ବିବାହ କରିବେ ISIS କବଳରୁ ରକ୍ଷା ପାଇଥିବା ନାଦିୟା

ଜୀବନ ରକ୍ଷା କରିଥିବା ବ୍ୟକ୍ତି ହେବେ ଜୀବନସାଥି

ନୂଆଦିଲ୍ଲୀ:  ଯମ ପୁରରୁ ଫେରି ଆସିଥିବା ଝିଅ ଏବେ ବୋହୂ ସାଜିବେ । ଆଉ ଯିଏ ତାଙ୍କୁ ସେହି ନର୍କରୁ ଉଦ୍ଧାର କରିଥିଲେ ସିଏ ହେବେ ତାଙ୍କର ଜୀବନ ସାଥି। ତାଙ୍କରି ହାତ ଧରି ସାରା ଜୀବନ ଚାଲିବାକୁ ସେ ନେଇଛନ୍ତି ନିଷ୍ପତ୍ତି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଦ୍ୱାରା ଅପହରଣ ପରେ ମାସାଧିକ ସମୟ ଗଣବଳାତ୍କାର ଶିକାର ହୋଇଥିଲେ ନାଦିୟା ମୁରାଦ। ଏବେ ସେ  ବିବାହ କରିବାକୁ ଯାଉଛନ୍ତି।

ଆମେରିକା ସେନାପାଇଁ ଇରାକ୍‌ରେ କାମ କରିସାରିଥିବା ଆବିଦ୍‌ ସାମଦିନ୍‌ଙ୍କୁ ନାଦିୟା ବିବାହ କରିବେ। ସାମ୍‌ଦିନ୍‌ ସେଇ ବ୍ୟକ୍ତି ଯିଏକି, ନାଦିୟା ଆଇଏସ୍‌ଆଇଏସ୍‌ କବଳରୁ ରକ୍ଷା ପାଇବାରେ ସାହାଯ୍ୟ କରିଥିଲେ। ୨୦୧୪ ମସିହାରେ ନାଦିୟାଙ୍କୁ ଆଇଏସ୍‌ଆଇଏସ୍‌ ଆତଙ୍କୀ ମାନେ ଅପହରଣ କରିଥିଲେ। ପରେ ତାଙ୍କୁ ବାରମ୍ବାର ଗଣବଳାତ୍କାର କରି ଅକଥନୀୟ ଅତ୍ୟାଚାର କରିଥିଲେ। ୨୧ ବର୍ଷ ବୟସରେ ଆଇଏସ୍‌ଆଇଏସ୍‌ ଦ୍ୱାରା ଅପହରଣ ହୋଇଥିବା ନାଦିୟା ସେଠାରୁ ଖସିଆସିବାରେ ସଫଳ ହୋଇଥିଲେ।

 ସେଠାରୁ ସେ ଖସିଆସିବା ପରେ ଜର୍ମାନୀ ନାଦିୟାଙ୍କୁ ଶରଣ ଦେଇଥିଲା। ୨୦୧୫ ମସିହାରେ ନାଦିୟା ତାଙ୍କର ଘଟଣା ସମ୍ପର୍କରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷାକୁ ଅବଗତ କରାଇଥିଲେ। ଏଥିରେ ସେ କହିଥିଲେ, ଆଇଏସ୍‌ଆଇଏସ୍‌ ଆତଙ୍କୀ ମହିଳା ଓ ଝିଅ ମାନଙ୍କୁ ସମ୍ପୂର୍ଣ୍ଣରୂପେ ବର୍ବାଦ କରିଦେବା ପାଇଁ ତାଙ୍କୁ ଦୁଷ୍କର୍ମ କରିଥାନ୍ତି। ଏମିତି ନୃଶଂସ ଭାବେ ସେମାନେ କାଣ୍ଡ କରିଥାନ୍ତି ଯେ, ଏହା ପରେ ନାରୀମାନେ ମରିବା ପାଇଁ ବାଧ୍ୟ ହୋଇଥାନ୍ତି।

ଏଥିସହିତ ନାଦିୟା ତାଙ୍କ ଲୋମହର୍ଷଣକାରୀ କଥା ମଧ୍ୟ ବଖାଣିଥିଲେ ରାତିରେ ଜଣେ ବ୍ୟକ୍ତି ମତେ ମାଡ଼ ମାରିଲା। ପରେ ମୋ ପୋଷାକ ଖୋଲିବା ପାଇଁ ବାଧ୍ୟ କଲା। ଏମିତିକି ମୁଁ ବେହୋସ ହବା ପର୍ଯ୍ୟନ୍ତ ମୋ ସହ ଦୁଷ୍କର୍ମ କରିଥିଲେ ବୋଲି ନାଦିୟା କୋହଭରା କଣ୍ଠରେ କହିଥିଲେ। ବର୍ତ୍ତମାନ ନାଦିଆ ସଂଯୁକ୍ତ ରାଷ୍ଟ୍ରର ସଦ୍‌ଭାବନା ଦୁତ ଭାବେ କାର୍ଯ୍ୟ କରୁଛନ୍ତି।

You might also like