ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

ବେଜିଂ: ଆଜିକାଲି ଅନ୍‌ଲାଇନ୍‌ ସପିଂ କରିବା ଏକ ସାଧାରଣ କଥା ହୋଇଗଲାଣି, ଯାହାକୁ ଦେଖ ସିଏ ଅନ୍‌ଲାଇନ୍‌ରେ ସପିଂ କରୁଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମାଙ୍କଡ଼ମାନେ ଅନ୍‌ଲାଇନ୍‌ରେ ସପିଂ କରିବା ? କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଏମିତି କିଛି ଘଟଣା ଘଟିଛି ଚୀନ୍‌ରେ। ଯାହା ଜାଣିଲେ ଆପଣ ବି ଆଚମ୍ବିତ ହୋଇ କହିବେ ଏମିତି କେମିତି ହୋଇପାରିଲା ?

ଚୀନ୍‌ର ଜିଙ୍ଗସୁ ପ୍ରଦେଶ ସ୍ଥିତ ୟାଙ୍ଗ୍‌ଚେଙ୍ଗ୍‌ ଚିଡ଼ିଆଖାନାରେ ଏହି ଅଜବ ଘଟଣା ଘଟିଛି। ଏହି ଚିଡ଼ିଆଖାନାରେ କାମ କରୁଥିବା ଜଣେ ଯୁବତୀ ମାଙ୍କଡ଼କୁ ଖାଦ୍ୟ ଦେବା ପାଇଁ ମାଙ୍କଡ଼ମାନେ ରହୁଥିବା ସ୍ଥାନକୁ ଯାଇଥିଲେ।  ଖାଦ୍ୟ ଦେବା ପରେ ଫେରି ଆସିଥିଲେ। ତେବେ ସେଠାରେ ସେ ତାଙ୍କର ମୋବାଇଲ୍‌କୁ ଭୁଲ୍‌ରେ ଛାଡ଼ି ଆସିଥିଲେ। ହଠାତ୍‌ ଯେତେବେଳେ ତାଙ୍କର ମୋବାଇଲ୍‌ କଥା ମନେପଡ଼ିଲା, ସଙ୍ଗେସଙ୍ଗେ ସେ ସେଇ ସ୍ଥାନକୁ ଯାଇଥିଲେ। ହେଲେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ।

ଯୁବତୀ ଜଣକ ସେଠାରେ ପହଞ୍ଚି ଯେତେବେଳେ ମୋବାଇଲ୍‌ ଆଣି ଦେଖିଲେ କିଛି ସମୟ ପାଇଁ ସେ ପୂରାପୂରି ଅବାକ୍‌ ହୋଇଯାଇଥିଲେ। କାରଣ ତାଙ୍କ ମୋବାଇଲ୍‌କୁ ଅନ୍‌ଲାଇନ୍‌ ସପିଂ ୱେବ୍‌ସାଇଟ୍‌ରୁ ବହୁତ ଗୁଡ଼ିଏ ନୋଟିଫିକେସନ୍‌ ଆସିଥିଲା। ସେଥିରେ ଲେଖା ଥିଲା ଆପଣଙ୍କ ସପିଂ ସଫଳତାର ସହ ପ୍ଲେସ୍‌ ହୋଇଛି। ଯାହାକୁ ନେଇ କିଛି ସମୟ ପାଇଁ ତାଙ୍କର ମୁଣ୍ଡ କିଛି କାମ କରି ନଥିଲା।

ହଠାତ୍‌ ଯେତେବେଳେ ଯୁବତୀ ଜଣକ ଚିଡିଆଖାନାର ସିସିଟିଭି ଫୁଟେଜ୍ ଯାଞ୍ଚ କଲେ, ଏହାପରେ ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭିରେ ଦେଖିବାକୁ ମିଳିଥିଲା, ଏକ ମାଙ୍କଡ, ଯୁବତୀ ଜଣକ ଛାଡ଼ି ଦେଇଥିବା ମୋବାଇଲ୍‌କୁ ନେଇ ବ୍ୟବହାର କରୁଛି। ମାଙ୍କଡ଼ଟି, ମୋବାଇଲ୍‌ ସ୍କ୍ରିନ୍‌ ଉପରେ କିଛି କରୁଥିବା ଦୃଶ୍ୟ ନଜର ଆସିଥିଲା। ଏହାପରେ ମାଙ୍କଡ଼ଟି ମୋବାଇଲ୍‌ ଛାଡ଼ି ଗଛ ଉପରକୁ ଚଢ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍‌ର ଗ୍ରହାଣୁ

ଶେଷ ଭିଡିଓ ବାର୍ତ୍ତାରେ ‘ବାଏ…ଡାଡି…ବାଏ’ କହି ଆଖି ବୁଜିଲେ ପୁଅ

ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ସ୍କୁଲ୍ ବହିରେ ପଢ଼ାଯିବ ଜନ୍ନତଙ୍କ କାହାଣୀ

କେହି ରାଜି ନହେବାରୁ ନିଜେ ମ୍ୟାନ୍‌ହୋଲ୍‌ ଭିତରେ ପଶି ଅଳିଆ ସଫା କଲେ ବିଜେପି କର୍ପୋରେଟର୍

ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଅଣ୍ଡାରେ କଲେ ଏମିତି ଟ୍ରିକ୍, ଜିତିଲେ ଗିନିଜ ବୁକ୍‌ ରେକର୍ଡ, ଭିଡିଓ ଭାଇରାଲ

You might also like