କାଲି ଥିଲେ କାଙ୍ଗାଳ, ଆଜି ହେଲେ କୋଟିପତି
ଆପଣ ନିଶ୍ଚୟ ଗୋଟିଏ କଥା ଶୁଣିଥିବେ, ଯେତେବେଳେ ବି ଉପରବାଲା ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ସେମିତି କିଛି ଘଟଣା ଜଣେ ଯୁବକଙ୍କ ସହ ଘଟିଛି।
ଜୋଶୁଆ ହୁତାଗଲଙ୍ଗୁ ନାମକ ଜଣେ ଇଣ୍ଡୋନେସିଆର ଯୁବକ ଯିଏକି କଫିନ୍ ତିଆରି କାମ କରିନ୍ତି ଏବଂ ଖୁବ୍ କମ୍ ଟଙ୍କା ରୋଜଗାର କରନ୍ତି ତାଙ୍କ ସହ ଏପରି କିଛି ଘଟିଛି। ଯାହାଫଳରେ ସେ କିଛି ମିନିଟ୍ ମଧ୍ୟରେ ସିଧାସଳଖ କାଙ୍ଗାଳରୁ କୋଟିପତି ହୋଇଯାଇଛନ୍ତି। ସେ ୧୦ କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି।
କିଛିଦିନ ତଳେ ଜୋଶୁଆଙ୍କ ଘର ଉପରେ ଏହି ବିରଳ ଉଲ୍କାପିଣ୍ଡର ଖଣ୍ଡ ଆକାଶରୁ ଖସିପଡ଼ିଥିଲା। ଯାହା ତାଙ୍କୁ କାଙ୍ଗାଳରୁ କୋଟିପତି କରିଦେଇଛି। ଏହି ଉଲ୍କାପିଣ୍ଡ ଖଣ୍ଡଟି ପ୍ରାୟ ୪ ବିଲିୟନ ବର୍ଷ ପୁରୁଣା ହୋଇଥିବା ଜଣାପଡ଼ିଛି। ଏହାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଜୋଶୁଆଙ୍କ ଜୋଓସା ସ୍ଥିତ କୁଲାଙ୍ଗରେ ଥିବା ଘରର ଛାତରେ ଏହି ଖଣ୍ଡଟି ଖସିପଡ଼ିଥିଲା। ସେହି ସମୟରେ ଜୋଶୁଆ କଫିନ୍ ତିଆରି କାମ କରୁଥିଲେ। ଏହି ଉଲ୍କାପିଣ୍ଡର ଖଣ୍ଡଟି ତାଙ୍କ ଛାତ ଉପରେ ପଡ଼ିବା ପରେ ଛାତ କଣା କରି ଜମିର ୧୫ ସେଣ୍ଟିମିଟର ଗହିରକୁ ପଶିଯାଇଥିଲା। ତେବେ ଏହାର ଓଜନ ଦୁଇ କିଲୋଗ୍ରାମରୁ ଅଧିକ ଥିବା ଜଣା ପଡ଼ିଛି।
ଏହି ଉଲ୍କାପିଣ୍ଡ ବଦଳରେ ଜୋଶୁଆଙ୍କୁ ପାଖାପାଖି ୧୪ ଲକ୍ଷ ପାଉଣ୍ଡ ବା ୧୦ କୋଟି ଟଙ୍କା ମିଳିଛି। ଏହା ଅତ୍ୟନ୍ତ ଦୁର୍ଲ୍ଲଭ ପଥର ବୋଲି କୁହାଯାଉଛି। ଯେଉଁଥିପାଇଁ ଏହି ପଥରର ଗ୍ରାମ୍ ପ୍ରତି ଦାମ୍ ୮୫୭ ଡଲାର ରହିଛି।
ପଥରଟି ଆକାଶରୁ ପଡ଼ିବା ସମୟରେ ବହୁତ ଗରମ ଥିଲା ଏବଂ କିଛି ସମୟ ପରେ ଥଣ୍ଡା ହୋଇଯାଇଥିବା ଜୋଶୁଆ କହିଛନ୍ତି। ତେବେ ଏହି ପଥରଟି ତାଙ୍କ ଭାଗ୍ୟ ବଦଳାଇ ଦେଇଛି।