ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଯାଜପୁର: କରୋନା ଲକ୍‌ଡାଉନ୍ ସମୟର ସଠିକ ଉପଯୋଗ କରିଛନ୍ତି ଜଣେ ଇଂଜିନିୟରିଂ ଛାତ୍ର।  ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ର ଜଣଙ୍କ ଏକ ୪ ଚକିଆ ଗାଡି ତିଆରି କରିଛନ୍ତି। ଏଥିରେ ପୁରୁଣା ମୋଟର ସାଇକେଲର ଇଂଜିନ୍ ଲାଗିଛି। ଗାଡିରେ ୨ ଜଣ ବସିବା ପାଇଁ ସୁବିଧା ରହିଛି।  ଯାଜପୁରର ଧର୍ମଶାଳା ଅଞ୍ଚଳରେ ଏହି ଗାଡିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ଧର୍ମଶାଳା ବ୍ଲକ ଭବାନୀପୁର ଗାଁର ମଧୁମୁକ୍ତି ମହାରଣା ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ଲକଡାଉନ୍‌ ପାଇଁ ସେ ଗାଁକୁ ଚାଲି ଆସିଥିଲେ। ଘରେ ସମୟ କଟୁନଥିବାରୁ ଅନ୍‌ଲାଇନ୍‌ ଗେମ୍‌ରୁ ଉତ୍ସାହିତ ହୋଇ ସେ ଗାଡି ତିଆରି କରିବାକୁ ମନ ବଳାଇଥିଲେ। ସୋଶାଲ ମିଡିଆରୁ ସନ୍ଧାନ କରି ସେ ଗାଡି କାମ ଆରମ୍ଭ କରିଥିଲେ। ଘରେ ଅବ୍ୟବହୃତ ଏକ ମୋଟର ସାଇକେଲ ଇଂଜିନ୍ ଏବଂ ଅନ୍ୟ ସଂରଜାମକୁ ନେଇ ସେ ଶେଷରେ ଏକ ଚାରି ଚକ ବିଶିଷ୍ଟ ଗାଡି ତିଆରି କଲେ।

ଏହି ଗାଡିଟି ପେଟ୍ରୋଲରେ ଚାଲୁଛି। ଏହି ଗାଡିଟି ୩୦ରୁ ୪୦ କିଲୋମିଟର ବେଗରେ ଚାଲିବ ବୋଲି ମଧୁମୁକ୍ତି ଦାବି କରିଛନ୍ତି। ଗାଡିରେ ଦୁଇ ଜଣ ବସିବା ସୁବିଧା ରହିଛି।  ଆଗକୁ ୩ରୁ ୪ ଜଣ ବସିବା ପାଇଁ ବ୍ୟବସ୍ଥା କରିବାକୁ ସେ ଉଦ୍ୟମ କରୁଛନ୍ତି। ଗାଡିଟି ବିଭିନ୍ନ କାମରେ ଉପଯୋଗ ହୋଇପାରିବ ବୋଲି ସେ କହିଛନ୍ତି ।

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like