ଆଣ୍ଟାର୍ଟିକାର ରହସ୍ୟମୟୀ ରକ୍ତ ଝରଣା, ପାଣି ବଦଳରେ ଅନବରତ ବହୁଥାଏ ରକ୍ତ . . . .

ବିଚିତ୍ର ବିଶ୍ୱର ବିଚିତ୍ର ତଥା ଭୟଙ୍କର ଝରଣା। ଏବେ ବି ରହସ୍ୟଘେରରେ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗୁଥିବା ବାଳେ ଏହି ଝରଣା କଥା ଶୁଣିଲେ ଛାତିରେ ଛନକା ପଶିବ। ରକ୍ତ ଝରଣାରେ ପାଣି ବଦଳରେ ରକ୍ତ ବହିଯାଏ । ଅନେକ ଗବେଷଣା ପରେ ବି ବିଚିତ୍ର ବିଶ୍ୱର ଏହି ରହସ୍ୟ ପ୍ରକୃତି କୋଳରେ ନିଜକୁ ଲୁଚାଇ ରଖିଛି। ଗବେଷକଙ୍କ ଅନୁଧ୍ୟାନ ରକ୍ତ ଝରଣାର ରହସ୍ୟ ଉନ୍ମୋଚିତ କରିପାରି ନାହିଁ ।

ଆଣ୍ଟାର୍ଟିକାରେ ଅନେକ ଛୋଟ ବଡ ଗ୍ଲାସିୟର ରହିଛି।  କିନ୍ତୁ ଏଭଳି ଏକ ଗ୍ଲାସିୟର ମଧ୍ୟ ଅଛି, ଯେଉଁଥିରୁ ରକ୍ତ ରଙ୍ଗର ଝରଣା ବାହାରିଥାଏ। ଆଧୁନିକତାର ସ୍ପର୍ଶ ବି ଏହି ରକ୍ତ ଝରଣାର ରହସ୍ୟକୁ ସ୍ପର୍ଶ କରିପାରିନାହିଁ । ଏହି ରହସ୍ୟମୟୀ ଗ୍ଲାସିୟରକୁ ଟେଲର ଗ୍ଲାସିୟର ବୋଲି ମଧ୍ୟ କୁହାଯାଇଥାଏ । ୧୯୧୧ ମସିହାରେ ଆମେରିକାର ଜୀବ ବିଜ୍ଞାନୀ ଟେଲର ଏହି ଗ୍ଲେସିୟର ଅବିଷ୍କାର କରିଥିଲେ, ଏବଂ ତାଙ୍କ ନାମାନୁସାରେ ଝରଣାର ନାମକରଣ ହୋଇଥିଲା। ଏହା ଏକ ଆଣ୍ଟାର୍ଟିକ  ଗ୍ଲାସିୟର,  ଯାହା ୫୪ କିମି ଯାଏଁ ଲମ୍ବିଛି । ରକ୍ତ ଝରଣାର ପାଣିର ରଙ୍ଗ ଲାଲ୍  ହୋଇଥିବାରୁ ଏହି ଗ୍ଲାସିୟରକୁ ବ୍ଲଡ୍ ଫଲ୍ ବୋଲି ମଧ୍ୟ କୁହାଯାଏ ।

ପାଞ୍ଚ ମହଲାଘର ଭଳି ଉଚ୍ଚାତାରୁ ପଡ଼ୁଥିହା ଏହି ଝରଣା ପାଣି ଅଲଗା ହୋଇଥିଲେ ହେଁ ଏହାକୁ ଦେଖିବାକୁ ଲୋକଙ୍କର ଉତ୍ସାହ ନ ଥାଏ। ଲୋକମାନେ ଭାବନ୍ତି ଯେ, ଏଠାରେ ସୈତାନ ଆତ୍ମାମାନେ ରୁହନ୍ତି। ଆଉ ଏମାନେ ଲୋକମାନଙ୍କୁ ମାରିଦିଅନ୍ତି। ମଣିଷ ରକ୍ତରେ ଏହି ଝରଣା ଲାଲ୍ ହୋଇଥାଏ ବୋଲି ଲୋକମାନଙ୍କ ଧାରଣ ରହିଛି। ତେବେ ଏକଥାର ସତ୍ୟତା ଉପରେ କୌଣସି ପ୍ରମାଣ ନାହିଁ।

