ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

ଭୁବନେଶ୍ୱର: ରାଉରକେଲା ଏନ୍ଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ରହିଛି ନୋବୋଲ୍ ଶାନ୍ତି ପୁରସ୍କାରର ସମ୍ପର୍କ।  ଚଳିତ ବର୍ଷ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଛି।  ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।  ଏଥିଲାଗି ଗୁଗଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ କାର୍ଯ୍ୟକ୍ରମର ସହାୟତା ନିଆଯାଉଛି।  ଆଉ ଏହି କାର୍ଯ୍ୟକ୍ରମ ସହ ସିଧାସଳଖ ସାମିଲ ଅଛନ୍ତି ପ୍ରଣବ ଖୈତାନ।

ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ WFPର ଏହି କାର୍ଯ୍ୟକ୍ରମ ଅନେକ ମାତ୍ରାରେ ସଫଳ ହୋଇଛି।  ଇଣ୍ଡୋନେସିଆ ଓ ମେକ୍ସିକୋ ସହ ବିଶ୍ୱର ୫ଟି ଦେଶରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେଇ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଭୋକିଲାଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁଛି। ଏହି ବୈଷୟିକ ଜ୍ଞାନକୌଶଳକୁ ଭାରତରେ ବାତ୍ୟା ଓ ଭୂକମ୍ପ ସମୟରେ ମଧ୍ୟ ଉପଯୋଗ କରାଯାଇଛି।

ପ୍ରଣବ ଖୈତାନ ୨୦୦୯ ମସିହାରେ ରାଉରକେଲା ଏନ୍ଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି।  ବର୍ତ୍ତମାନ ସେ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଗୁଗୁଲ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି।  ରାଉରକେଲାରେ ଜନ୍ମ ହୋଇଛନ୍ତି ପ୍ରଣବ।

You might also like