କୋଭିଡ୍‌-୧୯ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁ ସେନା ତିଆରି କଲା ଏଇପି

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିର୍ମାଣ କଲା ଏୟାର ଇଭାକୁଏସନ୍ ପଡ୍‌(ଏଇପି) ବା ସ୍ୱତନ୍ତ୍ର ବାକ୍ସ। ଏହା ସାହାଯ୍ୟରେ କରୋନା ରୋଗୀଙ୍କୁ ଏୟାର ଲିଫ୍ଟ କରିହେବ। କୋଚିରେ ଥିବା ଭାରତୀୟ ନୌସେନା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି।

ଏହି ଏଇପି ସାହାଯ୍ୟରେ ଦୀପ ସମୂହ ଓ ଜାହାଜରେ ଫସି ରହିଥିବା କୋଭିଡ-୧୯ ରୋଗୀଙ୍କୁ ଉଦ୍ଧାର କରାଯାଇପାରିବେ। ଏହା ସମ୍ପୂର୍ଣ୍ଣ ସିଲ୍ ହୋଇଥିବାରୁ ଉଦ୍ଧାରକାରୀ ଦଳ କିମ୍ବା ପାଇଲଟ୍‌ଙ୍କୁ ସଂକ୍ରମଣ ହେବାର ଚାନ୍ସା ନାହିଁ।

ଏହି ସ୍ୱତନ୍ତ୍ର ବାକ୍ସ ସାହାଯ୍ୟରେ କୋଭିଡ-୧୯ର ରୋଗୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁରକ୍ଷିତ ଭାବେ ଏୟାର ଲିଫ୍ଟ କରାଯିବା ସହ ନେବା ଆଣିବା ବି କରାଯାଇପାରିବ। ଅନ୍ୟପଟେ, ଅନ୍ୟ ଏଜେନ୍ସିମାନଙ୍କ ପ୍ରୟୋଗରେ ମଧ୍ୟ ଏହା ଆସିପାରିବ ବୋଲି ସୂଚନା ରହିଛି।

ଏହାର ଓଜନ ୩୨ କେଜି ଓ ମୂଲ୍ୟ ୫୦ ହଜାର ଟଙ୍କା ରହିଛି। ତେବେ ଉଦ୍ଧାକାରୀ ଦଳ ବ୍ୟବାହର କରୁଥିବା ସାମଗ୍ରୀ ୫୯ ଲକ୍ଷର ଦାମ୍ ହୋଇଥିବା ବେଳେ ଏହାର ଦାମ୍‌ ଖୁବ୍‌ କମ।

ନାଭାଲ୍‌ ଏୟାର୍‌ ଷ୍ଟେସନ୍‌ ଗରୁଡ଼ର ମେଡିକାଲ୍ ଅଫିସର୍‌ ଅଧ୍ୟକ୍ଷ ଓ ନାଭାଲ୍‌ ହସ୍‌ପିଟାଲ୍‌ ସଞ୍ଜିବନୀ ଏବଂ କମାଣ୍ଡ ହେଡ୍‌କ୍ୱାର୍ଟର୍ଶର ପରାମର୍ଶରେ ଏହି ପଡ୍‌ ତିଆରି କରାଯାଇଛି। ଏହା ଆଲୁମିନିୟମ୍‌ସ ରବର ଓପର୍‌ସ୍ପେକ୍ସରେ ତିଆରି କରାଯାଇଛି। ମୋଟ ୧୨ଟି ଏଇପିକୁ ଦକ୍ଷିଣାଞ୍ଚଳ, ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ ଏବଂ ଆଣ୍ଡାମାନ ନିକୋବାର୍‌ ଟିମ୍‌କୁ ବଣ୍ଟନ କରାଯିବ।

You might also like