ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷର ଦରଦାମ୍‌ ବୃଦ୍ଧି ପାଇଛି। ଖାଇବାର ଦାମ୍‌ ଦେଖିନିଅନ୍ତୁ। ୧୦ଟଙ୍କାରେ ଜଳଖିଆ ପ୍ଲେଟ୍‌ ଏବେ ୩୦କୁ ବୃଦ୍ଧି ପାଇଲାଣି। କିନ୍ତୁ ଏହି ବ୍ୟବସାୟିକ ମାହୋଲ୍‌ରେ ମଧ୍ୟ ପାଖରେ ଟଙ୍କା ନଥିଲେ ମାଗଣାରେ ଗ୍ରାହକଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ମହିଳା।

ଦିଲ୍ଲୀର ପଶ୍ଚିମ ବିହାରରେ ରୁହନ୍ତି ସରିତା କଶ୍ୟପ୍‌। ଗତ ୨୦ବର୍ଷ ହେବ ସେ ସ୍କୁଟିରେ ‘ରାଜମା-ଚାଉଳ’ ଷ୍ଟଲ୍‌ କରିଛନ୍ତି। ସରିତାଙ୍କ ବିଶେଷତ୍ତ୍ୱ ହେଉଛି, ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଆପଣ ତାଙ୍କ ଷ୍ଟଲ୍‌ରୁ ମାଗଣା ମଧ୍ୟ ଖାଇପାରିବେ।

ସୂଚନା ଅନୁଯାୟୀ, ସରିତା ଗୋଟେ ଅଟୋମୋବାଇଲ୍‌ କମ୍ପାନୀରେ କାମ କରୁଥିଲେ। ସେଠାରୁ ଚାକିରି ହରାଇବା ପରେ ସରିତା ଏହି ରାଜ୍‌ମା-ଚାଉଳର ବ୍ୟବସାୟ ଆରମ୍ଭ କରିଛନ୍ତି। ସରିତାଙ୍କର ଗୋଟେ ଝିଅ ଅଛି। ଏବେ ସେ କଲେଜ୍‌ରେ ପଢୁଛି। ଘରେ ରୋଜଗାର କରୁଥିବା ସଦସ୍ୟ ମଧ୍ୟରେ ସରିତା ହେଉଛନ୍ତି ଏକମାତ୍ର।

ସରିତା ସମୟ ପାଇଲେ ତାଙ୍କ ଘର ପାଖରେ ରହୁଥିବା ଗରିବ ପିଲାମାନଙ୍କୁ ପାଠ ପଢାନ୍ତି ଏବଂ ତାଙ୍କ ସ୍କୁଟି ଷ୍ଟଲ୍‌ରୁ ଖାଇବାକୁ ନେଇ ଦିଅନ୍ତି।

ସରିତାଙ୍କ କହିବା ଅନୁଯାୟୀ, ଟଙ୍କା ତ ଆସୁଥିବ ଆଉ ଯାଉଥିବ। କିନ୍ତୁ ପିଲାଙ୍କୁ ଖାଇବାକୁ ଦେବା ଖୁସିର ତୁଳନା ନାହିଁ।

ସରିତା ଆହୁରି କହିଛନ୍ତି। ଥରେ ସେ ରାଜମା-ଚାଉଳ ପ୍ରସ୍ତୁତ କରି ସ୍କୁଟିରେ ରଖି ରାସ୍ତାରେ ଠିଆ ହେଲେ। ସେ ଚିନ୍ତା କରିଥିଲେ ଯଦି କେହି କିଣିକି ଖାଇଲା ଠିକ୍‌ ଅଛି ନହେଲେ ସେ ଖାଦ୍ୟକୁ ଲୋକଙ୍କୁ ବାଣ୍ଟି ଘରକୁ ଫେରିଯିବେ। କିନ୍ତୁ ପ୍ରଥମ ଦିନରୁ ଲୋକମାନେ ସରିତାଙ୍କ ଦୋକାନକୁ ଆସି ଖାଇବା କିଣି ଖାଇଥିଲେ।

ସରିତା ଏହି ବ୍ୟବସାୟରୁ ନିଜ ଖର୍ଚ୍ଚ ଉଠାଇବା ସହ ବେଳେବେଳେ ଗରିବ ପିଲାଙ୍କୁ ବହି, ପୋଷାକ କିଣି ଦିଅନ୍ତି।

 

 

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

You might also like