ମୋବାଇଲ୍ କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା

ଚଳିତ ବର୍ଷ ସେପ୍ଟେମ୍ବର୍‌ ମାସରେ ଆଗଧାଡ଼ିର ମୋବାଇଲ୍‌ କମ୍ପାନୀଗୁଡ଼ିକ ବଜାରକୁ ଦମ୍‌ଦାର ମୋବାଇଲ୍‌ ଫୋନ୍‌ ଛାଡ଼ିଥିବା ବେଳେ ଆଉ କେତେକ ଫୋନ୍‌ ଲଞ୍ଚ ହେବାର ଅଛି। ସାମସଙ୍ଗ, ନୋକିଆ. ଭିଭୋ, ଲିନୋଭୋ ନିଜ ସ୍ମାର୍ଟ ଫୋନ୍‌ରେ ଲୋଭନୀୟ ଅଫର୍‌ ଦେଇ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ତେବେ ଗ୍ରାହକ କେଉଁ ମୋବାଇଲ୍‌କୁ ଆପଣେଇବେ ତାହା ସମୟ କହିବ। ତେବେ ଜାଣିନିଅନ୍ତୁ ନିକଟରେ ଲଞ୍ଚ୍‌ ହୋଇଥିବା କିଛି ଫୋନ୍‌ ଫିଚର୍ସ ବିଷୟରେ।

Image result for Vivo V17 Pro-

ଭିଭୋର Vivo V17 Pro-  ୨୦ ସେପ୍ଟେମ୍ବରରେ ଭିଭି ଏହି ସ୍ମାର୍ଟ ଫୋନ୍ ଲଞ୍ଚ କରିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଏହି ଫୋନ୍‌ରେ ଅନେକ ଲୋଭନୀୟ ଫିଚର୍ସ ଦେଇଛି। ସବୁଠାରୁ ଆକର୍ଷଣୀୟ କଥା ହେଲା ଫୋନ୍‌ରେ ଡୁଆଲ୍ ପପ୍‌ଅପ୍‌  ସେଲ୍‌ଫି କ୍ୟାମେରା ସହିତ ମୋଟ ୬ଟି କ୍ୟାମେରା ଦିଆଯାଇଛି।

କ୍ୟାମେରା ଫିଚର୍ସ- ଫୋନ୍‌ରେ ମୋଟ ୬ଟି କ୍ୟାମେରା ରହିଛି। ଯେଉଁଥିରେ ସେଲ୍‌ଫି ପାଇଁ ଦୁଇଟି ଓ ରିୟର୍‌ରେ ୪ଟି କ୍ୟାମେରା ରହିଛି।  ଡୁଆଲ୍ ସେଲ୍‌ଫି ପପ୍‌ଅପ୍‌ କ୍ୟାମେରାରେ ଗୋଟିଏ ୩୨ ମେଗାପିକ୍ଲେଲ୍‌ ଓ ଅନ୍ୟଟି ୮ ମେଗିପିକ୍ସେଲ୍‌ ଅଲ୍‌ଟ୍ରା ୱାଇଡ୍‌ ଲେନ୍ସ କ୍ୟାମେରା ଦିଆଯାଇଛି। ସେହିଭଳି ରିୟର୍‌ କ୍ୟାମେରାରେ  ଗୋଟିଏ f/1.8 ଅପର୍ଚର ସହିତ ୪୮ ମେଗାପିକ୍ସେଲ୍, 2X ଅପ୍ଟିକାଲ୍ ଜୁମ୍‌ ସହିତ ୧୩ ମେଗାପିକ୍ସେଲ୍‌ ଓ ୮ ମେଗାପିକ୍ଲେଲ୍‌ର ଅଲ୍‌ଟ୍ରା ୱାଇଡ୍‌ ଆଙ୍ଗଲ୍‌ କ୍ୟାମେରା ସହିତ ୨ ମେଗାପିକ୍ସେଲ୍‌ ଡେପ୍‌ଥ ସେଂସର କ୍ୟାମେରା ଦିଆଯାଇଛି।

ଏହାର ମୂଲ୍ୟ୨୯,୯୯୦ ରଖାଯାଇଛି। ଏହାର ପ୍ରି ଅର୍ଡର୍ ବୁକିଂ ଆରମ୍ଭ ହୋଇସାରିଥିବା ବେଳେ ସେପ୍ଟେମ୍ବର ୨୭ ଫୋନ୍ ବିକ୍ରି ଆରମ୍ଭ ହେବ।