ଗତ ୧୦୬ ବର୍ଷ ହେବ ଏହି ରକ୍ତ ଝରଣା ରହସ୍ୟ ହୋଇ ଆସିଥିଲା।  ରକ୍ତ ଝରଣାର ରହସ୍ୟ ସଂପର୍କରେ ଜଣାପଡିଅଛି ବୋଲି ଦାବି କରାଯାଉଛି।  କିନ୍ତୁ ଏହା କେତେ ଠିକ୍ ତାହାକୁ ନେଇ କୌଣସି ଦୃଢ ପ୍ରମାଣ ନାହିଁ। ଆଜିଯାଏ କେହି ବି ଜାଣିପାରି ନାହାନ୍ତି, ଏହି ଗ୍ଲାସିୟରରୁ ଲାଲ୍ ରଙ୍ଗର ପାଣି କିପରି ବାହାରୁଛି ? ଲାଲ୍ ପାଣି ନିକଟସ୍ଥ ଏକ ପୋଖରୀରୁ ଆସୁ ଥାଇପାରେ, ଯାହା ଦୀର୍ଘ ବର୍ଷ ଧରି ଏହି ଗ୍ଲାସିୟର ତଳେ ଦବି ହୋଇ ରହିଛି ବୋଲି ଗବେଷକ ମତ ଦେଇଛନ୍ତି।

କିନ୍ତୁ ଅନେକ ବୈଜ୍ଞାନିକ ଏହି କଥାରେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପରେ ଏହା ବିଷୟରେ ଅନୁଧ୍ୟାନ କରିବାକୁ ଚେଷ୍ଟା କରିଥିଲେ।୧୯୧୧ରେ ଅଷ୍ଟ୍ରେଲିଆର ଜିଓଲଜିଷ୍ଟ ଥୋମାସ୍ ଗ୍ରୀଫିଥ୍ ଟେଲଫ୍ ରକ୍ତ ଝରଣା ଉପରେ  ଗବେଷଣା କ ଆରମ୍ଭ କରିଦେଇଥିଲେ।  ଲାଲ ରଙ୍ଗର ଶୈବାଳ କାରଣରୁ ଏହି ଗ୍ଲାସିୟରର ରଙ୍ଗ ଲାଲ୍ ଦେଖାଯାଉଛି ବୋଲି ସେ କହିଥିଲେ। କିନ୍ତୁ ଗ୍ରିଫିଥ୍ ତାଙ୍କ ଗବେଷଣାକୁ ପ୍ରମାଣିତ କରିପାରିଲେ ନାହିଁ ।

ଅନ୍ୟପଟେ ଏହି ରହସ୍ୟମୟୀ ସ୍ଥାନ ବିଷୟରେ କେତେକ କହନ୍ତି ପାଣିରେ ଆଇରନ ଅକ୍ସାଇଡର ମାତ୍ରା ଅତ୍ୟଧିକ ଥିବାରୁ ପାଣିର ରଙ୍ଗ ନାଲି ପଡ଼ିଯାଏ।  କିନ୍ତୁ ପ୍ରକୃତିର ରହସ୍ୟ ଜାଣିବା କାହା ପକ୍ଷରେ ସମ୍ଭବ ନୁହେଁ । ତେଣୁ ଆଜି ବି ଏହି ରକ୍ତ ଝରଣା ନିଜ ରହସ୍ୟକୁ ନିଜରି ଭିତରେ ସାଇତି ରଖିଛି  ।

You might also like