ଚାଇନାରେ ତାଙ୍କ ନିଜ ଲୋକମାନେ ଏବେ ବିରୋଧୀ ହେବାରେ ଲାଗିଛନ୍ତି। କାରଣ ସେଠାରେ ଥିବା ଯୁବକମାନେ ଦୀର୍ଘ ଘଣ୍ଟା କାମ କରିବାରେ ଅସୁବିଧା ଭୋଗୁଛନ୍ତି ଏବଂ ସପ୍ତାହକୁ ୬ ଦିନ ପ୍ରତ୍ୟେହ ୧୨ ଘଣ୍ଟା କାମ କରିବାକୁ ବିରୋଧ କରୁଛନ୍ତି। ଏହି ଅଭିଯାନକୁ ରୋକିବା ନେଇ ଚୀନ୍ ସରକାର ବ୍ୟଗ୍ର ହୋଇ ଉଠିଛି। କିନ୍ତୁ ଚୀନ୍ ବିଶ୍ୱର ପ୍ରଥମ କିମ୍ବା ଏକମାତ୍ର ଦେଶ ନୁହେଁ, ଯେଉଁଠାରେ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟ ଦୀର୍ଘ। ୟୁରୋପୀୟ ସଂଗଠନ ଫର୍‌ ଇକୋନୋମିକ୍ କୋଅପରେସନ୍ ଆଣ୍ଡ୍‌ ଡେଭଲପମେଣ୍ଟ (OECD) ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ମେକ୍ସିକୋରେ ଆନୁଷ୍ଠାନିକ ଭାବେ ସର୍ବାଧିକ କାର୍ଯ୍ୟ ସମୟ ରହିଛି।

ସର୍ବାଧିକ କାର୍ଯ୍ୟ ପାଇଁ ମେକ୍ସିକୋ OECD ର଼୍ୟାଙ୍କିଙ୍ଗରେ ଶୀର୍ଷରେ ଅଛି। ଏଠାରେ ଜଣେ କର୍ମଚାରୀ ବର୍ଷକୁ ହାରାହାରି ୨୧୨୭ ଘଣ୍ଟା କାମ କରନ୍ତି। ଅଧିକ କାମ ସତ୍ତ୍ୱେ ଏଠାର କମ୍ପାନୀଗୁଡିକ କର୍ମଚାରୀଙ୍କୁ କମ୍ ଛୁଟି ଦିଅନ୍ତି। ବିଜ୍‌ନେସ୍ ଇନ୍‌ସାଇଡର୍‌ର ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ୧୦ଟି ପେଡ୍ ଛୁଟି ଅଛି। ୨୬.୬% କର୍ମଚାରୀ କ୍ରମାଗତ ଭାବରେ ଦୀର୍ଘ କାର୍ଯ୍ୟ ସମୟ ବିଷୟରେ ଅଭିଯୋଗ କରିଆସୁଛନ୍ତି, ଯଦିଓ ଏହା ଉପରେ କୌଣସି ନିୟମ କରାଯାଇପାରିବ ନାହିଁ।

ମଧ୍ୟ ଆମେରିକୀୟ ଦେଶ କୋଷ୍ଟାରିକା ମଧ୍ୟ ଏହି ବର୍ଗରେ ଅଛି । ଏଠାରେ କର୍ମଚାରୀମାନେ ବର୍ଷରେ ପ୍ରାୟ ୨୦୬୦ ଘଣ୍ଟା କାମ କରନ୍ତି। ପୂର୍ବରୁ ଦକ୍ଷିଣ କୋରିଆ ଏହି ବର୍ଗରେ ଆସୁଥିଲା। କିନ୍ତୁ ସେଠାରେ ୨୦୧୮ ମସିହାରେ ସରକାରୀ ନିୟମ କରାଯାଇ କାର୍ଯ୍ୟ ସମୟ ହ୍ରାସ କରାଯାଇଥିଲା। ତଥାପି, ହ୍ରାସକରିବା ପରେ ମଧ୍ୟ ଗୋଟିଏ ସପ୍ତାହରେ ୫୨ ଘଣ୍ଟା କାମ ଦେବାକୁ ପଡିବ। ଯଦି ବିକଶିତ ଦେଶମାନଙ୍କ କଥା ଏହି ତାଲିକାକୁ ନିଆଯାଏ ତେବେ ନିମ୍ନଲିଖିତ ଦେଶରେ କାର୍ଯ୍ୟ ସମୟ ସବୁଠାରୁ ଅଧିକ ବୋଲି ଜଣାଯାଏ।

