ସେବା ଦୃଷ୍ଟିରୁ ମଧ୍ୟ ଏହା ଆଗରେ ରହିଛି। ସେହିଭଳି ସଫ୍ଟୱେୟାର ଅପ୍‌ଡେଟ୍‌ ତାଲିକାରେ ସାମସଙ୍ଗ୍‌ ଦ୍ୱିତୀୟ ସ୍ଥାନରେ ରହିଛି।

ରିସର୍ଚ ଫର୍ମ କାଉଣ୍ଟର ପଏଣ୍ଟର ଏହି ରିପୋର୍ଟ ଅନୁସାରେ, ଗତବର୍ଷ NOKIA ୯୬ ପ୍ରତିଶତ ସ୍ମାର୍ଟଫୋନ Android 9 Pie ଅପ୍‌ଡେଟ୍‌ ସହିତ ବିକ୍ରି କରିଛି। ସେହିପରି ସାମସଙ୍ଗ୍‌ ଲେଟେଷ୍ଟ ସଫ୍ଟୱେୟର ଅପ୍‌ଡେଟ୍ ସହିତ ୮୯ ପ୍ରତିଶତ ମୋବାଇଲ୍‌ ବିକ୍ରି କରିଛି। Xiaomi ଓ Huawei ମୋବାଇଲ୍‌ କମ୍ପାନୀ Android 9 Pie ସଫ୍ଟୱେୟର ସହିତ ୮୦ ପ୍ରତିଶତ ମୋବାଇଲ୍‌ ବିକ୍ରି କରିଛନ୍ତି।

ସେହିଭଳି oppo, vivo ଓ Lenovo ଭଳି କମ୍ପାନୀର ୫୦ ପ୍ରତିଶତ ମୋବାଇଲ୍‌ Android 8.1 Oreo ଏବଂ ଏହାଠାରୁ ବି ପୁରୁଣା ଆଣ୍ଡ୍ରଏଡ୍‌ ଭର୍ଜନରେ ଚାଲୁଛି। କାଉଣ୍ଟର ପଏଣ୍ଟର ଏହି ରିପୋର୍ଟ ମୋବାଇଲ୍ କମ୍ପାନୀଗୁଡ଼ିକ ବିଷୟରେ ଅନେକ କିଛି ତଥ୍ୟ ସାମ୍ନାକୁ ଆଣିଛି।

ସଫ୍ଟୱେୟାର ଅପ୍‌ଡେଟ୍‌ କଲେ କଣ ହୁଏ ?

ଆଜିକାଲି ମୋବାଇଲ୍ କମ୍ପାନୀଗୁଡ଼ିକ ବିଭିନ୍ନ ଲୋଭନୀୟ ଅଫର୍‌ ଦେଇ ଗ୍ରାହକଙ୍କୁ ଆକର୍ଷଣ କରୁଛନ୍ତି ସତ କିନ୍ତୁ ସେଥିରେ ସଫ୍ଟୱେୟର ଅପ୍‌ଡେଟ୍ ଦେଉ ନାହାଁନ୍ତି।

କୌଣସି ଭି ସ୍ମାର୍ଟଫୋନ୍‌ ପାଇଁ ସଫ୍ଟୱେୟାର୍‌ ଅପ୍‌ଡେଟ୍‌ ଖୁବ୍‌ ଆବଶ୍ୟକ ହୋଇଥାଏ। ନୂଆ ସଫ୍ଟୱେୟାର ଅପ୍‌ଡେଟ୍‌ ଦ୍ୱାରା ମୋବାଇଲ୍‌ ଅଧିକ ଫାର୍ଷ୍ଟ ହେବା ସହିତ ଅଧିକ ସୁରକ୍ଷିତ ହୋଇଥାଏ। ମେଲୱୟେର୍‌ ଓ ଭାଇରସ୍‌ ଭଳି ଅନେକ ଆକ୍ରଣରୁ  ଫୋନ୍‌କୁ ରକ୍ଷା କରିଥାଏ। ହେକର୍‌ ମାନେ ମଧ୍ୟ ପୁରୁଣା ଭର୍ଜନରେ ଚାଲୁଥିବା ମୋବାଇଲ୍‌କୁ ଅଧିକ ଟାର୍ଗେଟ୍‌ କରିଥାନ୍ତି। ତେଣୁ ମୋବାଇଲକୁ ସୁରକ୍ଷତି ରଖିବା ପାଇଁ ସଫ୍ଟୱେୟାର ଅପ୍‌ଡେଟ୍‌ ନିହାତି ଆବଶ୍ୟକ।

You might also like