ଆସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ନୂଆ ନିୟମ
ରାତି ୯ଟା ପରେ ଏଟିଏମ୍ରେ ଟଙ୍କା ଭର୍ତ୍ତି ବନ୍ଦ
ଭୁବନେଶ୍ୱର : ଏଣିକି ରାତି ୯ଟା ପରେ ସହରାଞ୍ଚଳ ଏବଂ ସଂଧ୍ୟା ୬ଟା ପରେ ଗ୍ରାମାଞ୍ଚଳ ଏଟିଏମ୍ରେ ଟଙ୍କା ଭର୍ତ୍ତି ହେବ ନାହିଁ। ଅାସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ଏହି ନିୟମ। ମାଓ ପ୍ରଭାବିତ ଅଂଚଳରେ ଅପରାହ୍ନ ୪ଟା ପରେ ଅାଉ ଟଙ୍କା ଭର୍ତ୍ତି ହେବ ନାହିଁ। ଏଥିସହ ଟଙ୍କା ନେଇଯାଉଥିବା ଗାଡ଼ିରେ ଦୁଇ ଜଣ ସୁରକ୍ଷାକର୍ମୀ ରହିବା ବାଧ୍ୟତାମୂଳକ ।
ବିଭିନ୍ନ ସ୍ଥାନରେ ଟଙ୍କା ନେଇ ଯାଉଥିବା ଗାଡ଼ି ଉପରେ ଅାକ୍ରମଣ ସହ ଏଟିଏମ୍ ଠକେଇ ଘଟଣା ନଜରକୁ ଅାସିବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଅାଯାଇଛି। ପ୍ରତି ଗାଡିରେ ଜଣେ ଡ୍ରାଇଭର ସହ ଦୁଇଜଣ ସଶସ୍ତ୍ର ସୁରକ୍ଷାକର୍ମୀ ଓ ଦୁଇଜଣ ଏଟିଏମ ଅଧିକାରୀ ରହିବେ। ଗାଡ଼ିରେ ଜିପିଏସ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଗାଡ଼ିରେ ଏକା ଥରକେ ୫କୋଟିରୁ ଅଧିକ ଟଙ୍କା ନେବା ଅାଣିବା ଉପରେ କଟକଣା ମଧ୍ୟ ଜାରି କରାଯାଇଛି।