ଅଧିକ ସମୟ କାମ କରିବାରେ ଋଷ୍ ମଧ୍ୟ ସାମିଲ ଅଛି। ଏମିତିରେ ଏଠାରେ ସପ୍ତାହକୁ ୪୦ ଘଣ୍ଟା କାମ କରିବାର ନିୟମ ଅଛି। ଯଦି ବା କିଏ ଓଭରଟାଇମ୍ କରିବାକୁ ଚାହେଁ ତେବେ ତାଙ୍କୁ ୫୦ ଘଣ୍ଟାରୁ ଅଧିକ ସମୟ ଦିଆଯାଏ ନାହିଁ। ଏହା ପରେ ମଧ୍ୟ, କାର୍ଯ୍ୟାସକ୍ତ ଋଷ୍‌ବାସୀ ଯଥାସମ୍ଭବ ଟଙ୍କା ରୋଜଗାର କରିବା ପାଇଁ ଘରୁ କାମ କରନ୍ତି। ଋଷ୍‌ରେ ଛୁଟିଦିନ ମଧ୍ୟ ବହୁତ ଭଲ। ସର୍ବସାଧାରଣ ଛୁଟି ବ୍ୟତୀତ ବର୍ଷରେ ୨୮ଟି ଛୁଟି ମିଳେ।

ଏହାର ମୁଖ୍ୟ କାରଣ ହେଉଛି, ଅଧିକ ପରିଶ୍ରମ କରୁଥିବା ଶ୍ରମିକମାନେ ପରିବାର ପ୍ରତି ଧ୍ୟାନ ଦେବାକୁ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ଦେଶରେ ଜନ୍ମହାର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇ ୩ ଦଶନ୍ଧି ମଧ୍ୟରେ ଏହି ଦେଶ ବୃଦ୍ଧ ଦେଶ ହେବା ବର୍ଗରେ ଛିଡା ହୋଇଛି।

ନିକଟରେ ଚୀନର ‍ଇ-କମର୍ସ କମ୍ପାନୀ Pinduoduoରେ କାମ ଚାପ ହେତୁ ଦୁଇଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ରାତି ସାଢେ ୧ଟା ପର୍ଯ୍ୟନ୍ତ କାମ କରିବା ପରେ ଜଣେ କର୍ମଚାରୀ ହଠାତ୍ ତଳେ ପଡ଼ିଯାଇ ସେଠାରେ ମୃତ୍ୟୁବରଣ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବା ପୂର୍ବରୁ ଏହାକୁ ଦମନ କରାଯାଇଥିଲା। ଚାଇନାରେ ଆଲିବାବା ପ୍ରତିଷ୍ଠାତା ନିଜେ ବିଳମ୍ବିତ କାମ ପାଇଁ ଓକିଲାତି କରି ଏହାକୁ ପ୍ରୋତ୍ସାହିତ କରିଥିଲା।

ଅନୁଶାସନ ପାଇଁ ପ୍ରସିଦ୍ଧ, ଜାପାନର ଲୋକମାନେ ମଧ୍ୟ ନିଜର କାମ କ୍ରେଜ୍ ପାଇଁ ଜଣାଶୁଣା। ଏଠାରେ ଥିବା ଅଧିକାଂଶ କର୍ମଚାରୀ ଛୁଟି ନେଇ ନ ଥାଆନ୍ତି। କାରଣ ଏହା ଦ୍ୱାରା କମ୍ପାନୀକୁ କ୍ଷତି ସହିବାକୁ ହୋଇଥାଏ। ଏଠି କାମ କରିବାର ଅଭ୍ୟାସ ଲୋକଙ୍କ ମଧ୍ୟରେ ନିଶା ପାଲଟିଛି। ସେମାନେ ଦିନକୁ ହାରାହାରି ୧୬ ଘଣ୍ଟା କାମ କରନ୍ତି।

ପ୍ରତ୍ୟେକ କର୍ମଚାରୀ ଗୋଟିଏ ବର୍ଷରେ ୧୦ଟି ପେଡ୍ ଲିଭ୍ ପାଉଥିଲେ ବି ସେମାନେ ଏହାକୁ ନିଅନ୍ତି ନାହିଁ। ତେଣୁ ବର୍ତ୍ତମାନ ସେଠାରେ ସରକାର ଏକ ଉପାୟ ବାହାର କରିଛନ୍ତି ଯେଉଁଥିରେ କର୍ମଚାରୀମାନଙ୍କୁ ଏକ ବର୍ଷ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବାଧ୍ୟତାମୂଳକ ଛୁଟିରେ ପଠାଯାଉଛି। ଏହା ଦ୍ୱାରା ବ୍ୟକ୍ତି ଚାପମୁକ୍ତ ହେବା ସହ ଉତ୍ପାଦନରେ ମଧ୍ୟ ବୃଦ୍ଧି ପାଇବ।

Other Stories