ଦିବ୍ୟାଙ୍ଗ ସନ୍ତାନଙ୍କୁ ବଞ୍ଚାଇବା ଲାଗି ମାଅାର ସଂଘର୍ଷ

ଚିକିତ୍ସା ଲାଗି ନାହିଁ ଧନ, ସରକାରଙ୍କୁ ଅାକୁଳ ନିବେଦନ

ସୁବର୍ଣ୍ଣପୁର  : ଜନ୍ମରୁ ବିବ୍ୟାଙ୍ଗ, ଏବେ ଅପପୃଷ୍ଟିର ଶିକାର। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଭଦ୍ରାପଡ଼ାର ଏହି ଦୁଇ ଭାଇ ଭଉଣୀ ଏବେ ଶଯ୍ୟାଶାୟୀ। ୨ ବର୍ଷ ତଳେ ବାପା ଅାରପାରିବୁ ଚାଲିଯିବା ପର ଠାରୁ ଏମାନେ ସଂପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ମାଅା ସନ୍ତନା ପରଘରେ କାମ କରି ଯାହା ଅାଣୁଛନ୍ତି ସେଥିରେ ତିନି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ମୁସ୍କିଲ।

ଏଭଳି ସ୍ଥିତିରେ ପିଲାଙ୍କ ଚିକିତ୍ସା କଥା ପଚାରେ କିଏ । ଏଣେ ଚିକିତ୍ସା ଅଭାବରୁ ଉଭୟ ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ପିଲାଙ୍କ ଦେଖାରେଖା କରିବେ ନା ସେମାନଙ୍କ ପେଟକୁ ଦାନ ମୁଠାଏ ଯୋଗାଡ଼ ଲାଗି କୁଅାଡେ ବାହାରକୁ ଯିବେ, ମାଅା ସନ୍ତନାକୁ ଚାରିଅାଡ ଅନ୍ଧକାରମୟ ଦେଖାଯାଉଛି।

ଦୁଇ ପିଲାଙ୍କୁ ଦିବ୍ୟାଙ୍ଗ ଭତ୍ତା ତ ମିଳୁଛି, ତେବେ ଏହା ସେମାନଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ନୁହେଁ। ତେଣେ ଘରେ ଯାହା କିଛି ଥିଲା ତାକୁ ବିକି ମାଅା ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି। ଏବେ ସେ ସଂପୂର୍ଣ୍ଣ  ନିଃସ୍ୱ। ତେବେ ପରିବାରର ଦୁଃଖ କାହାଣୀ ସଂପର୍କରେ ଖବର ପାଇବା ପରେ ବିନିକା ତହସିଲଦାର କହିଛନ୍ତି  ଯେ, ପ୍ରଶାସନ ତରଫରୁ ଦୁଇ ପିଲାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।

 

You might also like