ଗୋପାଳକଙ୍କ ବିଚାରପତି ଝିଅ : ଗୁହାଳରେ ପାଠପଢ଼ି ଜଜ୍ ହେଲେ ଅଭାବୀ ବାପାର ଗୁଣମତୀ ଝିଅ

ଗାଈ ଗୁହାଳରୁ ସେସନ କେ।ର୍ଟର ଜଜ୍, ଗେ।ବର ଗେ।ଟାଉଥିଲେ ବାପାମା’ଙ୍କ ଟେକ ରଖିଲେ, ଉଦୟପୁରର ସେ।ନଲ ଲେଖିଲେ ସଫଳତାର କାହାଣୀ

ଗାଈ ଗୁହାଳରୁ ସେସନ କୋର୍ଟର ଜଜ୍। ଗୁହାଳରେ ପାଠ ପଢ଼ି ବିଚାରପତି ହେଲେ ଅଭାବୀ ବାପାର ଗୁଣମତୀ ଝିଅ। ସବୁ ବାଧାବିଘ୍ନକୁ ଆଡ଼େଇ ଉଦୟପୁରର ସୋନଲ ଶର୍ମା ଲେଖିଲେ ସଫଳତାର କାହାଣୀ। ଘର ଘର କ୍ଷୀର ବାଣ୍ଟିବ। ସହ ଖତରେ ଲଟପଟ ହୋଇ ଗୁହାଳ ସଫା କରୁଥିବା ଝିଅ ଯେ ଦିନେ ବିଚାରପତି ହେବ କିଏ ଜାଣିଥିଲା ? ମେଧାକୁ ପାଥେୟ କରି ଗାଈ ଗୁହାଳରୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସୋନଲ୍।

ଉଦୟପୁରର ପ୍ରତାପନଗର ଅଞ୍ଚଳ ନିବାସୀ ୨୬ ବର୍ଷିୟା ଯୁବତୀ ସୋନଲ୍। ତାଙ୍କ ବାପା ଜଣେ ଗୋପାଳକ। କ୍ଷୀର ବିକ୍ରି କରି ଅତି କଷ୍ଟରେ ୫ ପ୍ରାଣୀ କୁଟୁମ୍ବ ଚଳାନ୍ତି। ହେଲେ ପଙ୍କରୁ ପଦ୍ମ ଫୁଟିଲା ପରି ଗାଈ ଗୁହାଳରେ କାମ କରି ନିଜ ବାପାଙ୍କୁ ସାହାଯ୍ୟ କରୁଥିବା ସୋନଲ ଦ୍ୱିତୀୟ ପ୍ରୟାସରେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷାରେ ସଫଳତା ପୂର୍ବକ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପରୀକ୍ଷାରେ ପାସ୍ କରିବା ପରେ  ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଆଉ ତାଙ୍କର ଏହି ସଫଳତା ପାଇଁ କେବଳ ପରିବାର ନୁହେଁ ପୁରା ସହର ଗୌରାବାନ୍ୱିତ ଅନୁଭବ କରୁଛି।

ତେବେ ସବୁଠାରୁ ବଡ଼ କଥା ହେଲା ସୋନଲଙ୍କ କାହାଣୀ କୌଣସି ସିନେମାର ସ୍କ୍ରିପ୍ଟ ଠାରୁ କମ୍ ନୁହେଁ । ଯେଉଁଠି ଟ୍ରାଜେଡ଼ି ବି ଅଛି , ଆଉ ବି ଅଛି ଡ୍ରାମା। ଛେ।ଟବେଳୁ ବାପାଙ୍କ କଷ୍ଟ  ଦେଖିଛନ୍ତି ସୋନଲ୍। ପିଲାଟି ଦିନରୁ ଭୋର ୪ଟାରୁ ଉଠି ଗୁହାଳ ସଫା କରିବା, ଗୋବର ଗୋଟାଇବା ଓ କ୍ଷୀର ବିକ୍ରି କରିବା ପରି କାମରେ ବାପାଙ୍କୁ ସାହାଯ୍ୟ କରନ୍ତି। ସବୁ କାମ କରିବା ପରେ ମଧ୍ୟ ପାଠପଢ଼ା ପ୍ରତି ତାଙ୍କର ହେଳା ନଥିଲା।

ଅଭାବ ଆଖିର ଆଖିଏ ସ୍ୱପ୍ନ ନେଇ କଠିନ ପରିଶ୍ରମ କରୁଥିଲେ। ଆଉ ସେଥିପାଇଁ  ଦିନରାତି ଏକ କରି ପାଠ ପଢ଼ୁଥିଲେ। ଗରିବ ପରିବାରରେ ଜନ୍ମିତ ସୋନଲଙ୍କର ପିଲାଦିନ କଟିଥିଲା ଆର୍ଥିକ ଅନଟନ ଭିତରେ। ପଢ଼ିବା ପାଇଁ ନା ଥିଲା ଟେବୁଲ ନା ଥିଲା ପଢ଼ାଘର। ଗାଈ ଗୁହାଳରେ ଦୁଇ ତେଲ ଟିଣକୁ ଏକାଠି କରି ତା’ଉପରେ ପାଠ ପଢ଼ୁଥିଲେ। ପଢ଼ିବା ପାଇଁ ହଜାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଥିଲେ ସୁଦ୍ଧା ହାର ମାନିନଥିଲେ ସୋନଲ୍।  ପ୍ରତିକୂଳ ପରିସ୍ଥିତିକୁ ଢ଼ାଲ କରି ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ କରି ସଫଳ ‌ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ଗୋପାଳକଙ୍କ ଝିଅ।

