ଟ୍ରେନ୍ରେ ଯାତ୍ରା କରୁଥିଲେ ନିଜର ଏହି ଅଧିକାର ବିଷୟରେ ନିହାତି ଜାଣି ରଖନ୍ତୁ –
ଆପଣ ଟ୍ରେନ୍ରେ ଯାତ୍ରା କରୁଛନ୍ତି କି ? ନିହାତି ଏହି କଥାକୁ ଜାଣି ରଖନ୍ତୁ । କାହିଁକି ନା ଆପଣ ନ ଜାଣିଲେ ଅସୁବିଧାରେ ପଡିପାରନ୍ତି। ଏଣୁ ନିଜର ଅଧିକାର ଗୁଡ଼ିକ ବିଷୟରେ ଅବଗତ ଥିଲେ ଯାତ୍ରା ସୁଖଦପୂର୍ଣ୍ଣ ହେବ । ଆଉ କୌଣସି ଅସୁବିଧାରେ ପଡିବେନି।
ଏବେ ଆସନ୍ତୁ ଜାଣିବା ସେହି ଅଧିକାର ଗୁଡ଼ିକ କଣ –
୧ – ଯଦି ଆପଣ କୌଣସି କାରଣବଶତଃ ଟିକେଟ୍ ବୁକ୍ କରିପାରିନାହାଁନ୍ତି ତ ବ୍ୟସ୍ତ ନହୋଇ ପ୍ଲାଟଫର୍ମ ଟିକେଟ୍ରେ ବି ଟ୍ରେନ୍ରେ ଚଢ଼ି ପାରିବେ ।
୨ – ପରେ ଟ୍ରେନ୍ ଭିତରେ ଟିଟିଆଇଙ୍କ ପାଖରୁ ଟିକେଟ୍ କରିପାରିବେ ।
୩- ଇ-ଟିକେଟ୍ କରିଥିବା ଯାତ୍ରା ୨୪ ଘଣ୍ଟା ପୂର୍ବରୁ ବୋଡିଂ ଷ୍ଟେସନ ବଦଳେଇପାରିବେ।
୪ – ଆପଣ ଯଦି ଟ୍ରେନରେ ଏସି ଟିକେଟ୍ କରିଛନ୍ତି ଏବଂ ସ୍ଲିପରରେ ଯାତ୍ରା କରିବାକୁ ପଡୁଛି ତ ରିଫଣ୍ଡ ପାଇଁ ଦାବି କରିପାରିବେ ।
୫ –ଯଦି ଏସି କୋଚ୍ରେ ଯାତ୍ରା କରୁଛନ୍ତି ଏବି ଟ୍ରେନ୍ରେ ଏସି ଖରାପ ଅଛି ତ ଅର୍ଥ ରିଫଣ୍ଡ ପାଇଁ ଦାବି କରିପାରିବାର ହକ୍ ଅଛି।
୬-ନିଜ ନାଁ ରେ କାଟି ଥିବା ଟିକେଟ୍କୁ ବାପା-ମାଆ, ଭାଇ-ଭଉଣୀ, ପୁଅ-ଝିଅ ଓ ଜୀବନସାଥିଙ୍କ ନାଁରେ ଟ୍ରାନ୍ସଫର କରିପାରିବେ। ଏଥିପାଇଁ ଯେଉଁଠୁ ଟ୍ରେନ୍ ଛାଡ଼ିବ ,ସେହି ଷ୍ଟେସନର ଟିଫ୍ ରିଜରଭେସନ ସୁପରଭାଇଜରଙ୍କ ପାଖରେ ରିକ୍ୟୁଷ୍ଟେ କରିପାରିବେ।
୭- ପ୍ରତି ଟ୍ରେନ୍ରେ ‘ଫାଷ୍ଟ ଏଡ୍ ବକ୍ସ’ର ସୁବିଧା ରହିଥାଏ। ଜରୁରୀ ସମୟରେ ଆପଣ ଟିଟିଆଇ କିମ୍ୱା ଅନ୍ୟ ରେଲୱେ କର୍ମଚାରୀଙ୍କ ଠାରୁ ସାହାଯ୍ୟ ମାଗି ପାରିବେ।
୮- ଯଦି ଆପଣ ଇ-ଟିକେଟ୍ କରିଛନ୍ତି, ଆଉ ଆପଣଙ୍କ ପାଖରେ ନା ଟିକେଟ୍ ଅଛି ନା କୌଣସି ମେସେଜ୍,ତଥାପି ଆପଣ ଟ୍ରେନ୍ରେ ଯାତ୍ରା କରିବାରେ ଅସୁବିଧା ନାହିଁ । କେବଳ ପାଖରେ ସଠିକ୍ ପରିଚୟ ପତ୍ର ଥିବା ସହ ସିଟ୍, ବଗି ନଂ ଜାଣିଥିବା ଦରକାର ।