୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା……

ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୬ ମହିଳାଙ୍କ ସ୍ୱାମୀ । ୬ ପତ୍ନୀଙ୍କୁ ନେଇ ବେଶ ଗର୍ବିତ ଏଇ ବ୍ୟକ୍ତିଜଣକ। ସବୁଠାରୁ ମଜାକଥା ହେଲା, ୬ ଜଣ ପତ୍ନୀ ଏବେ ଗର୍ଭବତୀ। ସୋସିଆଲ ମିଡ଼ିଆରେ ଏହି ଫଟୋ ବେଶ ଭାଇରାଲ ହୋଇଛି। ଫଟୋଟିରେ ବ୍ୟକ୍ତି ଜଣକ ୬ ଜଣ ମହିଳାଙ୍କ ସହ ଠିଆ ହୋଇଛନ୍ତି। ଆଉ ପୁରୁଷଙ୍କ ସହ ବିଭିନ୍ନ ପୋଜ ଦେଇ ଠିଆ ହୋଇଥିବା ୬ ଜଣ ଯାକ ମହିଳା ଗର୍ଭବତୀ ଅଛନ୍ତି।

ଯୁବକ ଜଣକ ଦାବି କରିଛନ୍ତି ଯେ, ଏହି ୬ ମହିଳାଙ୍କ ସ୍ୱାମୀ ହେଉଛି ମୁଁ। ଆଉ ଏମାନଙ୍କ ଗର୍ଭରେ ଥିବା ପିଲାଙ୍କର ବାପା ମଧ୍ୟ ମୁଁ।   ନାଇଜେରିଆର ଏହି ବ୍ୟକ୍ତିଙ୍କ ନାଁ ପ୍ରୀଟି ମାଇକ। ସେ ପ୍ଲେ ବଏ ଭାବେ ଖୁବ ଲୋକପ୍ରିୟ। ତାଙ୍କର ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରୀଟିଙ୍କୁ ନେଇ ହେଉଥିବା ଏହି ଚର୍ଚ୍ଚା ପ୍ରଥମ ନୁହେଁ। ଏହା ପୂର୍ବରୁ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚା ଆସିଛନ୍ତି। ଏମିତିକି ମହିଳାମାନଙ୍କ ସହ ଆପତ୍ତିଜନକ ଫଟୋ ସେୟାର କରିଥିବା ମାମଲାରେ ୨୦୧୭ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା।

ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋଟି ପ୍ରୀଟି ନିଜେ ଉଠାଇ ସେୟାର କରିଛନ୍ତି। ଅଭିନେତା ବନ୍ଧୁ ୱିଲିୟମ୍ସ ଉଚେମ୍ବାଙ୍କ ବାହାଘରକୁ ପ୍ରୀଟି ଯାଇଥିବା ବେଳେ ଏହି ୬ ଗର୍ଭବତୀ ବେଶ ଖୁସିରେ ତାଙ୍କ ସହ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଛନ୍ତି।

ପ୍ରୀଟି ମାଇକଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନେକ ଲୋକ ଇନଷ୍ଟାଗ୍ରାମରେ କହିଛନ୍ତି ଯେ, ଏମାନେ ନବବିବାହିତ ଦମ୍ପତ୍ତିଙ୍କ ବିବାହ ଭୋଜିକୁ ଫିକା କରି ଦେଇଛନ୍ତି। କାରଣ ସମସ୍ତେ ପ୍ରୀଟି ସମ୍ପର୍କରେ ଚର୍ଚ୍ଚା କରୁଥିବା ବେଳେ କେହି ନବଦମ୍ପତ୍ତିଙ୍କୁ ଆଡ଼ ଆଖିରେ ଚାହିଁନଥିଲେ। ଇନଷ୍ଟାଗ୍ରାମରେ ପ୍ରୀଟିଙ୍କର ୩ ଲକ୍ଷରୁ ଅଧିକ ଫଲୋୟର୍ସ ଥିବା ବେଳେ ସେ ପ୍ଲେବଏ ଭାବେ ଖୁବ ଲୋକପ୍ରିୟ। ଆଉ ନିଜର ଅଲିଶାନ ଜୀବନଶୈଳୀ ପାଇଁ ସେ ମଧ୍ୟ ବହୁତ ଲୋକପ୍ରିୟ।

You might also like