‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

ବାଲେଶ୍ୱର : ବାପା ବାରମଜା ବିକ୍ରି କରନ୍ତି ଆଉ ପୁଅର ଲକ୍ଷ ଲୋକଙ୍କର ସେବା କରିବା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମରେ ଶଙ୍କର୍ଷଣ ସେଠୀଙ୍କ ପୁଅ ରମେଶ ସେଠୀ ଡାକ୍ତରୀ ପଢିବା ପାଇଁ ସଫଳତା ହାସଲ କରିଛନ୍ତି। ଶଙ୍କର୍ଷଣ ଆଜକୁ ଦୀର୍ଘ ୨୦ ବର୍ଷ ହେବ ଗାଁରେ ବୁଲି ବୁଲି ବାରମଜା ବିକ୍ରି କରୁଛନ୍ତି। ତାଙ୍କ ପରିବାର ଗରିବ ଶ୍ରେଣୀର। କିନ୍ତୁ ତାଙ୍କ ପୁଅ ରମେଶ ନିଟ୍‌ ପରୀକ୍ଷାରେ ୫୫୬ ନମ୍ବର ରଖି ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି।

ରମେଶ ଜଣେ ମେଧାବୀ ଛାତ୍ର। ସେ ନବୋଦୟ ପାଇବା ପରେ ସୋର ବାଗୁଡ଼ିରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢୁଥିଲେ। ଏଥି ସହିତ ତାଙ୍କର ସଙ୍ଗୀତ ପ୍ରତି ରୁଚି ରହିଛି। ଶଙ୍କର୍ଷଣଙ୍କ ପୁଅର ଏହି ସଫଳତା ସ୍ଥାନୀୟ ଅଞ୍ଚଳରେ ଗୌରବ ଆଣିଥିବା ବେଳେ ଏଠାରେ ଖୁସିର ଲହରୀ ଖେଳି ଯାଇଛି।

ସେପଟେ ରମେଶ ତାଙ୍କ ବାପାଙ୍କର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି କହି ଖୁସିରେ ଅଛନ୍ତି। ରମେଶ କହିଛନ୍ତି, ପିଲାଦିନେ ମୁଁ ମଧ୍ୟ ବାପାଙ୍କ ସହ ଯାଇ ଗାଁ ଗାଁ ବୁଲି ବାରମଜା ବିକ୍ରି କରିଛି। ବାପା ମୋ ପାଠ ପଢାପାଇଁ ବେଶ୍‌ ପରିଶ୍ରମ କରିଛନ୍ତି। ବାପାଙ୍କର ମଧ୍ୟ ସ୍ୱପ୍ନ ଥିଲା ମୁଁ ଜଣେ ଡାକ୍ତର ହେବି। ଅଭାବ ଅସୁବିଧା ଭିତରେ ଆଜି ମୁଁ ଯାହା ବି ହାସଲ୍‌ କରିଛି ସେଥିପାଇଁ ଖୁସି ଅଛି। ଆଗକୁ ମୁଁ ଜଣେ ଡାକ୍ତର ହୋଇ ବାପା ମାଆଙ୍କ ପାଇଁ ଆହୁରି ସମ୍ମାନ ଆଣିଦେବି।

 

You might also like