ଫିଚର୍ସ:-

ସ୍କ୍ରିନ୍-୬.୪୪ ଇଞ୍ଚର ଫୁଲ୍‌ ଏଚ୍‌ଡି+ ଅଲ୍‌ଟ୍ରା ଫୁଲ୍‌ ଭ୍ୟୁ ଏମୋଲେଡ୍‌ ଡିସ୍‌ପ୍ଲେ
ପ୍ରୋସେସର- କ୍ୱାଲକମ୍‌ ସ୍ନାପଡ୍ରାଗନ୍ ୬୭୫, ଯାହାକି ବର୍ଷେ ତଳର
ରାମ- 8GB ଓ ଷ୍ଟୋରେଜ୍ 128GB
ଅପରେଟିଂ ସିସ୍‌ଷ୍ଟମ୍– ଫନ୍‌ଟଚ୍‌ ଓଏସ୍ ୯.୧ ଇନ୍‌ଡିସ୍‌ପ୍ଲେ ଓ ଆଣ୍ଡ୍ରଏଡ୍‌ ୯ ପାଇ
କନେକ୍ଟିଭିଟି ଫିଚର୍ସ-4G LTE ବ୍ଲୁଟୁଥ୍-୫.୦ ଡୁଆଲ୍‌ ବ୍ୟାଣ୍ଡ୍ ୱାଇଫାଇ ଜିପିଏସ୍‌ ଗ୍ଲୋନାସ
ବ୍ୟାଟେରୀ- ୪୧୦୦mAH
ଓଜନ- 201.8 ଗ୍ରାମ୍


Image result for Nokia 7.2

ସେହିଭଳି Nokia 7.2 ରେ ମଧ୍ୟ ଭାରତରେ ଲଞ୍ଚ ହୋଇଛି। ଏହା ୪୮ ମେଗାପିକ୍ସେଲ୍‌ ର ଦମ୍‌ଦାର କ୍ୟାମେରା ସହିତ ଟ୍ରିପଲ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ଦୁଇଟି ଭେରିଏଣ୍ଟରେ ଲଞ୍ଚ ହୋଇଛି। ଗୋଟିଏ ହେଲା 4GB – 64GB, ଏହାର ମୂଲ୍ୟ ୧୮,୫୯୯ ରଖାଯାଇଛି। ସେହିଭଳି ଅନ୍ୟଟି ହେଲା 6GB- 64GB ଷ୍ଟୋରେଜ୍‌, ଯାହାର ମୂଲ୍ୟ ୧୯,୫୯୯ ରହିଛି। ଆସନ୍ତାକାଲି ଏହାର ଅଫ୍‌ ଲାଇନ୍‌ ବିକ୍ରି ଆରମ୍ଭ ହୋଇପାରେ।

ଡିସ୍‌ପ୍ଲେ- Nokia 7.2ରେ ZEISS ଅପ୍ଟିକ୍ସ ଏକ୍ସକ୍ଲୁସିବ୍‌ ZEISS ବୋକେହ ମୋଡ୍‌ ଓ ପାୱାର୍ ଫୁଲ୍ ଏଆଇ ଇମୋଜିଂ ସହିତ ପ୍ୟୋର୍ ଡିସ୍‌ପ୍ଲେ ଟେକ୍ନିକ୍‌ ରହିଛି। ଏଥିରେ ଗୋରିଲା ଗ୍ଲାସ ୩ର ସୁରକ୍ଷା ସହିତ ୬.୩ ଇଞ୍ଚ ଏଚ୍‌ଡି ଡିସ୍‌ପ୍ଲେ ଦିଆଯାଇଛି।

ଫିଚର୍ସ-
ପ୍ରୋସେସର୍- ଅକ୍ଟାକୋର୍‌ ସ୍ନାପଡ୍ରାଗନ୍ ୬୬୦
ଅପରେଟିଂ ସିସ୍‌ଟମ୍‌-ଆଣ୍ଡ୍ରଏଡ୍‌ 9 Pie
କ୍ୟାମେରା- ରିୟର୍ କ୍ୟାମେରା-୪୮ ମେଗାପିକ୍ସେଲ୍ ଓ ପ୍ରାଇମେରି କ୍ୟାମେରା+ ୮ ମେଗାପିକ୍ସେଲ୍‌ ଅଲ୍‌ଟ୍ରା ୱାଇଡ୍‌ ଆଙ୍ଗଲ୍‌ ଲେନ୍ସ+ ୫ ମେଗାପିକ୍ସେଲ୍‌ ଡେପ୍‌ଥ ସେଂସର। ଓ୨୦ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା।
ବ୍ୟାଟେରୀ-3,500mAh