ସୋନଲଙ୍କ କହିବା ଅନୁସାରେ, ଏହି ସଫଳତା ପଛରେ ତାଙ୍କର ବାପାଙ୍କର ବଡ଼ ହାତ ରହିଛି। ବାପାଙ୍କୁ ଦେଖି ତାଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରେରଣା ମିଳିଥିଲା। ଅନେକ ବାଧା ସୱେ ପାଠପଢ଼ା ଜାରି ରଖିଥିଲେ।  ପିଲାବେଳୁ ବେଶ୍ ମେଧାବୀ ଥିଲେ ସୋନଲ୍। ଆଉ ତୁଳସୀ ଦୁଇ ପତ୍ରରୁ ବାସିବା ପରି ସବୁବେଳଳେ ଶ୍ରେଣୀରେ ପ୍ରଥମ ଆସୁଥିଲେ। ପାଠପଢ଼ାରେ ମନ ଥିଲେ ସୁଦ୍ଧା ବାପାଙ୍କ ଆର୍ଥକ ସ୍ଥିତି ପାଇଁ କୋଚିଂ କରିବା ତାଙ୍କ ପାଇଁ ସମ୍ଭବ ନଥିଲା। କିନ୍ତୁ ନିଜ ସ୍ୱପ୍ନକୁ ପୂରଣ କରିବାକୁ ସେ  କଠିନ ପରିଶ୍ରମ କରୁଥିଲେ। ସ୍ନାତକ ଶେଷ ହେବାପରେ ବିଏଏଲଏଲବିର ନାମ ଲେଖାଇଥିଲେ ଏବଂ ଜଜ୍‌ ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଦ୍ୱିତୀୟ ପ୍ରୟାସରେ ହିଁ ଆରଜେଏସ୍ ପରୀକ୍ଷାରେ ସଫଳତା ମିଳିଥିବା କହିଛନ୍ତି ସୋନଲ୍ । ପ୍ରଥମ ଥର ମାତ୍ର ୩ ନମ୍ବର ପାଇ ଅସଫଳ ହେବାପରେ ଆହୁରି କଠିନ ପରିଶ୍ରମ  କରୁଥିଲେ। ଅସଫଳତାକୁ ଢ଼ାଲ କରି ସଫଳତାର ସିଡ଼ି ଚଢ଼ିବାକୁ ପ୍ରୟାସ କରି ପାଠପଢ଼ା ଜାରି ରଖିଥିଲେ। ୨୦୧୮ରେ ହେ।ଇଥିବା ଆରଜେଏସ୍ ପରୀକ୍ଷାରେ ମାତ୍ର ୧ ନମ୍ବରରେ ନିଜ ସ୍ୱପ୍ନ ଠାରୁ ଦୂରେଇ ଗଲେ। କିନ୍ତୁ ଭଗବରାନର ଇଚ୍ଛା ଦେଖନ୍ତୁ ଭାଗ୍ୟ ତାଙ୍କୁ ସାହାଯ୍ୟ କଲା ଓ ନିକଟରେ ଜାରି ହୋଇଥିବା ଓ ୱେଟିଂ ଲିଷ୍ଟରେ ତାଙ୍କର ଚୟନ ହୋଇଗଲା।

ସୋନଲଙ୍କ ସଫଳତା ପରେ ତାଙ୍କ ବାପାମା’ ବେଶ୍ ଖୁସି। ଅନେକ ବାଧାବିଘ୍ନର ସାମ୍ନା କରି ନିଜ ୩ ଝିଅ ଓ ଗୋଟିଏ ପୁଅକୁ ପାଠ ପଢ଼ାଇ‍ ବଡ଼ ମଣିଷ କରିପାରିଛନ୍ତି। ସୋନଲଙ୍କ ପିତାଙ୍କ କହିବା ଅନୁସାରେ ଗାଈ ସେବା କରିବା ଯୋଗୁଁ ଏପରି ସମ୍ଭବପର ହୋଇପାରିଛି।

ନିଜର ସଫଳତାକୁ ନେଇ ସୋନଲ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି । ସେ କହିଛନ୍ତି, ବହୁ କଷ୍ଟ‌ରେ ବାପା-ମା’ ମୋତେ ପାଠ ପଢ଼ାଇଛନ୍ତି। ପାଠପଢ଼ା ତଥା ଘର ଚଳାଇବା ପାଇଁ ଅନେକ ଋଣ ମଧ୍ୟ ନେଇଛନ୍ତି। ଏବେ ମୋ ପାଳି ଆସିଛି। ଋଣ ସୁଝିବାର ସମୟ ଆସିଛି, ମୁଁ ଏବେ ଘରର ସବୁ ଦାୟିତ୍ୱ ନେବି। ଦାରିଦ୍ର୍ୟ କି ଆର୍ଥକ ଅନଟନ ସୋନଲଙ୍କ ଇଚ୍ଛା ଶକ୍ତିକୁ ଦୋହଲାଇ ପାରିନଥିଲା ସେ।ନଲ ଶର୍ମାଙ୍କ ଏହି କାହାଣୀ ଅଭାବରେ ପେଶି ହେଉଥିବା ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

You might also like