Image result for Samsung Galaxy M30s

Samsung Galaxy M30s – ଏହି ସ୍ମାର୍ଟ ଫୋନ୍‌ଟି ଦୁଇଟି ଭେରିଏଣ୍ଟ ସହିତ ଲଞ୍ଚ୍‌ ହୋଇଛି।  ଗୋଟିଏ 4GB – 64GB(୧୩,୯୯୯) ଓ ଅନ୍ୟଟି 6GB- 128GB(୧୬,୯୯୯) ସହିତ ନୋକିଆ M30s ଲଞ୍ଚ୍ ହୋଇଛି। M30s ସହିତ ସାମ୍‌ସଙ୍ଗ M10s ଲଞ୍ଚ୍‌ ହୋଇଛି।

ଫୋନ୍‌ ଫିଚର୍ସ-

ଏଥିରେ ୬.୪ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ସୁପର ଏମୋଲେଡ୍‌ ସହିତ ଇନ୍‌ଫିନିଟି ୟୁ ଡିସ୍‌ପ୍ଲେ ରହିଛି। ଫୋନଟ୍‌ ଆଣ୍ଡ୍ରଏଡ୍‌ ପାଇରେ ଚାଲିବ। ଏହା ବ୍ୟତୀତ ସାମସଙ୍ଗ  One UIର ବ୍ୟବହାର କରାଯାଇଛି। ଫୋନ୍‌କୁ ଓପାଲ୍ ବ୍ଲାକ୍‌, ସାଫିର୍‌ ବ୍ଲୁ ଓ ପିଅରଲ୍ ହ୍ୱାଇଟ୍ ରଙ୍ଗରେ ଲଞ୍ଚ କରାଯାଇଛି।

କ୍ୟାମେରା- M30s ରେ ରିୟର୍ ଟ୍ରିପଲ୍ କ୍ୟାମେରା ସେଟ୍‌ଅପ୍‌ ମିଳିବ। ଏଥିରେ ମଧ୍ୟ ମେନ୍‌ କ୍ୟାମେରା ୪୮ ମେଗାପିକ୍ସେଲ୍‌, ଦ୍ୱିତୀୟ କ୍ୟମେରା ୮ ମେଗାପିକ୍ସେଲର ଅଲ୍‌ଟ୍ରା ୱାଇଡ୍‌ ଆଙ୍ଗଲ୍‌ କ୍ୟାମେରା, ଏଥିସହିତ ୫ ମେଗାପିକ୍ସେଲ୍‌ର ଡେପ୍‌ଥ କ୍ୟାମେରା ସେଂସର ରହିବ।
ପ୍ରୋସେସର- ଏକ୍‌ଜୀନୋସ୍‌ ୯୬୧୧ର 2.3GHz ଅକ୍ଟାକୋର୍‌ ପ୍ରୋସେସର୍‌ର ବ୍ୟବହାର କରିପାରିବେ। ସବୁଠାରୁ ଆକର୍ଷଣୀୟ କଥା ହେଲା ଏଥିରେ 6000mAhର  ବ୍ୟାଟେରୀ ଦିଆଯାଇଛି। ଯାହା ୧୫ ୱାଟ୍‌ର ଫାଷ୍ଟ ଚାର୍ଜର ସହିତ ଆସିବ।


Image result for Samsung Galaxy M10s

ସେହିଭଳି Samsung Galaxy M10sର ଫିଚର୍ସ ହେଲା-

ଡିସ୍‌ପ୍ଲେ- 6.4” HD+ sAMOLED Infinity V
ରାମ୍‌/ରମ୍- 3+32GB
କ୍ୟାମେରା- ରିୟର୍ ୧୩ ମେଗାପିକ୍ସେଲ୍‌ ଓ ଫ୍ରଣ୍ଟ ୮ ମେଗାପିକ୍ସେଲ୍
ବ୍ୟାଟେରୀ- 4000mAh (15W)
ଏହାର ମୂଲ୍ୟ-୮,୯୯୯

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like